ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅକ୍ଷୟ ମହାନ୍ତି
ଫତୁରାନନ୍ଦ
ମଧୁସୂଦନ ଦାସ
କୃଷ୍ଣପ୍ରସାଦ ମିଶ୍ର
ସାର୍‌ ବାସୁଦେବ ସୁଢ଼ଳଦେବ
ଗନ୍ତାୟତ ଶିବପ୍ରସାଦ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଅଗଷ୍ଟ୍ ୨୩, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ଆସନ୍ତା ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏକ ଜାତୀୟସ୍ତରରେ ସମାରୋହ ଭୁବନେଶ୍ବରଠାରେ ଅନୁଷ୍ଠିତ ହେବ୤ ଏଥିରେ ସାରା ଭାରତରୁ ୨୦୧୧ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର ଓ ଯୁବ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରାୟ ୨୫ଟି ଭାଷାର ଲେଖକମାନେ ଯୋଗ ଦେବେ୤ ଏହାବ୍ୟତୀତ କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟନିର୍ବାହୀ ପରିଷଦ ଓ ସାଧାରଣ ପରିଷଦର ସଦସ୍ୟ ଏବଂ ଏହାର ସର୍ବୋଚ୍ଚ ସମ୍ମାନ ପାଉଥିବା ଫେଲୋମାନେ ମଧ୍ୟ ଏଥିରେ ଯୋଗଦେବେ୤ ରାଜ୍ୟ ବାହାରୁ ପ୍ରାୟ ଦେଢ଼ଶହରୁ ଊର୍ଦ୍ଧ୍ବ ସାହିତ୍ୟିକଙ୍କ ଉପସ୍ଥିତି ଏହି ସମାରୋହର ସ୍ବତନ୍ତ୍ର ମର୍ଯ୍ୟାଦା ଆକର୍ଷଣ ହେବ୤ ଭୁବନେଶ୍ବରରେ ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଏଭଳି ଜାତୀୟସ୍ତରର ସମାରୋହ ଅନୁଷ୍ଠିତ ହେଉଛି୤

ସୂଚନା ମୁତାବକ ଅଗଷ୍ଟ ୨୪ ତାରିଖ ସନ୍ଧ୍ୟା ସାଢ଼େ ୫ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ ଅନୁବାଦ ପୁରସ୍କାର ପ୍ରଦାନ ଉତ୍ସବ୤ ଏଥିରେ ସଭାପତିତ୍ବ କରିବେ ସାହିତ୍ୟ ଏକାଡ଼େମୀର ସଭାପତି ସୁନୀଲ ଗଙ୍ଗାପାଧ୍ୟାୟ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଖ୍ୟାତ ଇଂରାଜୀ ଲେଖକ ଜୟନ୍ତ ମହାପାତ୍ର୤ ସେହିପରି ୨୫ ତାରିଖ ପୂର୍ବାହ୍ନ ସାଢ଼େ ୧୦ଟାରେ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ର ସଭାକକ୍ଷରେ ଅନୁଷ୍ଠିତ ଅନ୍ୟ ଏକ ସଭାରେ ଅନୁବାଦ ପୁରସ୍କାର ବିଜେତାଗଣ ସେମାନଙ୍କ ଅଭିବ୍ୟକ୍ତି ରଖିବେ୤ ସେହିଦିନ ସନ୍ଧ୍ୟା ସାଢ଼େ ୫ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ ଯୁବ ପୁରସ୍କାର ପ୍ରଦାନ ଉତ୍ସବ୤ ସାହିତ୍ୟ ଏକାଡ଼େମୀର ସଭାପତି ସୁନୀଲ ଗଙ୍ଗୋପାଧ୍ୟାୟ ସଭାପତିତ୍ବରେ ଅନୁଷ୍ଠିତ ହେବାକୁ ଥିବା ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ଏକାଡ଼େମୀର ପୂର୍ବତନ ସଭାପତି ଓ ଫେଲୋ କବି ରମାକାନ୍ତ ରଥ୤

୨୬ ତାରିଖ ପୂର୍ବାହ୍ନ ୧୦ଟାରେ ଆରମ୍ଭ ହେବ ସର୍ବଭାରତୀୟ କବିତା ପାଠୋତ୍ସବର ଅନୁଷ୍ଠାନ ‘ଅଭିବ୍ୟକ୍ତି’୤ ଏହାକୁ ଉଦ୍‌ଘାଟନ କରିବେ ପ୍ରଖ୍ୟାତ ଓଡ଼ିଆ କବି ଓ ଲେଖକ ସୀତାକାନ୍ତ ମହାପାତ୍ର୤ ସେଥିରେ ପ୍ରାରମ୍ଭିକ ବକ୍ତବ୍ୟ ରଖିବେ ଏକାଡ଼େମୀର ଓଡ଼ିଆଭାଷା ପରାମର୍ଶ ପରିଷଦର ଆବାହକ ବିଭୂତି ପଟ୍ଟନାୟକ୤ ଉଦ୍‌ଘାଟନୀ ଅଧିବେଶନରେ ଅନ୍ୟ ତିନିଟି ଭାଷାର ବିଶିଷ୍ଟ କବିମାନଙ୍କ ସହ ଓଡ଼ିଆ କବି ସୌଭାଗ୍ୟ ମିଶ୍ର କବିତା ପାଠ କରିବେ୤ ସେହିପରି ଅପରାହ୍ନ ୧୨ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା କବିତା ପାଠର ଅନ୍ୟ ତିନିଟି ଅଧିବେଶନରେ ଓଡ଼ିଶାର ଜଗନ୍ନାଥ ପ୍ରସାଦ ଦାସ, ହରପ୍ରସାଦ ଦାସ, ପ୍ରତିଭା ଶତପଥୀ, ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ପ୍ରଦୀପ କୁମାର ବିଶ୍ବାଳ, ରଞ୍ଜିତା ନାୟକଙ୍କ ସମେତ ଅନ୍ୟ ଆଠଟି ଭାଷାର ପ୍ରମୁଖ କବିମାନେ ନିଜ କବିତା ପାଠ କରିବେ୤ ଏହି ଉତ୍ସବଗୁଡ଼ିକରେ ଓଡ଼ିଶାର ସାହିତ୍ୟିକ, ସାହିତ୍ୟାନୁରାଗୀ ପାଠକ, ବିଶ୍ବବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ, ସାହିତ୍ୟ ଏକାଡ଼େମୀ ଦ୍ବାରା ସ୍ବୀକୃତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ରାଜ୍ୟର ଅନୁବାଦକଗଣ ଓ ଯୁବ ଲେଖକଲେଖିକାମାନଙ୍କୁ ବହୁ ସଂଖ୍ୟାରେ ଯୋଗଦେବା ଲାଗି ସାହିତ୍ୟ ଏକାଡ଼େମୀ ପକ୍ଷରୁ ଅନୁରୋଧ କରାଯାଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤