ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ସୁବ୍ରତ ପ୍ରିୟବ୍ରତ ମହାନ୍ତି
କାଳିନ୍ଦି ଚରଣ ପାଣିଗ୍ରାହୀ
ରାଜକିଶୋର ରାୟ
ଶୈଳେନ୍ଦ୍ର କୁମାର ଜେନା
ବିଜୟ ମିଶ୍ର
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୧୪, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

sahityaରାଉରକେଲା: ଇସ୍ପାତ ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ପକ୍ଷରୁ ଓଡ଼ିଆ ନବବର୍ଷ ଉପଲକ୍ଷେ ବିଷୁବ ମିଳନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି୤ ଏଥିରେ ମୁଖ୍ୟ ଅତିଥି ଭାବେ ଆରଏସ୍‌ପିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜି.ଏସ୍‌. ପ୍ରସାଦ ଯୋଗଦେଇ ଓଡ଼ିଆ ନବବର୍ଷ ଓ ମହାବିଷୁବ ସଙ୍କ୍ରାନ୍ତି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଦେଇଥିଲେ୤ ସେହିପରି ଓଡ଼ିଶାର ଏହି ଅଞ୍ଚଳରେ ପାଳିତ ହୋଇଥିବା ବିଭିନ୍ନ ପର୍ବପର୍ବାଣୀକୁ ଆରଏସ୍‌ପି ସବୁବେଳେ ପ୍ରୋତ୍ସାହନ ଦେଇଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଥିଲେ୤ ଅନ୍ୟତମ ସମ୍ମାନିତ ଅତିଥି ଏବଂ ମୁଖ୍ୟବକ୍ତା ଭାବେ ବରିଷ୍ଠ କବି କବିବର ପରିଡ଼ା ଯୋଗଦେଇ ଓଡ଼ିଆ ଭାଷାର କବି, କବିତା ଓ ସାହିତ୍ୟ ଉପରେ ବିଶେଷ ଆଲୋଚନା କରିଥିଲେ୤ ବିଶେଷ କରି ବିଭିନ୍ନ ସମୟରେ ଓଡ଼ିଆ ଭାଷାରେ ଲିଖିତ ଅନେକ କବିତାଗୁଡ଼ିକ କିପରି ଦେଶର ଅନ୍ୟାନ୍ୟ ଭାଷା ଯଥା: ଅହମିଆ, ବଙ୍ଗଳା, ତାମିଲ, ହିନ୍ଦୀ ସମେତ ଇଂରାଜୀ ଆଦି ଭାଷାର ସାହିତ୍ୟିକମାନଙ୍କ ଲେଖାରେ ପ୍ରତିଫଳିତ ହୋଇଛି ସେ ବାବଦରେ ଉଦାହରଣ ମାଧ୍ୟମରେ ଆଲୋଚନା କରିଥିଲେ୤ ଏହା ସହିତ ଓଡ଼ିଆ ଭାଷା ଓ ଏହାର ସହିତ୍ୟର ପ୍ରଭାବ ଅନ୍ୟକୌଣସି ଦେଶୀୟ ଭାଷା ତୁଳନାରେ ବେଶ୍‌ ସମୃଦ୍ଧ ବୋଲି ସେ କହିଥିଲେ୤ ବିଧାୟକ ସୁବ୍ରତ ତରାଇ ଅନ୍ୟତମ ସମ୍ମାନିତ ଅତିଥି ଭାବ ଯୋଗଦେଇ ଓଡ଼ିଆ ଭାଷାରେ ଅନେକ ସାହିତ୍ୟ ଲେଖାଯାଉଥିଲାବେଳେ ତାହା ମଧ୍ୟରୁ ଅତି ଅଳ୍ପ ହୃଦୟସ୍ପର୍ଶୀ ବୋଲି କହିଥିଲେ୤ ଏହି ଅବସରରେ ଆୟୋଜକ ଅନୁଷ୍ଠାନ ପକ୍ଷରୁ ବିଷୁବ ସମ୍ମାନ-୨୦୧୨ ରେ ବିଶିଷ୍ଟ କବି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସମ୍ମାନିତ କରାଯିବାର ଥିଲା୤ କିନ୍ତୁ ତାଙ୍କ ଅନୁପସ୍ଥିତିରେ ତାଙ୍କ ପାଇଁ ଏହି ସମ୍ମାନକୁ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ଗ୍ରହଣ କରିଥିଲେ୤

ଆଦର୍ଶ ପାଠାଗାର ଉପସଭାପତି ଅଦ୍ବୈତ ପ୍ରସାଦ ବିଶ୍ବାଳ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ୤ ସେ ତାଙ୍କ ବକ୍ତବ୍ୟରେ ଓଡ଼ିଆ ନବବର୍ଷ ଏବଂ ପଣା ସଙ୍କ୍ରାନ୍ତିର ଗୁରୁତ୍ବ ଓ ଏହି ଦିନକୁ ପାଳନ କରାଯିବାର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ୤ ଆୟୋଜକ ଅନୁଷ୍ଠାନ ପକ୍ଷରୁ ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ଶତପଥୀ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ୤ ଏହି ଅବସରରେ ବନଲତା ମିଶ୍ରଙ୍କ କବିତା ସଂକଳନ ‘ପ୍ରେରଣା’ ପୁସ୍ତକ ଉନ୍ମୋଚିତ ହୋଇଥିଲା୤ ଏହା ସହିତ ଗତ ୮ ତାରିଖରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଚନ୍ଦନ ସ୍ମୃତି ଚିତ୍ରାଙ୍କନ ପ୍ରତିଯୋଗୀତାର ୩ଟି ବିଭାଗରେ ସଫଳତା ଅର୍ଜନ କରିଥିବା ୧୫ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା୤ ଶେଷରେ ୨୦ରୁ ଊର୍ଦ୍ଧ୍ବ କବି ସ୍ବ-ରଚିତ କବିତାମାନ ପାଠ କରିଥିଲେ୤ ଏହି ଅବସରରେ ସମସ୍ତଙ୍କୁ ପଣା ସଙ୍କ୍ରାନ୍ତିର ଶୁଭକାମନା ସ୍ବରୂପ ପଣା ବଣ୍ଟନ କରାଯାଇଥିଲା୤ ଏହି କାର୍ଯ୍ୟକ୍ରମରେ ସହରର ବହୁ ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤