ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

କିଶୋରୀ ଚରଣ ଦାସ
ଅମରେନ୍ଦ୍ର ଖଟୁଆ
ଆଶିଷ କୁମାର କର
ବାମାଚରଣ ମିତ୍ର
ଭକ୍ତକବି ମଧୁସୂଦନ ରାଓ
ଅମିୟବାଳା ପଟ୍ଟନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୪, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ରାଉରକେଲା: ଓଡ଼ିଆ ଭାଷା ଓ ସାହିତ୍ୟକୁ ସମଗ୍ର ବିଶ୍ବର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଇଣ୍ଟରନେଟ୍‌ ମାଧ୍ୟମରେ ଏକ ଅନନ୍ୟ ପ୍ରୟାସ ଭାବେ ଆରମ୍ଭ ହୋଇଥିବା‌ ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପୋର୍ଟାଲ୍‌ ଏବେ ତୃତୀୟ ବର୍ଷରେ ପଦାର୍ପଣ କରିଛି୤ ଛାପା ମାଧ୍ୟମରେ ଓଡିଆ ସାହିତ୍ୟର ଲେଖାଗୁଡ଼ିକ ପ୍ରତି ଆଗ୍ରହ ଦିନକୁ ଦିନ କମିଯାଉଥିବାବେଳେ କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ପ୍ରତି ଆଗ୍ରହ ବୃଦ୍ଧି ପାଉଥିବାରୁ ଏହି ପୋର୍ଟାଲ୍‌ www.odiasahitya.com ଏବେ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି୤ ଏହି ପୋର୍ଟାଲ୍‌ର ଅତିଥି ସମ୍ପାଦକ ଭାବେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ ଦାୟିତ୍ବ ତୁଲାଉଛନ୍ତି୤

ସମ୍ପ୍ରତି ଏହି ପୋର୍ଟାଲ୍‌ର ମୁଖ୍ୟ କାର୍ଯ୍ୟାଳୟ ରାଉରକେଲାରେ ରହିଥିଲାବେଳେ ରାଜଧାନୀ ଭୁବନେଶ୍ବରରେ ଏହାର ଏକ ଶାଖା କାର୍ଯ୍ୟାଳୟ ଆରମ୍ଭ ହୋଇଛି୤ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ଏହି ଶାଖା କାର୍ଯ୍ୟାଳୟ ମାଧ୍ୟମରେ ରାଜ୍ୟର ଉପକୂଳ ଅଞ୍ଚଳର ପାଠକ, ଲେଖକ ଆଦି ଏହି ପୋର୍ଟାଲ୍‌ ବାବଦରେ ସମସ୍ତ ତଥ୍ୟ ଓ ସୂଚନା ନିମନ୍ତେ ଯୋଗାଯୋଗ କରିପାରିବେ୤ ସ୍ଥାନୀୟ ହଂଶପାଳ କେନାଲ୍‌ ରାସ୍ତା କୂଳ ନିକଟରେ ଏହି ଶାଖା କାର୍ଯ୍ୟାଳୟ କାର୍ଯ୍ୟ କରୁଅଛି୤ ଏହି କାର୍ଯ୍ୟାଳୟ ମାଧ୍ୟମରେ ଓଡ଼ିଆ ସାହିତ୍ୟ ପୋର୍ଟାଲ୍‌ ପାଇଁ ସମସ୍ତ ପ୍ରକାରର ଲେଖା ସମେତ ମତାମତ ଆଦି ଗ୍ରହଣ କରାଯାଇପାରିବ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୮ ଆପଣଙ୍କ ମତାମତ ?

  • ୧. ସୁଦୀପ୍ତ ପଣ୍ଡା |  ଏପ୍ରିଲ୍ ୯, ୨୦୧୨ - ୩:୧୦ ପୂର୍ବାହ୍ନ

    ଅଭିନନ୍ଦନ୤ ଜୟ ଜଗନ୍ନାଥ୤

  • ୨. ଡା.ଆଶିଷ କୁମାର ଦାଶ |  ଏପ୍ରିଲ୍ ୧୦, ୨୦୧୨ - ୫:୩୫ ପୂର୍ବାହ୍ନ

    ଏ ପଦକ୍ଷେପ ଓଡିଶା ରାଜ୍ୟ ତଥା ଓଡିଆ ଭାଷା ଓ ସାହିତ୍ୟର ବିକାଶ ପଥକୁ କୁସୁମିତ କରିବ୤

  • ୩. ନୀଳାମ୍ବର ବିଶ୍ବାଳ |  ଏପ୍ରିଲ୍ ୧୨, ୨୦୧୨ - ୧୦:୩୮ ପୂର୍ବାହ୍ନ

    ଓଡ଼ିଆରେ ଟାଇପ୍ ଶିଖିବା ପାଇଁ ଆପଣଙ୍କର ଇ-ମେଲ୍ ସ୍ତମ୍ଭ ଅତ୍ୟନ୍ତ ଉପଯୋଗୀ ୤
    ଆପଣଙ୍କ ସଂପାଦନାର ମାନ ବଢ଼ିବଢ଼ି ଚାଲିଛି ୤

    ନୀଳାମ୍ବର ବିଶ୍ବାଳ
    ଫରେଷ୍ଟ ପାର୍କ
    ଭୁବନେଶ୍ବର

  • ୪. ଗିରିଜା ଶଙ୍କର ପଣ୍ଡା |  ଏପ୍ରିଲ୍ ୧୪, ୨୦୧୨ - ୮:୨୨ ଅପରାହ୍ନ

    ଓଡିଆ ଭାଷାକୁ ରୁଦ୍ଧିମନ୍ତ କରିବା ନିମନ୍ତେ ଆପଣମାନଙ୍କ ପ୍ରୟାସ ବେଶ ପ୍ରଶଂସାଯୋଗ୍ୟ୤ ଚେଷ୍ଟା ଜାରି ରହୁ ୤ ଅଭିନନ୍ଦନ ସହ

    ଗିରିଜା
    ଘୁ.ଉଦୟଗିରି
    କନ୍ଧମାଳ୍

  • ୫. କେଦାରନାଥ ତ୍ରିପାଠୀ |  ଏପ୍ରିଲ୍ ୧୬, ୨୦୧୨ - ୧୨:୦୨ ପୂର୍ବାହ୍ନ

    ହେ ପ୍ରିୟବନ୍ଧୁ, ଆପଣମାନଙ୍କୁ ମୁଁ ଯେତେ ଅଭିନନ୍ଦନ ଦେଲେ ମଧ୍ୟ ତାହା ବହୁତ ସ୍ବଳ୍ପ ପ୍ରତୀତ ହେଉଛି, ମୋ ମତରେ ଆପଣମାନେ ବିଭୁକୃପାରୁ ନିଶ୍ଚୟ ଉନ୍ନତିର ଶିଖର ପ୍ରଦେଶରେ ଉପନୀତ ହେବେ ଏଥିରେ ତିଳାର୍ଦ୍ଧେ ଦ୍ବିମତର ଅବକାଶ ନାହିଁ୤

  • ୬. ସୁନିଲ କୁମାର ମିତ୍ର |  ମେ ୧୧, ୨୦୧୨ - ୪:୪୭ ପୂର୍ବାହ୍ନ

    ଓଡିଆ ଭାଷାକୁ ସମସ୍ତଙ୍କ ପାଖରେ ପରିଚିତ କରାଇବା ପାଇଁ ଆପଣଙ୍କ ପ୍ରଚେଷ୍ଟା ସ୍ବାଗତ ଯୋଗ୍ୟ ଏବଂ ଅଭିନନ୍ଦନୀୟ୤

  • ୭. ଦାମୋଦର ବେହେରା, ଗୋହିରିବାଡ଼ି,ଭଂଜନଗର(ଗଂଜାମ) |  ମାର୍ଚ୍ଚ୍ ୧୭, ୨୦୧୪ - ୧୨:୩୪ ପୂର୍ବାହ୍ନ

    ଭୁବନେଶ୍ବର ଶାଖା ଖୋଲିବା ଦ୍ବାରା ଓଡ଼ିଆ ସାହିତ୍ୟ ଆଗକୁ
    ଆଗେଇବ..

    ଧନ୍ୟବାଦ

    Happy holi

  • ୮. ରୋହିତ ମେହେର, ରେଙ୍ଗାଲି (ବେଲପଡା) |  ଜାନୁଆରୀ ୮, ୨୦୧୬ - ୧୨:୪୫ ଅପରାହ୍ନ

    ଓଡିଆ ହୋଇଥିବାରୁ ମୋତେ ବହୁତ ଭଲ ଲାଗୁଛି

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤