ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ବିଷ୍ଣୁପ୍ରିୟା ମହାପାତ୍ର
ସୌଭାଗ୍ୟ ମିଶ୍ର
ନୀଳମଣି ବିଦ୍ୟାରତ୍ନ
ଡ.ହରେକୃଷ୍ଣ ମହତାବ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ଭଗବତୀ ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୪, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

କାଦମ୍ବିନୀ ପତ୍ରିକା ପକ୍ଷରୁ ପୁସ୍ତକମେଳାରେ ସାହିତ୍ୟ ସମାବେଶ
ରାଉରକେଲା: କଲମରେ ଲେଖାଯାଇଥିବା ଲେଖା ଅମର ହୋଇଥାଏ୤ ବିଭିନ୍ନ ଶତାବ୍ଦୀରେ ଲେଖାଯାଇଥିବା ଉତ୍କୃଷ୍ଟ ସାହିତ୍ୟରୁ ତତ୍କାଳୀନ ସମାଜ, ସଂସ୍କୃତି, ପରମ୍ପରା ଏବଂ ଚଳଣି ବାବଦରେ ଜାଣିବାର ସୁଯୋଗ ମିଳିଥାଏ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ରୂପା ରୋଶନ ସାହୁ କହିଛନ୍ତି୤ kAdambini_sabhaଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ଉନବିଂଶ ରାଉରକେଲା ପୁସ୍ତକ ମେଳାରେ ପାରିବାରିକ ସାହିତ୍ୟ ପତ୍ରିକା କାଦମ୍ବିନୀ ପକ୍ଷରୁ ଆୟୋଜିତ ସାହିତ୍ୟ ସଭାରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଶ୍ରୀମତୀ ସାହୁ ପୁସ୍ତକ ପଠନ ମନୁଶ୍ୟର ମନକୁ ଶାନ୍ତି ଦେଇଥାଏ ବୋଲି କହିଥିଲେ୤ ‘କାଦମ୍ବିନୀ’ ଓ ‘କୁନି କଥା’ର ସମ୍ପାଦିକା ଡ.ଇତି ସାମନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାହିତ୍ୟ ସଭାରେ ବରିଷ୍ଠ କଥାକାର ଓ ସ୍ତମ୍ଭକାର ଭୂପେନ ମହାପାତ୍ର ଅନ୍ୟତମ ବକ୍ତା ରୂପେ ଯୋଗଦେଇ ଓଡ଼ିଆ ପତ୍ରିକାଜଗତରେ କାଦମ୍ବିନୀ ଏକ ସଫଳ ପ୍ରୟାସ ବୋଲି କହିଥିଲେ୤ ଏହା ସହିତ କାଦମ୍ବିନୀ ପକ୍ଷରୁ କରାଯାଉଥିବା ନୂତନ ପ୍ରୟାସ ବାବଦରେ ସେ ଆଲୋଚନା କରିଥିଲେ୤ ସେହିପରି ଆଦର୍ଶ ପାଠାଗାର ପରି ଏକ ପାଠାଗାର ଦ୍ବାରା ଆୟୋଜିତ ରାଉରକେଲା ପୁସ୍ତକମେଳା ସମଗ୍ର ରାଜ୍ୟରେ ଅନନ୍ୟ ବୋଲି କହିଥିଲେ୤ ଅନ୍ୟତମ ଅତିଥି ଭାବେ ଆର୍ଏସ୍‌ପି ମହାପ୍ରବନ୍ଧକ ନାରାୟଣ ପତି ଯୋଗ ଦେଇ ପିଢ଼ୀ ପରେ ପିଢ଼ୀ ସାହିତ୍ୟ ମାଧ୍ୟମରେ ନିଜର ସଂସ୍କୃତିକୁ ଜାଣିବାର ସୁଯୋଗ ପାଇଥାଏ କହିଥିଲେ୤ ଟିହି ଓ ଇଣ୍ଟରନେଟ୍‌ର ବ୍ୟାପକ ପ୍ରସାର ହୋଇଥିଲେ ମଧ୍ୟ ଛାପା ପୁସ୍ତକର ଭାବାନାତ୍ମକ ଆବେଗ ଅପୂରଣୀୟ ବୋଲି ଶ୍ରୀ ପତି କହିଥିଲେ୤ ୨୦୦୦ ମସିହାରୁ କାଦମ୍ବିନୀ ପ୍ରକାଶ ପାଇବା ଦିନଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପତ୍ରିକା ସହ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ସୂଚନା ଦେଇ ଗାଳ୍ପିକା ଅଳକା ଚାନ୍ଦ ମନରେ କଦମ୍ବ ଫୁଲର ରୋମାଞ୍ଚ ସୃଷ୍ଟି କରିବା ପାଇଁ କାଦମ୍ବିନୀ ଏକ ମାଧ୍ୟମ ବୋଲି ମତ ଦେଇଥିଲେ୤

କାଦମ୍ବିନୀର ସମ୍ପାଦିକା ଡ.ଇତି ସାମନ୍ତ ତାଙ୍କର ଅଭିଭାଷଣରେ ରାଉରକେଲାରେ ତାଙ୍କର ପାଠ ପଢ଼ିବାର ଅନୁଭୂତି ଓ ରାଉରକେଲା ସହ ତାଙ୍କର ନିବିଡ଼ ସମ୍ପର୍କର ସ୍ମୃତି ଚାରଣ କରିଥିଲେ୤ ସେହିଭଳି କାଦମ୍ବିନୀ ପକ୍ଷରୁ ଆୟୋଜନ କରାଯାଉଥିବା ଆଲୋଚନାଚକ୍ର, ସାହିତ୍ୟ ସଭା, ପତ୍ରିକା ହାଟ ସହିତ ଭବିଷ୍ୟତ ଯୋଜନା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ୤ ଏହି ଅବସରରେ ଅତିଥିଗଣ କାଦମ୍ବିନୀ ଓ କୁନିକଥାର ଫେବୃଆରୀ ସଂଖ୍ୟା ଉନ୍ମୋଚନ କରିଥିଲେ ଓ କାଦମ୍ବିନୀ ପରିବାର ପକ୍ଷରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤ ‘କୁନିକଥା’ର ସଂଯୋଜକ ଶରତ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ୤ ଏହି ସାହିତ୍ୟ ସମାବେଶରେ ଇସ୍ପାତ ସହରର ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୫ ଆପଣଙ୍କ ମତାମତ ?

  • ୧. ସୁକାନ୍ତ କୁମାର ସାହୁ |  ଫେବୃଆରୀ ୧୩, ୨୦୧୨ - ୫:୨୬ ପୂର୍ବାହ୍ନ

    ବହୁତ ଭଲ websiteଟିଏ………….ଧନ୍ୟବାଦ

  • ୨. ସୁକାନ୍ତ କୁମାର ସାହୁ |  ଫେବୃଆରୀ ୧୩, ୨୦୧୨ - ୫:୩୯ ପୂର୍ବାହ୍ନ

    ଏଇ ଓଡିଆ ୱେବ୍‌ସାଇଟ୍‌ ପାଇଁ ପ୍ରତେକ ଓଡିଆଙ୍କ ଅପେକ୍ଷା ଥିଲା୤ ତଥାପି କିଛି word type କରି ହେଉନି୤
    ଏ ସମ୍ପର୍କରେ ଯୋଗାଯୋଗ କିପରି କରିହେବ? ବହୁତ ବହୁତ ଧନ୍ୟବାଦ୍

  • ୩. ଅସିମ୍ ଅମିତାଭ୍ ଦାସ୍ (କାହ୍ନା) |  ଫେବୃଆରୀ ୧୪, ୨୦୧୨ - ୬:୫୬ ପୂର୍ବାହ୍ନ

    ଗଳ୍ପ, ସାହିତ୍ୟ ଭଳି ରାମାୟଣ, ମହାଭାରତ ବ୍ୟବସ୍ଥା ଥିଲେ ଭଲ ହେବ୤

  • ୪. Dipti Sundar Mohapatra |  ଫେବୃଆରୀ ୧୭, ୨୦୧୨ - ୨:୪୧ ପୂର୍ବାହ୍ନ

    ବହୁତ୍ ଭଲ ସାଇଟ୍ ଟିଏ ହୋଇଛି !!!

  • ୫. ଦିପ୍ତି ସୁନ୍ଦର |  ଫେବୃଆରୀ ୧୭, ୨୦୧୨ - ୩:୨୮ ପୂର୍ବାହ୍ନ

    ଓଡିଆ ରେ ଲେଖିବା ଏବେ ଅତି ସହଜ ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤