ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ରାଉରକେଲା: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବିଶିଷ୍ଟ ଶିଶୁ ସାହିତ୍ୟିକ ନଦୀୟାବିହାରୀ ମହାନ୍ତି ସମ୍ମାନଜନକ ‘ଶିଶୁ ସାହିତ୍ୟ ପୁରସ୍କାର’ ଏବଂ ଯୁବ କଥାକାର କ୍ଷେତ୍ରବାସୀ ନାଏକ ‘ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୧୩’ ପାଇବାକୁ ମନୋନୀତ ହୋଇଛନ୍ତି ନୂଆଦିଲ୍ଲୀଠାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ବୈଠକରେ ଏହା ଘୋଷଣା କରାଯାଇଛି ଏକାଡେମୀର ସ୍ବତନ୍ତ୍ର ଉତ୍ସବରେ ସେମାନଙ୍କୁ ପୁରସ୍କୃତ କରାଯିବ ୧୯୩୧ ନଭେମ୍ବର ୧୫ ତାରିଖରେ ଜନ୍ମ ହୋଇଥିବା ଶ୍ରୀ ମହାନ୍ତି ଅଷ୍ଟମ ଶ୍ରେଣୀରୁ କବିତା ରଚନା ଆରମ୍ଭ କରିଥିଲେ ୧୯୫୮ରେ ଆକାଶବାଣୀ କଟକ କେନ୍ଦ୍ରରେ ଶିଶୁ କାର୍ଯ୍ୟକ୍ରମର ଜଣେ ପରିଚାଳକ ଭାବେ କାର୍ଯ୍ୟ ଆରମ୍ଭ କରି ପ୍ରଯୋଜକ ଭାବେ ୧୯୮୯ ମସିହାରେ ଅବସର ଗ୍ରହଣ କରିଥିଲେ ଆକାଶବାଣୀ କେନ୍ଦ୍ରରେ ଶିଶୁ ସଂସାର, କିଶୋରଚକ୍ର, ଚକାଚକା ଭଉଁରୀ ଓ ଫୁଲଝରୀ କାର୍ଯ୍ୟକ୍ରମ ଆଦି ପରିଚାଳନା ଓ ପ୍ରଯୋଜନା କରି ସେ ପରିଚିତ ଲାଭ କରିଥିଲେ ୨୧ଟି ପୁସ୍ତକର ରଚୟିତା ଶ୍ରୀ ମହାନ୍ତିଙ୍କୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଉତ୍କଳ ସାହିତ୍ୟ ସମାଜ, ଉତ୍କଳ ସାହିତ୍ୟ କଳା ପରିଷଦ, ବିଷୁବ, ବଉଳ, ଫକୀରମୋହନ ପରିଷଦ, ଶ୍ରୀକ୍ଷେତ୍ର କଳା ସାଂସ୍କୃତିକ ପରିଷଦ, ଘାସଫୁଲ ପ୍ରଭୃତି ଶତାଧିକ ଅନୁଷ୍ଠାନ ସମ୍ମାନିତ କରିଛି
ଏହି ଖବର ପ୍ରଚାରିତ ହେବାପରେ ଶ୍ରୀ ମହାନ୍ତିଙ୍କ କଟକ ତଳତେଲେଙ୍ଗା ବଜାରସ୍ଥିତ ବାସଭବନରେ ବହୁ ଶୁଭେଚ୍ଛୁ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅଭିନନ୍ଦନ ଜ୍ଞାପନ କରିଛନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଶ୍ରୀ ମହାନ୍ତି ଏହାର ଶ୍ରେୟ ଶିଶୁ ଓ ପୁରସ୍କାର କମିଟିର ଚୟନକର୍ତ୍ତାଙ୍କୁ ଦେବା ସହ ନିଜକୁ ଜଣେ ଶିଶୁ ସେବକ ଭାବେ ଅଭିହିତ କରିଛନ୍ତି ‘ଧ୍ରୁବତାରା’ ନାମକ ଏକ ଅନୁଷ୍ଠାନ ମଧ୍ୟ ପ୍ରତିଷ୍ଠା କରିଛନ୍ତି ଶ୍ରୀ ମହାନ୍ତି ସେହିପରି ଗଳ୍ପ ସଙ୍କଳନ ‘ଦାଦନ’ ପାଇଁ କ୍ଷେତ୍ରବାସୀ ନାୟକଙ୍କୁ ଯୁବ ପୁରସ୍କାର ପାଇଁ ମନୋନୀତ କରାଯାଇଛି ୨୦୧୧ରେ ପ୍ରକାଶିତ ଏହି ଗଳ୍ପ ସଙ୍କଳନରେ ଥିବା ଅନେକ ଗଳ୍ପରେ ପଶ୍ଚିମ ଓଡ଼ିଶାରେ ଦେଖାଦେଇଥିବା ଦାଦନ ସମସ୍ୟାକୁ ଜୀବନ୍ତଭାବେ ଚିତ୍ରଣ କରାଯାଇଛି ୧୯୮୦ରେ ଜନ୍ମିତ କ୍ଷେତ୍ରବାସୀ, ପଦ୍ମପୁର ଆଞ୍ଚଳିକ ମହାବିଦ୍ୟାଳୟରେ ସ୍ନାତକ ଓ ବଲାଙ୍ଗୀର ରାଜେନ୍ଦ୍ର କଲେଜ୍ରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ୨୦୦୮ରୁ ସେ ‘ନବନୀତା’ ନାମରେ ଏକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଆସୁଛନ୍ତି