ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: ଓଡିଆ ନବବର୍ଷ ଅବସରରେ ‘ସମ୍ଭାବନା’ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଶ୍ରେଷ୍ଠ ଓଡିଆଣୀ ପ୍ରତିଯୋଗିତା ୧୪ ତାରିଖ ସଂଧ୍ୟାରେ ଉଦ୍ଯାପିତ ହୋଇଯାଇଛି ଉଦ୍ଯାପନୀ ସଂଧ୍ୟାରେ ଏକାମ୍ର ହାଟ ଓଡିଆଣୀଙ୍କ ହୁଳହୁଳି ଓ ଶଙ୍ଖ ଧ୍ବନିରେ କମ୍ପି ଉଠିଥିଲା ଏହି ପ୍ରତିଯୋଗିତାରେ ଓଡିଆଣୀମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ପିଠା, ସୁସଜ୍ଜିତ ପାନ, ଆକର୍ଷଣୀୟ ଝୋଟି, ମୁରୁଜ ଓ ଓଡିଆ ବେଶଭୁଷା ତଥା ହୁଳହୁଳି ଏବଂ ଶଙ୍ଖ ଧ୍ବନି ସ୍ଥାନ ପାଇଥିଲା ଏହି କାର୍ଯ୍ୟକ୍ରମରେ ୫ ରୁ ୧୦ ବର୍ଷ ପିଲାମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ ଓ ପୁଚି ଖେଳ ପ୍ରତିଯୋଗିତା ମଧ୍ୟ ଅୟୋଜିତ କରାଯାଇଥିଲା ଏଥିରେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମହୋତ୍ସବ କମିଟିର ସଭାପତି ଶରତ ଚନ୍ଦ୍ର ଭଦ୍ର ସଭା ପରିଚାଳନା କରିଥିଲେ
ଏହି ଅବସରରେ ଛୋଟ ପିଲାମାନଙ୍କ ଦ୍ବାରା ପରିବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କୁ ଆକର୍ଷିତ କରିଥିଲା ଉକ୍ତ କାର୍ଯ୍ୟକ୍ରମରେ ଆଶିଷ ଦତ୍ତ ଗାଇଥିବା ଦୁଇଟି ଓଡିଆ ଗୀତ ଦର୍ଶକଙ୍କ ହୃଦୟକୁ ସ୍ପର୍ଶ କରିଥିଲା ଚଳିତ ମାସ ୨୮ ତାରିଖରେ ହେବାକୁ ଥିବା ମଧୁ ଜୟନ୍ତୀ ଅବସରରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର ସାଧାରଣ ସମ୍ପାଦକ ଦେବ ପ୍ରସାଦ ପରିଜା ସୂଚନା ଦେଇଛନ୍ତି