ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର : ଚଳିତ ଦୁର୍ଗାପୂଜା ଅବସରରେ ଓଡ଼ିଶାର ଶକ୍ତିପୀଠସମୂହର ଏକ ସଂଙ୍କଳନ “ଦେବୀ” ମହାଷଷ୍ଠୀରେ ଉନ୍ମୋଚିତ ହୋଇଛି ହିନ୍ଦୁସ୍ଥାନ ସମାଚାର ସମ୍ବାଦ ସରବରାହ ସଂସ୍ଥା ତରଫରୁ ସଙ୍କଳିତ ଏହି ପୁସ୍ତକୁ ବରିଷ୍ଠ ସାମ୍ବାଦିକ ପ୍ରଭୁ କଲ୍ୟାଣ ମହାପାତ୍ର ଓ ରତିକାନ୍ତ ମହାନ୍ତି ରବିବାର ଦିନ ଏକ ଉତ୍ସବରେ ଉନ୍ମୋଚିତ କରିଥିଲେ ଏହି ପୁସ୍ତକର ସମ୍ପାଦନା କରିଛନ୍ତି ପଣ୍ଡିତ ସନ୍ତୋଷ ଦାଶ ଏହି ଉନ୍ମୋଚନ ଉତ୍ସବରେ ଉଦ୍ବୋଧନ ଦେଇ ଶ୍ରୀ ମହାପାତ୍ର ରାଜ୍ୟର କୋଣ ଅନୁକୋଣରେ ଥିବା ଦେବୀ ମନ୍ଦିର ଏବଂ ଏହା ସହ ଜଡ଼ିତ କିମ୍ବଦନ୍ତୀ ଏବଂ ଲୋକକଥାକୁ ଲିପିବଦ୍ଧ କରିବା ପାଇଁ ଦେବୀ “ଦେବୀ ପୁସ୍ତକ” ମାଧ୍ୟମରେ କରାଯାଇଥିବା ଉଦ୍ୟମର ପ୍ରଶଂସା କରିଥିଲେ
ରାଜ୍ୟର ଗାଁ ଗାଁରେ ଗ୍ରାମଦେବୀ ଭାବରେ ପୂଜିତ ହଜାର ହଜାର ଦେବୀ ମନ୍ଦିର ମାନଙ୍କରେ ସଙ୍କଳନ ଏବଂ ମହିମା ବିଷୟକୁ ଲିପିବଦ୍ଧ କରାଯାଇପାରିଲେ ଏହା ଏକ ଉପାଦେୟ ଏବଂ ପ୍ରଶଂସନୀୟ କାର୍ଯ୍ୟ ହୋଇପାରିବ ବୋଲି ବରିଷ୍ଠ ସାମ୍ବାଦିକ ରତିକାନ୍ତି ମହାନ୍ତି ଉତ୍ସବରେ ଉଦ୍ବୋଧନ ଦେଇ ମତ ପ୍ରକାଶ କରିଥିଲେ ଦେବୀ ସମ୍ପାଦନା ମଣ୍ଡଳୀ ସଦସ୍ୟ ଦିଲ୍ଲୀପ ସୁବୁଦ୍ଧି ସୂଚନା ଦେଇ କହିଲେ ଯେ ଏହି ପୁସ୍ତକରେ ରାଜ୍ୟର ୫୦ଟିରୁ ଊର୍ଦ୍ଧ୍ବ ଦେବୀ ମନ୍ଦିରକୁ ସ୍ଥାନିତ କରାଯାଇଛି ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସରବରାହ ସଂସ୍ଥାର ବରିଷ୍ଠ ଅଧିକାରୀ ଓ ସଦସ୍ୟମାନେ ଉପସ୍ଥିତ ଥିଲେ ଉତ୍ସବରେ ସମ୍ପାଦନା ମଣ୍ଡଳୀର ସଦସ୍ୟ ଏବଂ ହି.ସ.ର ଓଡ଼ିଶା ମୁଖ୍ୟ ସଞ୍ଜୟ ଜେନା ପୁସ୍ତକ ପ୍ରକାଶନ ପାଇଁ ଶୁଭେଚ୍ଛୁ ଓ ବିଜ୍ଞାପନଦାତା ମାନଙ୍କୁ ଧନ୍ୟବାଦ ଦେଇଥିଲେ
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. ପ୍ରତାପ ଚନ୍ଦ୍ର ଭଞ୍ଜ | ଅକ୍ଟୋବର୍ ୧୨, ୨୦୧୧ - ୯:୪୯ ପୂର୍ବାହ୍ନ
ଖୁବ୍ ସୁନ୍ଦର
ଏକ ଭଲ ଉଦ୍ୟମ, ନିଶଚୟ
ଏବେ କୁହନ୍ତୁ, ବହି କେଉଁଠି ଉପଲବ୍ଧ
୨. Debapriya Priyadarshi Chakra | ଜାନୁଆରୀ ୧୦, ୨୦୧୨ - ୩:୧୦ ପୂର୍ବାହ୍ନ
ଖୁବ୍ ସୁନ୍ଦର ଏକ ଭଲ ଉଦ୍ୟମ