ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
* ଓଡ଼ିଆ ଭାଷାର ସୁରକ୍ଷା ପାଇଁ କ୍ରମାଗତ ଉଦ୍ୟମ ଆବଶ୍ୟକ *
ରାଉରକେଲା: ଆମ ଓଡ଼ିଆ ସଂସ୍କୃତି ଭିତରକୁ ବହୁ ଅପସଂସ୍କୃତି ପଶିଆସୁଛି ତେଣୁ କ୍ରମାଗତ ଉଦ୍ୟମ ମାଧ୍ୟମରେ ହିଁ ଓଡିଆ ଭାଷା ଓ ସାହିତ୍ୟକୁ ସୁରକ୍ଷିତ ରଖାଯାଇପାରିବ ବୋଲି ଇସ୍ପାତ ସହରର ସାରନଗରୀରେ ଆୟୋଜିତ ରାଜ୍ୟସ୍ତରୀୟ ସାରସ୍ବତ ରଜ ମହୋତ୍ସବରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ସହରର ଅଗ୍ରଣୀ ସାମାଜିକ ଓ ସାହିତ୍ୟ ଅନୁଷ୍ଠାନ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦ ପକ୍ଷରୁ ସାରନଗରୀସ୍ଥିତ ସାମାଜିକ କେନ୍ଦ୍ରଠାରେ ଆୟୋଜିତ ଉତ୍ସବରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପାନ୍ତ ଅଞ୍ଚଳରେ ଓଡିଆ ଭାଷା, ସାହିତ୍ୟକୁ ବଞ୍ଚାଇରଖିବା ପାଇଁ ସମସ୍ତେ ଉଦ୍ୟମ କରିବାକୁ ଆହ୍ବାନ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ରାଜୀବ ପାଣି, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ ଏବଂ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ନାରାୟଣ ପତି ପ୍ରମୁଖ ଯୋଗଦେଇଥିଲେ ପରିଷଦର ସଭାପତି ଡା. ରାହାସ ବିହାରୀ ମହାପାତ୍ର ଅଧ୍ୟକ୍ଷତା କରିଥିଲା ବେଳେ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ଦାଶ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଥିଲେ ରଜ ଉପଲକ୍ଷେ ଆୟୋଜିତ ଏହି ସମାବେଶରେ ପରିଷଦ ପକ୍ଷରୁ ଏକ ସ୍ବତନ୍ତ୍ର ସାହିତ୍ୟ ବିଶେଷାଙ୍କ(ବେଦବ୍ୟାସ)କୁ ଅତିଥିମାନେ ଉନ୍ମୋଚିତ କରିଥିଲେ
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା କୃତୀ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଏହି କ୍ରମରେ କେନ୍ଦୁଝରର ମଦନ ମୋହନ ମିଶ୍ରଙ୍କୁ ୨୦୧୦ ବର୍ଷ ପାଇଁ ବେଦବ୍ୟାସ ସମ୍ମାନ, ଡ. ଗୋପୀନାଥ ବାଗଙ୍କୁ ବେଦବ୍ୟାସ କଥା ସମ୍ମାନ, ଅଧ୍ୟାପକ ରବି ଶତପଥୀଙ୍କୁ ବେଦବ୍ୟାସ କାବ୍ୟ ସମ୍ମାନ, ରାମାଶିଷ ପ୍ରସାଦଙ୍କୁ ବେଦବ୍ୟାସ ଶିଳ୍ପୀ ସମ୍ମାନ, ବିଦ୍ୟାଧର ବାରିକ ଓ ସୁରମା ମିଶ୍ରଙ୍କୁ ବେଦବ୍ୟାସ ନାଗରିକ ସମ୍ବର୍ଦ୍ଧନା, କୁମାରୀ ବି.ମାଧୁରୀ ଓ କୁମାରୀ ମନସ୍ବିନୀ ସାହୁଙ୍କୁ ବେଦବ୍ୟାସ ଶିଶୁ ପ୍ରତିଭା ସମ୍ମାନ, ରବୀନ୍ଦ୍ର ନାଥ ପଟ୍ଟନାୟକ, ତ୍ରିନାଥ ଦାଶ ଓ ଗଂଗାଧର ମିଶ୍ରଙ୍କୁ ବେଦବ୍ୟାସ ସାରସ୍ବତ ସମ୍ମାନ ଏବଂ ରାଉରକେଲାର ଅଚ୍ଛୁ ପ୍ରଧାନଙ୍କୁ ବୀରେନ୍ଦ୍ର ସ୍ମୃତି ନାଟ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା ଅଜୟ କୁମାର ବିଶ୍ବାଳ, ଶ୍ରୀମତୀ ବିଷ୍ଣୁପ୍ରିୟା ବିଶ୍ବାଳ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ ଏହି ଅବସରରେ ଆୟୋଜିତ କବିତା ପାଠୋତ୍ସବକୁ ଶ୍ୟାମା ପ୍ରକାଶ ସେନାପତି ଓ ସୁଧାଂଶୁ ଅଶୋକ ସଂଯୋଜନା କରିଥିଲେ