ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କେ.ଶ୍ୟାମବାବୁ ଦୋରା
ଅନନ୍ତ ପଟ୍ଟନାୟକ
ବୈକୁଣ୍ଠନାଥ ପଟ୍ଟନାୟକ
ସନ୍ଥକବି ଭୀମ ଭୋଇ
ତ୍ରିନାଥ ସିଂହ
କିଶୋରୀକିଙ୍କର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମାର୍ଚ୍ଚ୍ ୫, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

କଟକ : ପୁସ୍ତକ ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ୤ ସବୁ ଜାଗାରେ, ସବୁ ସମୟରେ, ସବୁ ପରିସ୍ଥିତିରେ ପୁସ୍ତକକୁ ବ୍ୟବହାର କରିହେବ୤ ମଣିଷ ଜୀବନରେ ପୁସ୍ତକର କୌଣସି ବିକଳ୍ପ ନାହିଁ୤ କଟକର ଐତିହାସିକ ବାଲିଯାତ୍ରା ପଡିଆଠାରେ କଟକ ପୁସ୍ତକମେଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ଏ ମତ ପ୍ରଦାନ କରିଛନ୍ତି୤ କଟକ ପୁସ୍ତକମେଳାକୁ ଉଦ୍‌ଘାଟନ କରିଛନ୍ତି ଓଡ଼ିଆ ସାହିତ୍ୟଜଗତର ଖ୍ୟାତନାମା କବି ରମାକାନ୍ତ ରଥ୤ ଶ୍ରୀ ରଥ ଏହି ଅବସରରେ ପ୍ରାଚୀନ ପୁସ୍ତକର ପୁର୍ନମୁଦ୍ରଣ ଉପରେ ଗୁରୁତ୍ବ ଦେବା ସହିତ ପୁସ୍ତକର ରାଜଧାନୀ କଟକରେ ନ୍ୟାସ୍‌ନାଲ ବୁକ୍‌ ଟ୍ରଷ୍ଟ ଏ ପ୍ରକାର ଏକ ପୁସ୍ତକମେଳା ଆୟୋଜନ କରିଥିବାରୁ ତାହାର ପ୍ରଶଂସା କରିଥିଲେ୤ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ଅମୀୟ କୁମାର ପଟ୍ଟନାୟକ୤ ଶ୍ରୀ ପଟ୍ଟନାୟକ ପୁସ୍ତକକୁ ମାନବଜାତିର ଇତିହାସର ନିର୍ଭୁଲ ଦଲିଲ ଭାବେ ବର୍ଣ୍ଣନା କରିବା ସହିତ ପୁସ୍ତକ ମଣିଷର ଚେତନାର ବିକାଶରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ୤

ଅନ୍ୟତମ ଅତିଥି ଏନବିଟିର ନିର୍ଦ୍ଦେଶକ ସତୀଶ କୁମାର ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଏନିବିଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି ଓ ଆଗାମୀ ଦିନରେ ଏହି ଧାରାକୁ ଅବ୍ୟାହତ ରଖିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ୤ ଉତ୍ସବରେ ମୁଖ୍ୟବକ୍ତା ପ୍ରଫେସର ଦାଶରଥୀ ପ୍ରସାଦ ଦାସ ପୁସ୍ତକମେଳାର ଆବଶ୍ୟକତା ତଥା ଗୁରୁତ୍ବଉପରେ ମତବ୍ୟକ୍ତ କରିଥିଲେ୤ ପୁସ୍ତକମେଳା କମିଟିର ସଂଯୋଜକ ତଥା ରାଜ୍ୟ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଉକ୍ଟର ବିଜୟାନନ୍ଦ ସିଂହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହିତ ଓଡ଼ିଆ ଭାଷା ସାହିତ୍ୟର ବିକାଶରେ କଟକର ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଅବତାରଣା କରିଥିଲେ୤ ପୁସ୍ତକମେଳାର ଭାରପ୍ରାପ୍ତ ଅଧିକାରୀ ତଥା ଏନବିଟିର ଓଡ଼ିଆ ବିଭାଗର ସଂପାଦକ ଡକ୍ଟର ପ୍ରମୋଦ କୁମାର ସର୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ୤ ଏହି ଅବସରରେ ପୁସ୍ତକ ପ୍ରକାଶ ଓ ବିକ୍ରେତା ସଂଘ ପକ୍ଷରୁ ଏନବିଟିର ନିର୍ଦ୍ଦେଶକ ସତୀଶ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤ କଟକର ଜିଲ୍ଲାପାଳ କିଶୋର କୁମାର ମହାନ୍ତି ସ୍ବାଗତଭାଷଣ ପ୍ରଦାନ କରିଥିବା ବେଳେ ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର ସଭାପତି କୃଷ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ୤ ଏବର୍ଷ କଟକ ପୁସ୍ତମେଳାର ସର୍ବମୋଟ ୧୧୦ଟି ଷ୍ଟଲ ଖୋଲାଯାଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ଶୁଭାଶିସ ମହାନ୍ତି |  ମାର୍ଚ୍ଚ୍ ୧୨, ୨୦୧୧ - ୧୦:୪୧ ପୂର୍ବାହ୍ନ

    Mother tongue is our proud.

  • ୨. ପୂର୍ଣ୍ଣ ଚନ୍ଦ୍ର ରଥ |  ଏପ୍ରିଲ୍ ୧୩, ୨୦୧୧ - ୯:୨୯ ଅପରାହ୍ନ

    ଓଡିଆ ଭାଷାରେ ବହୁ ଦୁର୍ମୂଲ୍ୟ ପୁରାତନ ପୁସ୍ତକ ତ ପୁନର୍ମୁଦ୍ରଣ ହେବା ଆବଶ୍ୟକ. ଏହା ବ୍ୟତୀତ ଜଣା ଶୁଣା ବହୁ ଲେଖକଙ୍କର ଯଥା ଲକ୍ଷ୍ମୀକାନ୍ତ ମହାପାତ୍ର, କେଶବ ରାମାୟଣ, ବିଶି ରାମାୟଣ ଆଦି ପୁସ୍ତକ ଗୁଡିକ ମଧ୍ୟ ପୁଣି ମୁଦ୍ରଣ ହେବା ଆବଶ୍ୟକ. କପିରାଇଟ୍ ନ ଥିବା ଅଧିକାଂଶ ବହି ବିଭିନ୍ନ ସାଇଟ୍ ରେ ଅନ୍ ଲାଇନ୍ ଉପଲବ୍ଧ କରାଯିବା ଆବଶ୍ୟକ.

  • ୩. ଅଶୋକ କୁମାର ସାହୁ |  ଅଗଷ୍ଟ୍ ୩୧, ୨୦୧୧ - ୨:୪୮ ପୂର୍ବାହ୍ନ

    ଅନ୍ ଲାଇନ୍ ରେ ଓଡିଆ ଭାଷାରେ ଅଧିକାଂଶ ବହି ବିଭିନ୍ନ ସାଇଟ୍ ରେ ଆବଶ୍ୟକତା ରହିଛି . ଉପଲବ୍ଧ ରହିଥିବା ଗଳ୍ପ , ପ୍ରବନ୍ଧ, କବିତା ଆଦି ଗୁଡିକର UPDATE ରହିବା ଦରକାର.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤