ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ରାଉରକେଲା: କମ୍ପ୍ୟୁଟର୍ରେ ସୁବିଧାରେ ଓଡ଼ିଆ ଟାଇପ୍ କରିବାପାଇଁ ପୂର୍ବରୁ ଏକ ସଫ୍ଟୱେର୍ ପ୍ରସ୍ତୁତ କରାଯାଇଥିଲା ବେଳେ ଏବେ ସ୍ଥାନୀୟ ସଂସ୍ଥା ଦ୍ବାରା ଇଣ୍ଟର୍ନେଟ୍ରେ ଓଡ଼ିଆରେ ଲେଖିବା ପାଇଁ (ଇମେଲ୍ ଓ ଚାଟ୍) ଅପ୍ରାନ୍ତ ଓଡ଼ିଆ ୟୁନିକୋଡ୍ ନାମକ ଆଉ ଏକ ନୂତନ ସଫ୍ଟୱେର୍ ପ୍ରସ୍ତୁତ କରାଯାଇଛି “ଅପ୍ରାନ୍ତ ଓଡ଼ିଆ” ସାମାଜିକ ପ୍ରକଳ୍ପ ମାଧ୍ୟମରେ ପ୍ରସ୍ତୁତ ଉକ୍ତ ସଫ୍ଟୱେର୍ ମାଧ୍ୟମରେ କୌଣସି ବ୍ୟକ୍ତି ଯେକୌଣସି ୱେବ୍ସାଇଟ୍(ଇଂରାଜୀ ବା ଓଡ଼ିଆ) ସୁବିଧାରେ ଓଡ଼ିଆ ଟାଇପ୍ କରିପାରିବେ ଏହା ବ୍ୟତୀତ ଜଣେ ଓଡିଆରେ ଇମେଲ୍ ଓ ଚାଟ୍ ଅନାୟାସରେ କରିପାରିବେ
ବିଗତ କିଛି ମାସ ମଧ୍ୟରେ ମାଇକ୍ରୋସଫ୍ଟ ଓ ଗୁଗଲ୍ ଭଳି ସଂସ୍ଥା ଦ୍ବାରା ଇଣ୍ଟର୍ନେଟ୍ରେ ରୂପାନ୍ତରୀକରଣ ମାଧ୍ୟମରେ ଓଡିଆରେ ଟାଇପ୍ କରିବା ପାଇଁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି କିନ୍ତୁ ଉକ୍ତ ବ୍ୟବସ୍ଥା ମାଧ୍ୟମରେ ସିଧାସଳଖ ଓଡିଆ ଶଦ୍ଦ ଓ ଯୁକ୍ତାକ୍ଷର ଟାଇପ୍ କରିବା ସମ୍ଭବ ହେଉନଥିବାରୁ ଏହି ନୂତନ ସଫ୍ଟୱେର୍ କୁ ବ୍ୟବହାର କରି ଅତି ସହଜରେ ଓଡିଆ ଲେଖି ଓ ପଢି ହେବ
ବର୍ତ୍ତମାନ ଉପଲବ୍ଧ ଥିବା ଏହି ସଫ୍ଟୱେର୍ ମଧ୍ୟମରେ ଫୋନେଟିକ୍ ଓ ମଡୁଲାର୍ ବ୍ୟବସ୍ଥା ବ୍ୟବହାର କରି ସହଜ ଓ ସୁବିଧାରେ ଟାଇପ୍ କରାଯାଇପାରିବ ଏହି ସଫ୍ଟୱେର୍ ମାଗଣାରେ ମିଳୁଥିବାରୁ ଏହାର ସୁବିଧା ବିଶ୍ବରେ ବିଭିନ୍ନ ସ୍ଥାନରେ ଥିବା ଓଡିଆମାନେ ନେଇପାରିବେ ଏହା ସହିତ ଇଣ୍ଟର୍ନେଟ୍ରେ ମାଧ୍ୟମରେ ମଧ୍ୟ ଓଡିଆରେ ଲେଖିପାରିବେ ବୋଲି ଉକ୍ତ ସଫ୍ଟୱେର୍କୁ ପ୍ରସ୍ତୁତ କରିଥିବା ସଂସ୍ଥା ଏ.ପି. ଇନ୍ଫୋଆର୍ଟ୍ସ୍ର ନିର୍ଦ୍ଦେଶକ ତଥା ପ୍ରବାସୀ ଓଡିଆ ପ୍ରଶାନ୍ତ ସାହୁ ପ୍ରକାଶ କରିଛନ୍ତି
ଉକ୍ତ ସଫ୍ଟୱେର୍ଟି କମ୍ପ୍ୟୁଟର୍ର ବିଭିନ୍ନ ପ୍ରୋଗ୍ରାମ ଯଥା ୱାର୍ଡ, ଏକ୍ସେଲ୍, ପେଜ୍ ମେକର୍ ସମେତ ୱେନ୍ଡୋଜ୍ ଭିସ୍ତା ଓ ୱେନ୍ଡୋଜ୍ ୭ ଆଦି ପ୍ରୟୋଗରେ ମଧ୍ୟ କାର୍ଯ୍ୟ କରିବ ଏହା ସହିତ ବିଭିନ୍ନ ପ୍ରକାରର ଇଣ୍ଟର୍ନେଟ୍ରେ ପ୍ରୟୋଗ ଯଥା ଫାୟାର୍ ଫକ୍ସ, ସଫାରୀ, ଅପେରା ଆଦିରେ ମଧ୍ୟ ଏହା କାମ କରିବ ବୋଲି ଶ୍ରୀ ସାହୁଙ୍କ ସୂତ୍ରରୁ ପ୍ରକାଶ
ଏହି ସଫ୍ଟୱେର୍ www.aparts.org ୱେବ୍ସାଇଟ୍ରୁ ମାଗଣାରେ ଡାଉନ୍ଲୋଡ୍ କରିହେବ କମ୍ପ୍ୟୁଟର୍ରେ ଓଡିଆ ଭାଷାର ବହୁଳ ଏବଂ ସରଳ ବ୍ୟବହାର ନିମନ୍ତେ, ପ୍ରବାସୀ, ଓଡିଆଙ୍କ ଏହା ଦ୍ବିତୀୟ ଉଦ୍ୟମ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. dilu | ଅଗଷ୍ଟ୍ ୭, ୨୦୧୦ - ୬:୦୭ ପୂର୍ବାହ୍ନ
ବହୁତ ଭଲ୨. purusottam | ମେ ୬, ୨୦୧୧ - ୧୨:୧୦ ପୂର୍ବାହ୍ନ
ଓଡିଆ ଭାଷା ପାଇଁ ଓ ଓଡ଼ିଆରେ ଲେଖିବା ପାଇଁ ବହୁତ ଭଲ୩. sanjatkumarsahoo | ଅଗଷ୍ଟ୍ ୧୧, ୨୦୧୧ - ୯:୩୬ ପୂର୍ବାହ୍ନ
so nice step for our language