ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ସୁବ୍ରତ ପ୍ରିୟବ୍ରତ ମହାନ୍ତି
ବ୍ରହ୍ମାନନ୍ଦ ପଣ୍ଡା
ଗନ୍ତାୟତ ଶିବପ୍ରସାଦ
ମନୋରଞ୍ଜନ ପାଣିଗ୍ରାହୀ
କାଳିନ୍ଦି ଚରଣ ପାଣିଗ୍ରାହୀ
କୁନ୍ତଳା କୁମାରୀ ସାବତ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୨୫, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

କଟକ : ୨୦୧୦ ମସିହା ନିମନ୍ତେ ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ଦ୍ବାରା ପ୍ରତିଷ୍ଠିତ ମର୍ଯ୍ୟାଦାଜନକ ‘ସାହିତ୍ୟଭାରତୀ’ ସମ୍ମାନ ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ପାଇବେ୤ ଆଧୁନିକ ଓଡ଼ିଆ କାବ୍ୟ କବିତା ଜଗତରେ ଅନନ୍ୟ ପ୍ରତିଭାଧାରୀ ସୀତାକାନ୍ତ ପ୍ରାୟ ଏକ ଶହ ପୁସ୍ତକ ରଚନା କରିସାରିଛନ୍ତି୤ ତାଙ୍କର ପୁସ୍ତକ ଗୁଡିକ ଭିତରେ ‘ଦୀପ୍ତି ଓ ଦ୍ୟୁତି’, ‘ଅଷ୍ଟପଦୀ’ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ‘ଶବ୍‌ଦର ଆକାଶ’ (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ‘ସମୁଦ୍ର’, ‘ଚିତ୍ରନଦୀ’, ‘ଭାରତବର୍ଷ’ ପରି କବିତାଗ୍ରନ୍ଥ ସହିତ ‘ସମୟର ଆରପାରି’, ‘ସଂସ୍କୃତି’ ପରି ଅନେକ ପ୍ରବନ୍ଧ ସଙ୍କଳନ, ଭ୍ରମଣ ବୃତ୍ତାନ୍ତ ଆଦି ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛି୤ ଭାରତର ବହୁ ଭାଷା ସହିତ ୯ଟି ଅଣଭାରତୀୟ ଭାଷାରେ ତାଙ୍କର ପୁସ୍ତକମାନ ଅନୁବାଦିତ ହୋଇ ଦେଶବିଦେଶରେ ବେଶ ପ୍ରଶଂସା ଲାଭ କରିଛି୤ ତାଙ୍କର ସାମଗ୍ରିକ ସାରସ୍ବତ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଉଛି୤ ଏହି ଉପଲକ୍ଷେ କୋଣାର୍କ ମନ୍ଦିର ମୁଖଶାଳାର ଏକ ରୌପ୍ୟ ପ୍ରତିରୂପ, ଏକଲକ୍ଷ ଟଙ୍କାର ଉପାୟନ ଓ ମାନପତ୍ର କବିଙ୍କୁ ପ୍ରଦାନ କରାଯିବ୤ କବି ଶ୍ରୀ ମହାପାତ୍ରଙ୍କର ଜନ୍ମ କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ପାଟକୁରା ଥାନାର ମାହାଙ୍ଗା ଗ୍ରାମରେ୤ ରମଣୀୟା ଚିତ୍ରୋତ୍ପଳାକୂଳରେ ଅବସ୍ଥିତ ଏହି ଗ୍ରାମଟିର ଜନ୍ମିତ ସୀତାକାନ୍ତ ପିଲାଟି ଦିନରୁ ଚିତ୍ରୋତ୍ପଳା ନଦୀର ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥିଲେ୤ ତାଙ୍କର କବିତା ପୁସ୍ତକ ‘ଚିତ୍ରନଦୀ’ରେ ଏହାର ବର୍ଣ୍ଣନା ବେଶ ସୁସ୍ପଷ୍ଟ୤ ଉଲ୍ଲଖଯୋଗ୍ୟ ଆଗରୁ ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପରି ଅନେକ ସମ୍ମାନରେ ବିଭୂଷିତ କବି ସୀତାକାନ୍ତ ମହାପାତ୍ର ୨୦୧୦ ମସିହା ପାଇଁ ଭାରତର ମର୍ଯ୍ୟାଦାଜନକ ପଦ୍ମବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି୤

ପାଠକ ମାନଙ୍କ ଲାଗି କବି ସୀତାକାନ୍ତ ମହାପାତ୍ରଙ୍କ ଏକ ସ୍ମରଣୀୟ କବିତା ଏଠାରେ ଭେଟି ଦେଉଛୁ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ରଜତ କୁମାର ମିଶ୍ର |  ମାର୍ଚ୍ଚ୍ ୧୧, ୨୦୧୧ - ୧:୨୯ ଅପରାହ୍ନ

    ସେ ଜଣେ ଶତାଦ୍ଦୀ ପୁରୁଷ| ସ୍ବାଗତଯୋଗ୍ୟ ନିଷ୍ପତ୍ତି|

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤