ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: “ନିର୍ବାଣ” ପୁସ୍ତକର ଲେଖକ ମନୋଜ ମହାପାତ୍ର ଫେରାଇଥିବା ପୁରସ୍କାରକୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗ୍ରହଣ କରାଯାଇଛି ଏକାଡେମୀର ସମ୍ପାଦକ ବିଜୟ କୁମାର ନାୟକ ଏ ସଂପର୍କରେ କହିଛନ୍ତି ଯେ “ନିର୍ବାଣ” ପୁସ୍ତକକୁ ନେଇ ବିବାଦ ଦେଖା ଦେବା ପରେ ଲେଖକ ଶ୍ରୀ ମହାପାତ୍ର ତାଙ୍କ ପୁରସ୍କାର ଏକାଡେମୀକୁ ଫେରାଇ ଦେଇଥିଲେ ତାହା ଗ୍ରହଣ କରାଯିବ କି ନାହିଁ ସେ ସଂପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନଥିଲା ନିକଟରେ ସାହିତ୍ୟ ଏକାଡେମୀ ପକ୍ଷରୁ ଆହୂତ ଏକ ବୈଠକରେ ଏ ନେଇ ନିଷ୍ପତ୍ତି ହେବା ପରେ ଶ୍ରୀ ମହାପାତ୍ର ଫେରସ୍ତ ଦେଇଥିବା ତାଙ୍କ ପୁରସ୍କାରକୁ ଏକାଡେମୀ ଗ୍ରହଣ କରିଛି
ସୂଚନାଯୋଗ୍ୟ ଯେ, ଶ୍ରୀ ମହାପାତ୍ରଙ୍କ “ନିର୍ବାଣ” ପୁସ୍ତକ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ନେଇ ଘୋଷଣା ପରେ ୨୦୧୧ ପୂଜା ସଂଖ୍ୟା ସାମ୍ନା ପତ୍ରିକାରେ ଏକ ତଥ୍ୟ ସମ୍ବଳିତ ଲେଖା ପ୍ରକାଶ ପାଇଥିଲା ପୁସ୍ତକର ଅନେକ ପାରା ଏପରି ଧାଡ଼ିକୁ ଲେଖକ ସିଧାସିଧା ଭାବେ ବୌଦ୍ଧ ସନ୍ୟାସୀ ଥିଜ୍ ନାଥ ହାନ୍ଙ୍କ “ଓଲଡ୍ ପାଥ୍, ହ୍ବାଇଟ୍ କ୍ଲାଉଡ୍ସ୍”ରୁ ଉଠାଇ ନେଇଛନ୍ତି ବୋଲି ଲେଖକ ବିବୁଧ ରଞ୍ଜନ ଅଭିଯୋଗ ଉଠାଇଥିଲେ ପରେ ଏହା ମୌଳିକ ପୁସ୍ତକ ହୋଇ ନଥିବାରୁ ଲେଖକଙ୍କଠାରୁ ପୁରସ୍କାର ପ୍ରତ୍ୟାହାର କରିବା ଲାଗି ମୁକ୍ତ ସାହିତ୍ୟ ମଞ୍ଚ ପକ୍ଷରୁ ଅସିତ ମହାନ୍ତି ଓ ଅନ୍ୟ ୨୨ ଜଣ ଲେଖକ ଓଡ଼ିଶା ସାହିତ୍ୟ ଏକାଡେମୀକୁ ଏକ ଦାବିପତ୍ର ଦେଇଥିଲେ
ଏହାକୁ ବିଚାରକୁ ନେଇ ସାହିତ୍ୟ ଏକାଡେମୀ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍ତର ଦିଆଯାଇଥିଲା ମାତ୍ର ମୁକ୍ତ ସାହିତ୍ୟ ମଞ୍ଚ ପକ୍ଷରୁ ସରୋଜ ବଳ ଏନେଇ ଓଡିଶା ଉଚ୍ଚନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲେ ଜାନୁଆରି ୧୦ ତାରିଖରେ ଏହି ମାମଲାର ଶୁଣାଣି କରି ନ୍ୟାୟାଳୟ ପୁରସ୍କାର ପ୍ରତ୍ୟାହାର ସମ୍ପର୍କରେ ୪ ସପ୍ତାହ ମଧ୍ୟ ନିଷ୍ପତ୍ତି ନେବାକୁ ଏକାଡେମୀକୁ ନିର୍ଦ୍ଦେଶ ଦେଇଥିଲେ
ସାହିତ୍ୟ ଏକାଡେମୀ ପକ୍ଷରୁ ଦୁଇଟିଯାକ ପୁସ୍ତକକୁ ଅନୁଧ୍ୟାନ କରି ଅଭିଯୋଗ ସଂପର୍କରେ ନିଜର ମତାମତ ଦେବା ପାଇଁ ଦୁଇ ଜଣ ବିଶେଷଜ୍ଞଙ୍କୁ ନିଯୁକ୍ତ କରାଯାଇଥିଲା ଦୁଇଜଣ ଯାକ ବିଶେଷଜ୍ଞ “ନିର୍ବାଣ” ପୁସ୍ତକଟି କଛି ଅଂଶ ଅନୂଦିତ ଓ କିଛି ଅଂଶ ଛାୟାରେ ଲିଖିତ ବୋଲି ଏକାଡେମୀକୁ ଜଣାଇଥିଲେ ଛାୟାରେ ଲିଖିତ କୌଣସି ପୁସ୍ତକକୁ ଏକାଡେମୀ ପକ୍ଷରୁ ପୁରସ୍କାର ଦିଆଯାଏ ନାହିଁ ବୋଲି ନିୟମ ରହିଛି ତଦନୁଯାୟୀ ସାହିତ୍ୟ ଏକାଡେମୀ ପକ୍ଷରୁ “ନିର୍ବାଣ” ପୁସ୍ତକର ଲେଖକ ଫେରାଇ ଦେଇଥିବା ପୁରସ୍କାରକୁ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦିଆଯାଇଛି