ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁବ୍ରତ ପ୍ରିୟବ୍ରତ ମହାନ୍ତି
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଶୈଳେନ୍ଦ୍ର କୁମାର ଜେନା
ସୁରେନ୍ଦ୍ର ମହାନ୍ତି
ଗଣେଶ୍ୱର ମିଶ୍ର
ଡକ୍ଟର ମାୟାଧର ମାନସିଂହ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

ଓଡ଼ିଶା ଲେଖିକା ସଂସଦର କବିତା ଆସର
 |- ଓଡ଼ିଆସାହିତ୍ୟ ପ୍ରେସ୍‌
 
 
ତା: ମେ ୬, ୨୦୧୧  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ରାଉରକେଲା: ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ଼ ଶାଖା ରାଉରକେଲା ପକ୍ଷରୁ ସ୍ଥାନୀୟ ମ୍ୟୁଜିକ୍‌ ସର୍କଲ ପରିସରରେ କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ଜୀବନାଦର୍ଶ ଉପରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି୤ ଆସର ଆରମ୍ଭରେ ଅଧ୍ୟାପିକା କଳ୍ପନା ଭୂୟାଁ କବିଙ୍କ ଜୀବନୀ ତଥା ଆଦର୍ଶ ଉପରେ ଏକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ୤ ମୁଖ୍ୟବକ୍ତା ଭାବେ ଡ.ଆଦିନନ୍ଦ ସାହୁ ବିଦ୍ୟୁତ୍‌ପ୍ରଭା ଦେବୀ ସଂସାର ଜଞ୍ଜାଳରେ ବାନ୍ଧି ହୋଇ ମଧ୍ୟ ସାହିତ୍ୟକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ଏବଂ ତାଙ୍କ ରଚିତ ଅନେକ ପଲ୍ଲୀ କବିତା ଏବେ ମଧ୍ୟ ଲୋକମାନଙ୍କ ମାନସପଟରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଥିଲେ୤ ଲେଖିକା ସଂସଦ ସୁନ୍ଦରଗଡ଼ ଶାଖାର ଆବାହିକ ଅଳକା ଚାନ୍ଦ ବର୍ତ୍ତମାନର କର୍ପୋରେଟ୍‌ ସଂସ୍କୃତିରେ ମଣିଷ ଜୀବନ ଭାରି ନିସଙ୍ଗ ହୋଇପଡୁଛି, ଯେଉଁଥି ପାଇଁ ମଣିଷ ଅଧିକ ଭାବେ ଜୀବନବାଦୀ ହେବା ଅପେକ୍ଷା ଭୋଗବାଦୀ ହୋଇପଡୁଛି ବୋଲି କହିଥିଲେ୤ ଏହି ଅବସରରେ ଆୟୋଜିତ କବିତା ଆସରରେ ସ୍ନେହଲତା ନାୟକ, ରାଜୀବ ପାଣି, ସୁନୀଲ ମହାନ୍ତି, ମୀନକେତନ ପଶାୟତ, ଡ.କିଶୋରୀ ଦାସ, ନିର୍ମଳା ମହାପାତ୍ର, ଡ.ଗୀତାଞ୍ଜଳି ପତି, ହିମାଂଶୁ ସାହୁ, ନମିତା ପାଇକରାୟ, କଳ୍ପନା ଭୂୟାଁ, ତ୍ରିଲୋଚନ ସ୍ବାଇଁ, ସବ୍ୟସାଚୀ ନାୟକ ପ୍ରମୁଖ କବିତା ପାଠ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤