ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବାମାଚରଣ ମିତ୍ର
ସୁଶାନ୍ତ ଦାଶ
ସୁବ୍ରତ ପ୍ରିୟବ୍ରତ ମହାନ୍ତି
ନିତ୍ୟାନନ୍ଦ ମହାପାତ୍ର
ସୁଧାଂଶୁ ଶେଖର ପାତ୍ର
ନନ୍ଦ କିଶୋର ବଳ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜାନୁଆରୀ ୧୨, ୨୦୧୩  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ଓଡ଼ିଆ ଭାଷାର ବିକାଶ ଓ ପ୍ରଚାର ପ୍ରସାର ପାଇଁ ଏକ ସବ୍‌ କମିଟି ଗଠନ କରାଯିବ୤ ଏହା ବ୍ୟତୀତ କାଳଜୟୀ ପୁସ୍ତକଗୁଡ଼ିକର ପୁନଃ ପ୍ରକାଶନ କରାଯିବ୤ ଏଥିପାଇଁ ଅନ୍ୟଏକ ସବ୍‌ କମିଟି ମଧ୍ୟ ଗଠନ ହେବ ବୋଲି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି୤ ଗଣଶିକ୍ଷା ମନ୍ତ୍ରୀ ରବିନାରାୟଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଧିକ ମଧୁ ବର୍ଣ୍ଣବୋଧ ଛାପିବା, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା, ବିଶ୍ବ ଓଡ଼ିଆ ସମ୍ମିଳନୀ ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହୋଇଛି୤ ଶୁକ୍ରବାର ସଚିବାଳୟଠାରେ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଉନ୍ନୟନ କମିଶନର ଯୁଗୋଳ କିଶୋର ମହାପାତ୍ରଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଭାଷା ପ୍ରତିଷ୍ଠାନ ନିର୍ଦ୍ଦେଶକ ହରିହର କାନୁନ୍‌ଗୋ, ସଦସ୍ୟ ଖଗେଶ୍ବର ମହାପାତ୍ର, ରାମଚନ୍ଦ୍ର ବେହେରା, ଗୁରୁପ୍ରସାଦ ମହାନ୍ତି, କୈଳାସ ଚନ୍ଦ୍ର ଟିକାୟତରାୟ ପ୍ରମୁଖ ଉପସ୍ଥିତ ଥିଲେ୤

ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲା୤ ସେଠାରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର କରିବାକୁ ନିଷ୍ପତ୍ତି ହୋଇଛି୤ ଯେଉଁ ପଡ଼ୋଶୀ ରାଜ୍ୟରେ ପିଲାମାନେ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଛନ୍ତି ସେଠାକାର ପିଲାଙ୍କୁ ଓଡ଼ିଆ ଭାଷାନ୍ତର କରାଯାଇ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ୤ ଓଡ଼ିଆ ଭାଷା ପ୍ରତିଷ୍ଠାନ ଏହି ଦାୟିତ୍ବ ନେବ୤ ସେହିପରି ପ୍ରାଥମିକ ସ୍ତରରେ ଓଡ଼ିଆ ଭାଷା ଶିକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ସୁଦ୍ଧ ମଧୁ ବର୍ଣ୍ଣବୋଧ ଛାପିବାକୁ ଭାଷା ପ୍ରତିଷ୍ଠାନକୁ କୁହାଯାଇଛି୤ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରସାର କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷ ଓ ସଙ୍ଗଠନକୁ ଭାଷା ପ୍ରତିଷ୍ଠାନ ସହ ସାମିଲ କରାଯିବା ପାଇଁ ଭାଷା ପ୍ରତିଷ୍ଠାନକୁ ଦାୟିତ୍ବ ଦିଆଯାଇଛି୤ ଓଡ଼ିଆ ଭାଷାର ପ୍ରସାର ପାଇଁ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସବ୍‌ କମିଟି ଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ମୃତ୍ୟୁଞ୍ଜୟ ସାମଲ, ଓଡ଼ିଶା |  ଏପ୍ରିଲ୍ ୨, ୨୦୧୩ - ୧:୩୯ ପୂର୍ବାହ୍ନ

    while typing in Odia on this page, it becomes difficult to write proper Odia. You are publishing enhancing the use of mother language- Odia, but this comment page does not support Odia typing. Plz see.

  • ୨. ମୃତ୍ୟୁଞ୍ଜୟ ସାମଲ |  ଏପ୍ରିଲ୍ ୨, ୨୦୧୩ - ୧:୪୫ ପୂର୍ବାହ୍ନ

    ବିଶେଷ ସଫ୍ଟଓଏର୍ ନଥିଲେ ବି ଓଡ଼ିଆରେ ଲେଖିହେବ ବୋଲି ଏହି ପୃଷ୍ଠାରେ ଲେଖିଲାବେଳେ ଅସୁବିଧା ଦୂର କରିବାକୁ ଚେଷ୍ଟା କରନ୍ତୁ ୤ ଆହୁରି ସୁବିଧା କଲେ ଭଲ ହେବ ୤

  • ୩. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଜୁଲାଇ ୨, ୨୦୧୩ - ୪:୪୯ ପୂର୍ବାହ୍ନ

    ବର୍ଣ୍ଣବୋଧ ଦ୍ୱାରା ହୋଇଛି ମୋର ମାତୃବୋଧ, ତାଆରି ପ୍ରଚାର ଆଉ ପ୍ରସାର ନିଶ୍ଚୟ ଜାତୀୟ ପ୍ରଚେଷ୍ଟା ବିନା ଝୁଣ୍ଟି ପଡ଼ିବ, ତେଣୁ ପଦକ୍ଷେପ ସ୍ୱାଗତଯୋଗ୍ୟ |

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤