ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

କାଳିନ୍ଦି ଚରଣ ପାଣିଗ୍ରାହୀ
ବିଜୟ ମିଶ୍ର
ଅମିୟବାଳା ପଟ୍ଟନାୟକ
କିଶୋରୀ ଚରଣ ଦାସ
ଦେବେନ୍ଦ୍ର ମହାନ୍ତି
ଶକ୍ତି ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଡିସେମ୍ବର୍ ୨୧, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ରାଉରକେଲା: ଗତକାଲି କେନ୍ଦ୍ରସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୨ ବର୍ଷ ପାଇଁ ସାରସ୍ବତ ପୁରସ୍କାର ଘୋଷଣା କରାଯାଇଛି୤ ଏକାଡେମୀର ଅଧ୍ୟକ୍ଷ ତଥା କାର୍ଯ୍ୟକରୀ ସଭାପତି ଡ.ବିଶ୍ବନାଥ ପ୍ରସାଦ ତିୱାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ପୁରସ୍କାର ବାବଦରେ ଘୋଷଣା କରାଯାଇଥିଲା୤ ଭାରତର ମୋଟ ୨୪ଟି ଭାଷାରେ ୨୪ଜଣ ସାହିତ୍ୟିକଙ୍କୁ ସମ୍ମାନିତ କରାଯିବା ପାଇଁ ହୋଇଥିବା ଘୋଷଣାରେ ଓଡ଼ିଆ ଭାଷା ପାଇଁ ବିଶିଷ୍ଟ କଥାକାର ଗୌରହରି ଦାସ ସମ୍ମାନିତ ହେବେ ବୋଲି ଜଣାପଡ଼ିଛି୤ ଏକାଡେମୀ ସମ୍ପାଦକଙ୍କ ପ୍ରଦତ୍ତ ସୂଚନା ମୁତାବକ ଶ୍ରୀ ଦାସଙ୍କୁ ତାଙ୍କର ‘କଣ୍ଟା ଓ ଅନ୍ୟାନ୍ୟ ଗଳ୍ପ’ କ୍ଷୁଦ୍ରଗଳ୍ପ ସଙ୍କଳନ ପାଇଁ ନଗଦ ୧ଲକ୍ଷ ଟଙ୍କାର ପୁରସ୍କାର ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ୤ ସମ୍ପ୍ରତି ଶ୍ରୀ ଦାସ ମାସିକା ଗଳ୍ପ ପତ୍ରିକା ‘କଥା’ର ସମ୍ପାଦକ ଭାବେ କାର୍ଯ୍ୟରତ ରହିବା ସହ ଗାଳ୍ପିକ, ଔପନ୍ୟାସିକ, ସ୍ତମ୍ଭକାର ଆଦି ଭାବେ ଓଡ଼ିଆ ସାହିତ୍ୟରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି୤ ଓଡ଼ିଆ ଭାଷାର ପୁରସ୍କାର ପାଇଁ ବିଚାରକ ମଣ୍ଡଳୀର ସଦସ୍ୟଭାବେ ସାହିତ୍ୟିକ ହରପ୍ରସାଦ ଦାସ, ଡ.ଖଗେଶ୍ବର ମହାପାତ୍ର ଓ ଉମାଶଙ୍କର ପଣ୍ଡା ଦାୟିତ୍ବ ତୁଲାଇଥିଲେ୤

ସେହିପରି ଓଡ଼ିଆ ଅନୁବାଦ ସାହିତ୍ୟ ପାଇଁ ପ୍ରଶାନ୍ତ କୁମାର ମହାନ୍ତିଙ୍କ ‘ସେଇ ପକ୍ଷୀଟିର ନାଁ’ ଉପନ୍ୟାସ ପାଇଁ ନଗଦ ୫୦ ହଜାର ଟଙ୍କାର ପୁରସ୍କାର, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ୤ ଏହି ଉପନ୍ୟାସଟି ହିନ୍ଦୀ ସାହିତ୍ୟର ବିଶିଷ୍ଟ ଔପନ୍ୟାସିକ ପଙ୍କଜ ବିସ୍ତ୍‌ଙ୍କ ‘ଉସ୍‌ ଚିରିଆ କା ନାମ୍‌’ ର ଅନୁବାଦ ଅଟେ୤ ଏହି ପୁରସ୍କାର ପାଇଁ ବିଚାରକ ମଣ୍ଡଳୀର ସଦସ୍ୟଭାବେ ଡ.ସଂଗ୍ରାମ ଜେନା, ପ୍ରଫେସର୍‌ ସୁଦର୍ଶନ ଆଚାର୍ଯ୍ୟ ଓ ପ୍ରସନ୍ନ କୁମାର ସାହୁ ଦାୟିତ୍ବ ତୁଲାଇଥିଲେ୤ ସେହିପରି ୨୦୧୧ ବର୍ଷରୁ ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିବା ୩୫ ବର୍ଷରୁ କମ୍‌ ଯୁବସାହିତ୍ୟିକ ପୁରସ୍କାର ସୁନ୍ଦରଗଡ଼ ଜିଲ୍ଲାର ଲେଖିକା ସୃଷ୍ଟିଶ୍ରୀ ନାୟକଙ୍କୁ ଗଳ୍ପ ସଙ୍କଳନ ‘ଭିନ୍ନ ଏକ ପୃଥିବୀ’ ପାଇଁ ମିଳିବ ବୋଲି ଜଣାପଡ଼ିଛି୤ ଏହି ପୁରସ୍କାର ବାବଦରେ ସୃଷ୍ଟିଶ୍ରୀଙ୍କୁ ନଗଦ ୫୦ ହଜାର ଟଙ୍କାର ପୁରସ୍କାର ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ୤ ଏହି ପୁରସ୍କାର ପାଇଁ ବିଚାରକ ମଣ୍ଡଳୀର ସଦସ୍ୟଭାବେ ଭାଗୀରଥୀ ମିଶ୍ର, ବିଷ୍ଣୁ ସାହୁ ଓ ଡ. ମିହିର ରଞ୍ଜନ ପରିଡ଼ା ଦାୟିତ୍ବ ତୁଲାଇଥିଲେ୤

ଅନ୍ୟ ପକ୍ଷରେ ସାନ୍ତାଳୀ ଭାଷାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମୟୁରଭଞ୍ଜ ଜିଲ୍ଲାର ଗଙ୍ଗାଧର ହାଂସଦାଙ୍କୁ ମିଳିବ ବୋଲି ଜଣାପଡ଼ିଛି୤

ଉପରୋକ୍ତ ସମସ୍ତ ସାହିତ୍ୟିକମାନଙ୍କୁ ସାହିତ୍ୟ ଏକାଡେମୀ ପକ୍ଷରୁ ଆସନ୍ତା ବର୍ଷ ଫେବ୍ରୁଆରୀ ମାସରେ ଅୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ ବୋଲି ଜଣାପଡ଼ିଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤