ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ସମ୍ମାନ ବା ପୁରସ୍କାର ଲୋଭ ନରଖି ଯୁବ ସାହିତ୍ୟିକମାନେ ସାହିତ୍ୟ ସାଧନା କରନ୍ତୁ
ଭୁବନେଶ୍ବର: ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଯୁବ ସାହିତ୍ୟିକମାନଙ୍କର ଏକ ଦୁଇଦିନିଆ ସମ୍ମିଳନୀ ସ୍ଥାନୀୟ ହୋଟେଲ୍ ସ୍ବସ୍ତି ପ୍ରିମିୟମ୍ଠାରେ ଅନୁଷ୍ଠିତ ହୋଇଯାଇଛି ଏଥିରେ ବଙ୍ଗଳା, ଅସମିୟା, ମଣିପୁରୀ, ବୋଡ଼ୋ, ନେପାଳୀ ଆଦି ଭାଷାର ଯୁବ ସାହିତ୍ୟିକ ଏବଂ ୮ଜଣ ଓଡ଼ିଆ ଯୁବ ସାହିତ୍ୟିକଙ୍କ ସମେତ ମୋଟ ୩୮ଜଣ ଭାଗ ନେଇଥିଲେ ଜୁଲାଇ ୨୭ ତାରିଖରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀକୁ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ.ପ୍ରତିଭା ରାୟ ଉଦ୍ଘାଟନ କରିଥିଲେ ବିଭିନ୍ନ ଭାଷାଭାଷୀ ସାହିତ୍ୟିକମାନଙ୍କ ମଧ୍ୟରେ ଭାବ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ଭଲ ମାଧ୍ୟମ ବୋଲି ସେ କହିଥିଲେ ବିଶେଷ କରି ଯୁବ ଲେଖକମାନେ ପୁରସ୍କାର ଓ ସମ୍ମାନ ସହିତ ଅର୍ଥ ଉପାର୍ଜନ ପ୍ରତି ଲୋଭ ନରଖି ସାହିତ୍ୟ ସାଧନା କଲେ ନିଶ୍ଚିତ ସଫଳତା ହାସଲ କରିବେ ବୋଲି ଡ.ରାୟ କହିଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଶା ପରାମର୍ଶ ପରିଷଦର ଆବାହକ ଗୌରହରି ଦାସ ଏହି ଅବସରରେ ପ୍ରାରମ୍ଭିକ ସୂଚନା ଦେଇ ଓଡ଼ିଶାର କଳା, ସଂସ୍କୃତି ଓ ସାହିତ୍ୟ ଉପରେ ସୂଚନା ଦେବା ସହିତ ଯୁବ ଲେଖକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ
ଏଥିରେ ପ୍ରଖ୍ୟାତ କବି ରମାକାନ୍ତ ରଥ ସଭାପତିଭାବେ ଯୋଗଦେବାକୁ ଥିଲେ ମଧ୍ୟ ଅସୁସ୍ଥତା ହେତୁ ଯୋଗଦେଇ ପାରିନଥିବାରୁ ତାଙ୍କ ବାର୍ତ୍ତା ପଢ଼ାଯାଇଥିଲା ଏହି ବାର୍ତ୍ତାରେ ସେ ”ଯେ ପର୍ଯ୍ୟନ୍ତ ଜଣେ କବି ନିର୍ଭୀକ ଭାବେ ନିଜ ମନର ଭାବକୁ ପରିପ୍ରକାଶ କରୁଥିବ ଏବଂ ସାଧାରଣ ମଣିଷ ସହିତ ନିଜକୁ ସମ୍ପୃକ୍ତ କରୁଥିବ ସେତେ ପର୍ଯ୍ୟନ୍ତ ସେ ଯୁବକ ଥିବ” ବୋଲି କହିଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ପାଦକ କେ.ଶ୍ରୀନିବାସ ରାଓ ଏଥିରେ ସ୍ବାଗତ ଭାଷଣ ଦେଇ ଉତ୍ତର ପୂର୍ବ ଓ ପୂର୍ବ ଭାରତରେ ୪୦୦ରୁ ଅଧିକ ଭାଷା ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମନ୍ବୟ ନାହିଁ ବୋଲି କହିଥିଲେ ଏହାଦ୍ବାରା ଗୋଟିଏ ଭାଷାର ଲେଖା ଅନ୍ୟ ଭାଷାର ଲୋକମାନଙ୍କ ନିକଟରେ ଅପହଞ୍ଚ ରହିଛି ତେଣୁ ଏହି ଭାଷାର ସାହିତ୍ୟିକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ପରସ୍ପର ପରସ୍ପରର ଭାଷାକୁ ଅଧିକ ବୁଝିବା ଓ ଜାଣିବା ପାଇଁ ଏହି ସମ୍ମିଳନୀ ଏକ ଉଦ୍ୟମ ବୋଲି ଶ୍ରୀ ରାଓ କହିଥିଲେ ଏହି ଅବସରରେ ବିଭିନ୍ନ ଭାଷାର ୮ଜଣ କବି କବିତା ପାଠ କରିଥିଲେ ସେମାନଙ୍କ ମଧ୍ୟରେ ଓଡ଼ିଶାର ସୀତାଂଶୁ ଲେଙ୍କା ଓ ଗାୟତ୍ରୀବାଳା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କବିତା ପାଠ କରିଥିଲେ
ସେହିପରି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ କରବୀ ଡେକା ହଜାରିକାଙ୍କ ଅଧ୍ୟକ୍ଷତାରେ କ୍ଷୁଦ୍ରଗଳ୍ପ ଓ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରୁ ସୃଷ୍ଟିଶ୍ରୀ ନାୟକ ଯୋଗଦେଇ ନିଜର କ୍ଷୁଦ୍ରଗଳ୍ପ ପାଠ କରିଥିଲେ ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ବିଶିଷ୍ଟ ଓଡ଼ିଆ ଲେଖକ ହର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଅବସରରେ ବିଭିନ୍ନ ଭାଷାର ମୋଟ ୮ଜଣ ଲେଖକ ସେମାନଙ୍କ କବିତା ପାଠ କରିଥିଲେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର କବି ସରୋଜ ବଳ ଅନ୍ୟତମ ଥିଲେ
କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଅର୍ଥାତ୍ ୨୮ ତାରିଖ ଦିନ ବିଶିଷ୍ଟ ଗାଳ୍ପିକା ପାରମିତା ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ତୃତୀୟ ଅଧିବେଶନ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ଜିତ୍ ବୋରା(ଅସମୀୟା),ସାଦିକ୍ ହୋସେନ୍(ବଙ୍ଗଳା)ଙ୍କ ସମେତ ଓଡ଼ିଆ ଲେଖକ ସୁଜିତ୍ କୁମାର ପଣ୍ଡା ଆଦି ଯୋଗଦେଇ ନିଜ ନିଜର ଗଳ୍ପ ପାଠ କରିଥିଲେ ଏଥିରେ ଗାଳ୍ପିକା ପାରମିତା ଶତପଥୀ ନିଜର ବକ୍ତବ୍ୟରେ ଯୁବପିଢ଼ିଙ୍କ ମଧ୍ୟରେ ଭଲପାଇବା ଏବଂ ଧୈର୍ଯ୍ୟ ଗୋଟିଏ ଭଲ ଲେଖା ସୃଷ୍ଟି ପାଇଁ ଖୋରାକ ଯୋଗାଇଥାଏ ବୋଲି କହିଥିଲେ
କାର୍ଯ୍ୟକ୍ରମର ଚତୁର୍ଥ ଅଧିବେଶନରେ ‘ମୁଁ କାହିଁକି ଲେଖେ’ ଶୀର୍ଷକ ଆଲୋଚନାରେ ଓଡ଼ିଆ ଲେଖକ ବିକ୍ରମ ଦାସ ଅଧ୍ୟକ୍ଷତା କରି ‘ଯେତେବେଳେ ମୋ ହୃଦୟ ଓ ମସ୍ତିଷ୍କ’ ମୋତେ ଲେଖିବାପାଇଁ ପ୍ରେରିତ କରେ’ ସେତେବେଳେ ମୁଁ ଲେଖେ ବୋଲି କହିଥିଲେ ଏହା ସହିତ ଏକ ସୁସ୍ଥ ସମାଜ ଗଠନ ଦିଗରେ ଲେଖକମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ଦାସ କହିଥିଲେ ଏହି ଅଧିବେଶନରେ ସୋମା ବନ୍ଦୋପାଧ୍ୟାୟ, ରଜତ ଚୌଧୁରୀ ଆଦିଙ୍କ ସମେତ ମୋଟ ୫ଜଣ ଲେଖକ ସେମାନେ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ସେ ବିଷୟରେ ମତ ଦେଇଥିଲେ
କାର୍ଯ୍ୟକ୍ରମର ଶେଷ ଅଧିବେଶନରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ସଭାପତିତ୍ବ କରି ସୁବୋଧ ସରକାର, ସମକାଳୀନ କବିତା ହେଉଛି ସମକାଳୀନ କବିମାନଙ୍କର ସ୍ବର ଏବଂ ଏଥିରେ ଯୁବ କବିମାନଙ୍କର କବିତା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ ଏଥିରେ ଓଡ଼ିଆ ଭାଷାର କବି ଦୀପ୍ସା ରଥ ଓ ଅଖିଳ ନାୟକଙ୍କ ସମେତ ଅନ୍ୟ ଭାଷାର ମୋଟ ୮ଜଣ କବି ସେମାନଙ୍କର କବିତା ପାଠ କରିଥିଲେ
ସମଗ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର କର୍ମକର୍ତ୍ତାମାନଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲେଖକ ଓ କବିମାନେ ଯୋଗ ଦେଇଥିଲେ ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ବିଭିନ୍ନ ପୁସ୍ତକଗୁଡ଼ିକର ଏକ ପ୍ରଦର୍ଶନୀ ଓ ବିକ୍ରୟ ଆୟୋଜିତ ହୋଇଥିଲା ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା କବି ଓ ଲେଖକମାନେ ଉତ୍ସାହର ସହିତ ଯୋଗଦେଇ ଉକ୍ତ ଦୁଇଦିନିଆ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. basanti das, bhubaneswar | ଅଗଷ୍ଟ୍ ୧୨, ୨୦୧୩ - ୫:୧୫ ପୂର୍ବାହ୍ନ
odiare lekhibaku chestakali ,helanahin.ahi patrikati aaji dekhili o padhili.dhanyabad.