ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଅମରେନ୍ଦ୍ର ଖଟୁଆ
ଅଶୋକ ଚନ୍ଦ୍ର ମହାପାତ୍ର
ମନୋରଞ୍ଜନ ପାଣିଗ୍ରାହୀ
ନିତ୍ୟାନନ୍ଦ ମହାପାତ୍ର
ଫକୀରମୋହନ ସେନାପତି
ଗୋପୀନାଥ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମାର୍ଚ୍ଚ୍ ୩, ୨୦୧୨  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ଭୁବନେଶ୍ବର: “ନିର୍ବାଣ” ପୁସ୍ତକର ଲେଖକ ମନୋଜ ମହାପାତ୍ର ଫେରାଇଥିବା ପୁରସ୍କାରକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗ୍ରହଣ କରାଯାଇଛି୤ ଏକାଡେମୀର ସମ୍ପାଦକ ବିଜୟ କୁମାର ନାୟକ ଏ ସଂପର୍କରେ କହିଛନ୍ତି ଯେ “ନିର୍ବାଣ” ପୁସ୍ତକକୁ ନେଇ ବିବାଦ ଦେଖା ଦେବା ପରେ ଲେଖକ ଶ୍ରୀ ମହାପାତ୍ର ତାଙ୍କ ପୁରସ୍କାର ଏକାଡେମୀକୁ ଫେରାଇ ଦେଇଥିଲେ୤ ତାହା ଗ୍ରହଣ କରାଯିବ କି ନାହିଁ ସେ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା୤ ନିକଟରେ ସାହିତ୍ୟ ଏକାଡେମୀ ପକ୍ଷରୁ ଆହୂତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହେବା ପରେ ଶ୍ରୀ ମହାପାତ୍ର ଫେରସ୍ତ ଦେଇଥିବା ତାଙ୍କ ପୁରସ୍କାରକୁ ଏକାଡେମୀ ଗ୍ରହଣ କରିଛି୤

ସୂଚନାଯୋଗ୍ୟ ଯେ, ଶ୍ରୀ ମହାପାତ୍ରଙ୍କ “ନିର୍ବାଣ” ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ନେଇ ଘୋଷଣା ପରେ ୨୦୧୧ ପୂଜା ସଂଖ୍ୟା ସାମ୍ନା ପତ୍ରିକାରେ ଏକ ତଥ୍ୟ ସମ୍ବଳିତ ଲେଖା ପ୍ରକାଶ ପାଇଥିଲା୤ ପୁସ୍ତକର ଅନେକ ପାରା ଏପରି ଧାଡ଼ିକୁ ଲେଖକ ସିଧାସିଧା ଭାବେ ବୌଦ୍ଧ ସନ୍ୟାସୀ ଥିଜ୍ ନାଥ ହାନ୍‌ଙ୍କ “ଓଲଡ୍ ପାଥ୍, ହ୍ବାଇଟ୍ କ୍ଲାଉଡ୍‌ସ୍”ରୁ ଉଠାଇ ନେଇଛନ୍ତି ବୋଲି ଲେଖକ ବିବୁଧ ରଞ୍ଜନ ଅଭିଯୋଗ ଉଠାଇଥିଲେ୤ ପରେ ଏହା ମୌଳିକ ପୁସ୍ତକ ହୋଇ ନଥିବାରୁ ଲେଖକଙ୍କଠାରୁ ପୁରସ୍କାର ପ୍ରତ୍ୟାହାର କରିବା ଲାଗି ମୁକ୍ତ ସାହିତ୍ୟ ମଞ୍ଚ ପକ୍ଷରୁ ଅସିତ ମହାନ୍ତି ଓ ଅନ୍ୟ ୨୨ ଜଣ ଲେଖକ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଏକ ଦାବିପତ୍ର ଦେଇଥିଲେ୤

ଏହାକୁ ବିଚାରକୁ ନେଇ ସାହିତ୍ୟ ଏକାଡେମୀ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍ତର ଦିଆଯାଇଥିଲା୤ ମାତ୍ର ମୁକ୍ତ ସାହିତ୍ୟ ମଞ୍ଚ ପକ୍ଷରୁ ସରୋଜ ବଳ ଏନେଇ ଓଡିଶା ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ୤ ଜାନୁଆରି ୧୦ ତାରିଖରେ ଏହି ମାମଲାର ଶୁଣାଣି କରି ନ୍ୟାୟାଳୟ ପୁରସ୍କାର ପ୍ରତ୍ୟାହାର ସମ୍ପର୍କରେ ୪ ସପ୍ତାହ ମଧ୍ୟ ନିଷ୍ପତ୍ତି ନେବାକୁ ଏକାଡେମୀକୁ ନିର୍ଦ୍ଦେଶ ଦେଇଥିଲେ୤

ସାହିତ୍ୟ ଏକାଡେମୀ ପକ୍ଷରୁ ଦୁଇଟିଯାକ ପୁସ୍ତକକୁ ଅନୁଧ୍ୟାନ କରି ଅଭିଯୋଗ ସଂପର୍କରେ ନିଜର ମତାମତ ଦେବା ପାଇଁ ଦୁଇ ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଥିଲା୤ ଦୁଇଜଣ ଯାକ ବିଶେଷଜ୍ଞ “ନିର୍ବାଣ” ପୁସ୍ତକଟି କଛି ଅଂଶ ଅନୂଦିତ ଓ କିଛି ଅଂଶ ଛାୟାରେ ଲିଖିତ ବୋଲି ଏକାଡେମୀକୁ ଜଣାଇଥିଲେ୤ ଛାୟାରେ ଲିଖିତ କୌଣସି ପୁସ୍ତକକୁ ଏକାଡେମୀ ପକ୍ଷରୁ ପୁରସ୍କାର ଦିଆଯାଏ ନାହିଁ ବୋଲି ନିୟମ ରହିଛି୤ ତଦନୁଯାୟୀ ସାହିତ୍ୟ ଏକାଡେମୀ ପକ୍ଷରୁ “ନିର୍ବାଣ” ପୁସ୍ତକର ଲେଖକ ଫେରାଇ ଦେଇଥିବା ପୁରସ୍କାରକୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦିଆଯାଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤