ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମଧୁସୂଦନ ଦାସ
ମନୋଜ ଦାସ
ସୌଭାଗ୍ୟ ମିଶ୍ର
କେ.ଶ୍ୟାମବାବୁ ଦୋରା
ମହାପାତ୍ର ନୀଳମଣି ସାହୁ
ଫକୀରମୋହନ ସେନାପତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ସେପ୍ଟେମ୍ବର୍ ୧୭, ୨୦୧୧  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ଭୁବନେଶ୍ବର : ଓଡ଼ିଆ ଅନୁବାଦରେ ବୈଜ୍ଞାନିକ ଓ ବୈଷୟିକ ଶବ୍ଦାବଳୀ ବ୍ୟବହାର ଉପରେ ଶିକ୍ଷାବିତ୍‌ମାନେ ଗୁରୁତ୍ବାରୋପ କରିଛନ୍ତି୤ ଶୁକ୍ରବାର ଦିନ ଭୁବନେଶ୍ବରଠାରେ ବୈଜ୍ଞାନିକ ତଥା ବୈଷୟିକ ଶବ୍ଦାବଳୀ ଆୟୋଗ ପକ୍ଷରୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହାୟତାରେ ଓଡ଼ିଶା ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ବାରା ଆୟୋଜିତ ଏକ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଫେସର ସ୍ବାଧୀନ ପଟ୍ଟନାୟକ ଏହାର ଯଥାର୍ଥତା ଉପରେ କହିଥିଲେ୤ ୩ ଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳା ଉଦ୍‌ଘାଟନ କରିବା ସହ ସେ ଓଡ଼ିଶା ରାଜ୍ୟ ପାଠ୍ୟ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ଦ୍ବାରା ପ୍ରକାଶିତ “ଓଡ଼ିଆ ପ୍ରବାଦ, ପ୍ରବଚ଼ନ ଓ ରୂଢ଼ିକୋଷ ପୁସ୍ତକକୁ ଉନ୍ମୋଚନ କରିଥିଲେ୤ କର୍ମଶାଳାର ଉଦ୍‌ଘାଟନୀ ଉତ୍ସବରେ ପାଠ୍ୟପୁସ୍ତକ ସଂସ୍ଥାର ନିର୍ଦ୍ଦେଶକ ତଥା ବିଶିଷ୍ଟ କବି ଡ. ହର ପ୍ରସାଦ ପରିଚ୍ଛା ପଟନାୟକ ସ୍ବାଗତ ଭାଷଣ ଦେଇ କର୍ମଶାଳା ଆୟୋଜନର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ୤

ବୈଜ୍ଞାନିକ ତଥା ବୈଷୟିକ ଶବ୍ଦାବଳୀ ଆୟୋଗର ଅଧ୍ୟକ୍ଷ ପ୍ରଫେସର କେ.ବିଜୟ କୁମାରଙ୍କ ସମେତ ପ୍ରଫେସର କୁଳମଣି ସାମଲ, ପ୍ରଫେସର ସୁରେନ୍ଦ୍ର ନାଥ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏଥିରେ ଉଦ୍‌ବୋଧନ ଦେଇଥିଲେ୤ ପାଠ୍ୟ ପୁସ୍ତକ ପ୍ରକାଶନ ସଂସ୍ଥାର ଉପ ନିର୍ଦ୍ଦେଶକ ବିରାଜ ଭୂଷଣ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଶାର ବହୁ ମାନ୍ୟଗଣ୍ୟ ଶିକ୍ଷାବିତ୍, ଭାଷାତତ୍ତ୍ବବିତ୍, ସାହିତ୍ୟିକ, ବୈଜ୍ଞାନିକ, ଅଧ୍ୟାପକ, ସମାଲୋଚକ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ୤ ସଂସ୍ଥା ତରଫରୁ ବୈଜ୍ଞାନିକ ଅଧିକାରୀ ଡ. ଭୀମସେନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ସନ୍ଦିପ କୁମାର ଦାଶ |  ସେପ୍ଟେମ୍ବର୍ ୨୩, ୨୦୧୧ - ୧୦:୦୯ ପୂର୍ବାହ୍ନ

    ପୁରୁଣା ଗଳ୍ପ ଦେଲେ ଭଲ ହୁଅନ୍ତା .

  • ୨. ପ୍ରତାପ ଚନ୍ଦ୍ର ଭଞ୍ଜ |  ଅକ୍ଟୋବର୍ ୧୨, ୨୦୧୧ - ୧୦:୪୦ ପୂର୍ବାହ୍ନ

    ଆମେ ମନେ ରଖିବା ଉଚିତ – ଭାଷା ଆମଦାନୀ କରି ସମୃଦ୍ଧ ହେଉ, କିନ୍ତୁ ନିଜସ୍ବ ଅସ୍ତିତ୍ବ ନ ହରାଉ

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤