ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କୃଷ୍ଣଚନ୍ଦ୍ର ତ୍ରିପାଠୀ
କୁନ୍ତଳା କୁମାରୀ ସାବତ
ବିରଜା ବଳ
ଚନ୍ଦ୍ରଶେଖର ରଥ
ବିଜୟ ମିଶ୍ର
କୃଷ୍ଣପ୍ରସାଦ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଡିସେମ୍ବର୍ ୧୪, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ଚଳିତମାସ ୧ ତାରିଖରୁ ଏଠାରେ ଚାଲିଥିବା ରାଜ୍ୟର ସବୁଠାରୁ ବଡ଼ ପୁସ୍ତକ ମେଳା ଭାବେ ପରିଚିତ “ରାଜଧାନୀ ପୁସ୍ତକ ମେଳା” ଗତ ୧୨ ତାରିଖ ଦିନ ଉଦ୍‌ଯାପିତ ହୋଇଯାଇଛି୤ ସ୍ଥାନୀୟ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ଦାମୋଦର ରାଉତ ଯୋଗଦେଇ ଯାହାର ଭାଷା, ସାହିତ୍ୟ ଓ ସଂସ୍କୃତି ଯେତେ ସୁଦୃଢ଼ ସେହି ଜାତି ଦୁନିଆ ଆଗରେ ସେତେ ଉନ୍ନତ ବୋଲି କହିଥିଲେ୤ ଏହି କ୍ଷେତ୍ରରେ ପୁସ୍ତକର ଭୂମିକା ଗୁରୁତ୍ବପୂର୍ଣ୍ଣ୤ ସେହିପରି କୋଲ୍‌କାତା ଭଳି ଭୁବନେଶ୍ବରରେ ମଧ୍ୟ ପୁସ୍ତକପ୍ରେମୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ଭଲ ସୂଚନା ବୋଲି ଡା.ରାଉତ କହିଥିଲେ୤

ଏହି ଅବସରରେ ଚଳିତ ବର୍ଷ ଓଡ଼ିଆ ସାହିତ୍ୟର ୧୦ଟି ବିଭାଗରେ ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରାଯାଇଥିଲା୤ ଏଥିରେ ଉପନ୍ୟାସ ‘ତଥାପି ପୁନଶ୍ଚ’ ପାଇଁ ପ୍ରଜ୍ଞାପ୍ରବର୍ତ୍ତିକା ଦାଶ, ଗଳ୍ପ ପୁସ୍ତକ ‘ବରଂ ଅନ୍ଧାର ଭଲ’ ପାଇଁ ବିଚିତ୍ର ପାଣିଗ୍ରାହୀ, ଆଧୁନିକ କବିତା ପୁସ୍ତକ ‘ବିରହିଣୀ ରାଧା’ ପାଇଁ ମନୋରମା ମିଶ୍ର, ‘ଫର୍ଦ୍ଧେ ଜୀବନ’ ପାଇଁ ରମେଶ ପତି, ଗୀତିକବିତା ପୁସ୍ତକ ‘ପଲ୍ଲୀ ସ୍ମୃତି’ ପାଇଁ ବିଭୂତି ଭୂଷଣ ଶତପଥୀ, ନାଟକ ପୁସ୍ତକ ‘ଫୁଲ୍‌ ଟେନସନ୍‌’ ପାଇଁ ଡ.ବୈଜୟନ୍ତୀ ମିଶ୍ର, ଧର୍ମ ସାହିତ୍ୟ ପୁସ୍ତକ ‘ଭରତ’ ପାଇଁ ବ୍ରଜକିଶୋର ପରିଡ଼ା, ବିଜ୍ଞାନ ପୁସ୍ତକ ‘ଧୂମକେତୁ’ ପାଇଁ ମାୟାଧର ସ୍ବାଇଁ, ବ୍ୟଙ୍ଗ ସାହିତ୍ୟ ପୁସ୍ତକ ‘ସତ ମିଛର ଖେଳ’ ପାଇଁ ଡ. ତ୍ରିନାଥ ପଟ୍ଟନାୟକ, ଭ୍ରମଣ କାହାଣୀ ‘ଜାପାନ ଦର୍ଶନ’ ପାଇଁ ଅନସୂୟା ମିଶ୍ର, ଶିଶୁ ସାହିତ୍ୟ ପୁସ୍ତକ ‘କଥା କଳସୀ’ ପାଇଁ ରାଜକିଶୋର ପାଢ଼ୀ ଓ ‘ଅତଏବ’ ପୁସ୍ତକ ପାଇଁ ପ୍ରଶାନ୍ତ କୁମାର ବିଶ୍ବାଳଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା୤ ସେହିପରି ଓଡ଼ିଆ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ କଟକର ସତ୍ୟନାରାୟଣ ବୁକ୍‌ଷ୍ଟୋରକୁ ରାଜଧାନୀ ପୁସ୍ତକମେଳା ପୁରସ୍କାର ପ୍ରଦାନ କରାଯାଇଥିଲା୤

୧୨ ଦିନ ବ୍ୟାପୀ ଏହି ପୁସ୍ତକମେଳାର ବିଭିନ୍ନ ଦିନରେ ସାହିତ୍ୟ ଅଲୋଚନା ସହିତ ଅନେକ ନୂତନ ପୁସ୍ତକ ଉନ୍ମୋଚିତ ହୋଇଥିଲା୤ ସେହିପରି ପୁସ୍ତକମେଳାରେ ଓଡ଼ିଆ ସାହିତ୍ୟର ଅନେକ ପ୍ରତିଷ୍ଠିତ ଲେଖକ ଯୋଗଦେଇ ପାଠକମାନଙ୍କ ସହିତ ମତ ବିନିମୟ କରିଥିଲେ୤ ଏଥିରେ ପ୍ରାୟ ୫୦୦ ଷ୍ଟଲ୍‌ ମାଧ୍ୟମରେ ଶହ ଶହ ପୁସ୍ତକ ପ୍ରକାଶକ ଏବଂ ବିକ୍ରେତା ପଠକମାନଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର ପୁସ୍ତକର ସମ୍ଭାର ମଧ୍ୟମରେ ପାଠକମାନଙ୍କୁ ଆକର୍ଷିତ କରିଥିଲେ୤ ସେହିପରି ଏହି ମେଳା ମାଧ୍ୟମରେ ସହଜ ଓ ସୁବିଧାରେ ପୁସ୍ତକପ୍ରେମୀମାନେ ଲକ୍ଷ ଲକ୍ଷ ଟଙ୍କାର ପୁସ୍ତକ କ୍ରୟ କରିଥିଲେ ବୋଲି ଜଣାପଡ଼ିଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤