ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁରେନ୍ଦ୍ର ମହାନ୍ତି
ସଦାନନ୍ଦ ତ୍ରିପାଠୀ
ସ୍ବଭାବ କବି ଗଙ୍ଗାଧର ମେହେର
ଅଶୋକ ଚନ୍ଦ୍ର ମହାପାତ୍ର
ମହାପାତ୍ର ନୀଳମଣି ସାହୁ
ବିଦ୍ୟୁତପ୍ରଭା ଦେବୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

୧୭ତମ ରାଉରକେଲା ପୁସ୍ତକମେଳା ଉଦ୍‌ଘାଟିତ
 |- ଓଡ଼ିଆସାହିତ୍ୟ ପ୍ରବନ୍ଧକ
 
 
ତା: ଜାନୁଆରୀ ୪, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ରାଉରକେଲା: ଆଦର୍ଶ ପାଠାଗାର ଦ୍ବାରା ଆୟୋଜିତ ୧୭ତମ ରାଉରକେଲା ପୁସ୍ତକମେଳା ଗତ ୨ ତାରିଖ ଦିନ ଭଞ୍ଜଭବନ ପରିସରରେ ରାଉରକେଲା ଇସ୍ପାତ କାରଖାନାର ପରିଚାଳନା ନିର୍ଦ୍ଦେଶକ ଏସ୍. ଏନ୍. ସିଂହଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି୤ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ ମେଳାରେ ୧୧୦ଟି ଷ୍ଟଲ୍‌ରେ ୮୦ ରୁ ଊର୍ଦ୍ଧ୍ବ ପୁସ୍ତକ ପ୍ରକାଶନୀ ସଂସ୍ଥା ସମେତ ପଠନ ସାମଗ୍ରୀ ଓ ଶିକ୍ଷାନୁଷ୍ଠାନମାନେ ଯୋଗାଇଦେଇଛନ୍ତି୤ ଏହି ମେଳାରେ ବିଦ୍ୟାପୁରୀ, ଓଡିଶା ବୁକ୍‌ଷ୍ଟୋର୍, କଟକ ଷ୍ଟୁଡେଣ୍ଟସ୍ ଷ୍ଟୋର୍, ଗ୍ରନ୍ଥ ମନ୍ଦିର, ଓଡିଶା ସାହିତ୍ୟ ଏକାଡେମୀ, ଟାଇମ୍ ପାସ୍, ଚିତ୍ରୋତ୍ପଳା ପବ୍ଲିକେଶନ୍ ପରି ରାଜ୍ୟସ୍ତରୀୟ ପୁସ୍ତକ ପ୍ରକାଶନୀ ସଂସ୍ଥା ଯୋଗଦେଇଛନ୍ତି ୤

ସେହିପରି କେନ୍ଦ୍ର ସାହିତ୍ୟ ଏକାଡେମୀ, ନେଶ୍‌ନାଲ୍ ବୁକ୍ ଟ୍ରଷ୍ଟ, ଗୁଡ୍ ବୁକ୍ସ୍, କ୍ରିଷ୍ଣମୂତ୍ତୀ ଫାଉଣ୍ଡେସନ୍ ପରି ଜାତୀୟ ସ୍ତରର ସଂସ୍ଥା ଆଦି ମଧ୍ୟ ଯୋଗଦେଇଛନ୍ତି ୤ ପ୍ରତିଦିନ ଅପରାହ୍ନ ୩ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଉକ୍ତ ମେଳା ଖୋଲା ରହୁଥିବା ବେଳେ ରବିବାର ଓ ଛୁଟିଦିନରେ ଅପରାହ୍ନ ୧ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଉକ୍ତ ମେଳା ଖୋଲା ରହିବ ୤ ମେଳା ପରିସରରେ ପ୍ରତ୍ୟେକ ଦିନ ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ୤ ଏହା ସହିତ ମେଳା ପରିସରରେ ନୂତନ ପୁସ୍ତକ ଉନ୍ମୋଚନ ଓ ପାଠକ – ଲେଖକ ଆଲୋଚନା ମଧ୍ୟ ହେଉଛି ୤ ପ୍ରବଳ ଶୀତ ସତ୍ତ୍ବେ ମଧ୍ୟ ଦୈନିକ ହଜାର ହଜାର ଦର୍ଶକ ମେଳା ବୁଲୁଛନ୍ତି ୤ ମେଳା ବୁଲିବା ପାଇଁ ପ୍ରବେଶିକା ଶୁଳ୍କ ଜଣ ପିଛା ୨ ଟଙ୍କା ରଖାଯାଇଛି ୤ ଆସନ୍ତା ୧୧ ତାରିଖ ଦିନ ସଂଧ୍ୟାରେ ଉକ୍ତ ମେଳା ରାଜ୍ୟ ଖାଉଟି ଓ ଯୋଗାଣ ମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଯାପିତ ହେବାର କାର୍ଯ୍ୟକ୍ରମ ରହିଛି ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. drdps |  ଜାନୁଆରୀ ୬, ୨୦୧୦ - ୧:୫୨ ଅପରାହ୍ନ

    ଭଲ ପ୍ରୟାସ, ଧନ୍ୟବାଦ୤

  • ୨. ¤áÕÚ³ ¸jõ ÌØÚÈÚÂõ999999 |  ଜାନୁଆରୀ ୧୯, ୨୦୧୦ - ୯:୦୮ ପୂର୍ବାହ୍ନ

    ଆପଣଙ୍କର ଏହି ପ୍ରୟାସ ଦ୍ବାରା ଜଣେ ସ୍ବାଭିମାନୀ ଓଡିଆ ଭାବେ ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤