ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ତରୁଣକାନ୍ତି ମିଶ୍ର
ଫତୁରାନନ୍ଦ
ସୌଭାଗ୍ୟ ମିଶ୍ର
ସଦାନନ୍ଦ ତ୍ରିପାଠୀ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ଦେବେନ୍ଦ୍ର ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁନ୍ ୨୦, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ୧୯୫୭ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ସ୍ବତନ୍ତ୍ର ଅନୁଷ୍ଠାନ ଭାବେ ସ୍ଥାପିତ ହୋଇଥିବା ନେସ୍‌ନାଲ୍ ବୁକ୍ ଟ୍ରଷ୍ଟ(ଏନ୍‌ବିଟି) ଓଡ଼ିଶାରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି୤ ପୂର୍ବରୁ ଏହି ସଂସ୍ଥାର ତିନୋଟି ଆଞ୍ଚଳିକ କାର୍ଯ୍ୟାଳୟ କୋଲ୍‌କାତା, ବାଙ୍ଗାଲୋର ଓ ମୁମ୍ବାଇରେ ରହିଥିଲାବେଳେ ଖୁବ୍ ଶୀଘ୍ର ଭୁବନେଶ୍ବର, ହାଇଦ୍ରାବାଦ ଓ ଗୋଆ ଠାରେ ତିନୋଟି ଶାଖା କାର୍ଯ୍ୟାଳୟ ଖୋଲିବାର ଯୋଜନା ରହିଛି୤

ଓଡ଼ିଶା ଶାଖା କାର୍ଯ୍ୟାଳୟ ପାଇଁ ରାଜ୍ୟ ସରକାର ଜମି ଓ ଆବଶ୍ୟକ ଭିତ୍ତିଭୂମି ଯୋଗାଇଦେଲେ ଏହା ଆରମ୍ଭ ହେବ ବୋଲି ଏନ୍‌ବିଟିର ନିର୍ଦ୍ଦେଶକ ଏମ୍.ସିକନ୍ଦର ସୂଚନା ଦେଇଛନ୍ତି୤ ସ୍ଥାନୀୟ ପାନ୍ଥନିବାସ ଠାରେ ଏନ୍‌ବିଟି ଓଡ଼ିଆ ଭାଷା ଉପଦେଷ୍ଟା ମଣ୍ଡଳୀର ଏକ ବୈଠକରେ ଯୋଗଦେବା ଅବସରରେ ଶ୍ରୀ ସିକନ୍ଦର ଏହି ସୂଚନା ଦେଇଛନ୍ତି୤ ସେହିପରି ଏହି କାର୍ଯ୍ୟାଳୟରେ ଏନ୍‌ବିଟି ପକ୍ଷରୁ ପ୍ରକାଶିତ ସମସ୍ତ ପ୍ରକାରର ପୁସ୍ତକ ବିକ୍ରୟ ସହିତ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡ଼େମୀ ପକ୍ଷରୁ ପ୍ରକାଶିତ ସମସ୍ତ ପୁସ୍ତକ ବିକ୍ରୟ ପାଇଁ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଥିଲେ୤

ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଏନ୍‌ବିଟିର ମୁଖ୍ୟ ସମ୍ପାଦକଙ୍କ ସମେତ ଓଡ଼ିଆ ବିଭାଗ ସହ ସମ୍ପାଦକ ଡ.ପ୍ରମୋଦ କୁମାର ସର, ପ୍ରଫେସର ଦାଶରଥି ଦାଶ, ବୀଣାପାଣି ମହାନ୍ତି, ଡ.ବିଜୟାନନ୍ଦ ସିଂହ ପ୍ରମୁଖ ବିଦ୍ବାନଗଣ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ୤ ବିଗତ ୫ ବର୍ଷ ମଧ୍ୟରେ ଏନ୍‌ବିଟି ପକ୍ଷରୁ ୧୭୦ରୁ ଊର୍ଦ୍ଧ୍ବ ଓଡ଼ିଆ ପୁସ୍ତକ ପ୍ରକାଶିତ ହୋଇଥିବା ନେଇ ଏହି ଅବସରରେ ସୂଚନା ଦିଆଯାଇଥିଲା୤ ସେହିପରି ଓଡ଼ିଶାର ବିଶିଷ୍ଟ ସାହିତ୍ୟିକମାନଙ୍କ କୃତିଗୁଡ଼ିକୁ ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ଏନ୍‌ବିଟି ଉଦ୍ୟମରତ ବୋଲି ଡ.ପ୍ରମୋଦ ସର ସୂଚନା ଦେଇଥିଲେ୤ ଏହା ବ୍ୟତୀତ ଓଡ଼ିଶାର ଦୁଇ ବିଶିଷ୍ଟ ସାହିତ୍ୟିକ ଗୋପିନାଥ ମହାନ୍ତି ଓ ସଚ୍ଚି ରାଉତରାୟଙ୍କ ଜୀବନୀକୁ ଏନ୍‌ବିଟିର ‘ଜାତୀୟ ଜୀବନ ଚରିତମାଳା’ ମାଧ୍ୟମରେ ପ୍ରକାଶିତ କରାଯିବ ବୋଲି ଡ.ସର ସୁଚନା ଦେଇଥିଲେ୤

ସୂଚନାଯୋଗ୍ୟ ଯେ, ଭାରତର ବିଭିନ୍ନ ଭାଷାର ଶ୍ରେଷ୍ଠ ଲେଖାଗୁଡ଼ିକ ସହିତ ଇଂରାଜୀ ଓ ହିନ୍ଦୀ ଭାଷାରେ ବିଭିନ୍ନ ଉପାଦେୟ ଓ ଜ୍ଞାନବର୍ଦ୍ଧକ ପୁସ୍ତକଗୁଡ଼ିକୁ ସୁଲଭ ମୂଲ୍ୟରେ ପାଠକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଏନ୍‌ବିଟି ପକ୍ଷରୁ ବହୁବିଧ ଉଦ୍ୟମ କରାଯାଉଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤