ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

କୃଷ୍ଣଚନ୍ଦ୍ର ତ୍ରିପାଠୀ
ସନ୍ୟାସୀ ନାୟକ
କମଳା ଶତପଥି
କାମାକ୍ଷୀ ପ୍ରସାଦ ଦାଶ
ମଧୁସୂଦନ ଦାସ
ସନ୍ଥକବି ଭୀମ ଭୋଇ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଡିସେମ୍ବର୍ ୧୨, ୨୦୧୧  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

SAHITYA-SAMAROHOନାରୀର ଶକ୍ତି ହିଁ ନାରୀର ମୁକ୍ତି
ରାଉରକେଲା: ନାରୀ ଭିତରେ ଥିବା ଶକ୍ତି ହିଁ ନାରୀଙ୍କୁ ମୁକ୍ତି ଆଡକୁ ନେଇଯିବ୤ ଆଉ ତା ଦେଇ ଭୋଗବାଦର ସମୟ ଭିତରେ ନାରୀ ଏକ ପଣ୍ୟ ବସ୍ତୁ ହୋଇଯାଇଛି୤ ଯେତେବେଳେ ନାରୀ ଅତ୍ୟାଚାରରେ ସମଗ୍ର ପୃଥିବୀ ଆଚ୍ଛାଦିତ ହୋଇଛି ସେତେବେଳେ ନାରୀ ମୁକ୍ତି କଣ ? ଏତେ ନିର୍ଯ୍ୟାତନା ଭିତରେ ବି ନାରୀ ଉଠିଆସେ ଆଉ କହେ ମୁଁ ବଞ୍ଚିଛି୤ ଆଜି ଓଡ଼ିଶା ଲେଖିକା ସଂସଦ, ସୁନ୍ଦରଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ମ୍ୟୁଜିକ୍ ସର୍କଲ ପରିସରରେ ଆୟୋଜିତ ଆତ୍ମିକ ମୁକ୍ତିର ଦରଜାରେ ଆଜିର ନାରୀ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ସାହିତ୍ୟିକ ଏବଂ ସାମ୍ବାଦିକ ଅଧ୍ୟାପକ ବିଶ୍ବରଞ୍ଜନ ଏହା କହିଛନ୍ତି୤ ସାହିତ୍ୟ ସମାରୋହରେ ମୁଖ୍ୟ ଅତିଥିଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ୤ ଶ୍ରୀ ପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ସାହିତ୍ୟ ସମୟର ସ୍ରୋତରେ ପରିବର୍ତ୍ତନ ହୋଇଛି୤ ବର୍ତ୍ତମାନର ସମାଜ ଛଳନା ଆଉ କପଟ ଭିତରେ ବଞ୍ଚିଛି ଏବଂ ସମାଜର କପଟତା ମଧ୍ୟ ସାହିତ୍ୟକୁ ପ୍ରଭାବିତ କରୁଛି୤ ତଥାପି ଘଟନା ପ୍ରବାହ ମଧ୍ୟରେ ସାହିତ୍ୟ ବଞ୍ଚିଛି ଏବଂ ବଞ୍ଚିବ ମଧ୍ୟ୤ ଅନ୍ୟତମ ସମ୍ମାନିତ ବକ୍ତାଭାବେ ଡିଏଭି ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ, ଲାଭ କ୍ଷତିର ଏହି ସମାଜରେ ଶାଶ୍ବତ ମୂଲ୍ୟବୋଧ କମିକମି ଯାଉଛି, ଏଣୁ ପିଲାମାନଙ୍କୁ ପ୍ରାଥମିକ ସ୍ତରରୁ ହିଁ ସତ୍ୟ ଓ ବିବେକାନୁଦିତ କରିବା ପିତାମାତା ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ଗୁରୁଦାୟିତ୍ବ ରହିବା ଉଚିତ୍‌୤

ଆଲୋଚନାଚକ୍ରରେ ସମ୍ମାନିତ ବକ୍ତାଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷା ଝରଣା ପଟ୍ଟନାୟକ ଭାଗନେଇ ନାରୀମୁକ୍ତି ପାଇଁ ନାରୀମାନେ ମାନସିକ ସ୍ତରରେ ନିଜ ଜ୍ଞାନର ପ୍ରସ୍ଫୁଟିତ କରିବା ଆବଶ୍ୟକ ବୋଲି କହିଥିଲେ୤ ପ୍ରାରମ୍ଭରେ ସଂସଦର ଆବାହିକା ଅଳକା ଚାନ୍ଦ ଅତିଥି ପରିଚୟ ଦେବା ସହ ସଂସଦ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ୤ ଶ୍ରୀମତୀ ଚାନ୍ଦ ଲେଖକ ନିଷ୍ଠା ପରାୟଣ ହୋଇ ସାହିତ୍ୟ ସୃଷ୍ଟି କରିବାକୁ କହିଥିଲେ୤ ଏହାପରେ ଭଦ୍ରକ ମହିଳା ମହାବିଦ୍ୟାଳୟର ପ୍ରାଧ୍ୟାପିକା ଡ. ରାଧାରାଣୀ ମହାମାତ୍ର, ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାଧ୍ୟାପିକା ରୁକ୍ମଣୀ ସାହୁ, ପ୍ରିୟଦର୍ଶିନୀ ମହାବିଦ୍ୟାଳୟର ଅଧ୍ୟାପିକା ଡ.ମଞ୍ଜୁଶର୍ମା ମହାପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ୤ ସାହିତ୍ୟ ସମାରୋହରେ ଜ୍ୟୋତ୍ସ୍ନା ପଟ୍ଟନାୟକଙ୍କୁ କଲ୍ୟାଣୀ ରାୟ ସ୍ମୃତି ସମ୍ମାନିତ କରାଯାଇଥିଲା୤ ଏହି ଅବସରରେ ସଂସଦର ସାଧାରଣ ସମ୍ପାଦିକା ବବିତା ମହାପାତ୍ର ମାନପତ୍ର ପାଠ କରିଥିଲେ୤ ସମାରୋହରେ ସଂସଦର ସ୍ମରଣିକା “ପୁଣ୍ୟତୋୟା”କୁ କବି କବିବର ପରିଡ଼ା ଓ ଅନ୍ୟ ଅତିଥିମାନେ ଉନ୍ମୋଚିତ କରିଥିଲେ୤ କାର୍ଯ୍ୟକ୍ରମକୁ ଅଧ୍ୟାପିକା କିଶୋରୀ ଦାସ ସଂଯୋଜନା କରିଥିଲେ୤ ଅଧ୍ୟାପିକା କଳନା ଭୂୟାଁ ନିଜସ୍ବ ପ୍ରବନ୍ଧ “ଆତ୍ମିକ ମୁକ୍ତିର ଦରଜାରେ ଆଜିର ନାରୀ”କୁ ପାଠ କରିଥିଲେ୤ ଅପରାହ୍ନରେ ଆୟୋଜିତ କବିତା ପାଠୋତ୍ସବରେ ବିଶିଷ୍ଟ ଅତିଥିଭାବେ ସୁନ୍ଦରଗଡ଼ର ଗୀତିକାର ଦୁର୍ଗା ପଣ୍ଡା ଏବଂ ବୈଦର କବି ସନ୍ୟାସୀ ନାୟକ ଯୋଗଦେଇଥିଲେ୤ ଏହି ସାହିତ୍ୟ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲାର ବହୁ ଲେଖିକା, କବି, ଗାଳ୍ପିକ ଯୋଗ ଦେଇଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. surendra kumar mishra |  ଡିସେମ୍ବର୍ ୧୬, ୨୦୧୧ - ୯:୦୮ ପୂର୍ବାହ୍ନ

    ବହୁତ ଭଲ ହୋଇଛି………………………

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤