ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅକ୍ଷୟ ମହାନ୍ତି
କନକଲତା ସାହୁ
ମୃଣାଳ
ରଜତ କୁମାର ମିଶ୍ର
ଅଖିଳମୋହନ ପଟ୍ଟନାୟକ
ସୀତାକାନ୍ତ ମହାପାତ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜୁଲାଇ ୩୦, ୨୦୧୩  
ମୂଳ ପୃଷ୍ଠାପ୍ରଚ୍ଛଦ
 

ସମ୍ମାନ ବା ପୁରସ୍କାର ଲୋଭ ନରଖି ଯୁବ ସାହିତ୍ୟିକମାନେ ସାହିତ୍ୟ ସାଧନା କରନ୍ତୁ
ଭୁବନେଶ୍ବର: ପ୍ରଥମ ଥର ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଯୁବ ସାହିତ୍ୟିକମାନଙ୍କର ଏକ ଦୁଇଦିନିଆ ସମ୍ମିଳନୀ ସ୍ଥାନୀୟ ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି୤ ଏଥିରେ ବଙ୍ଗଳା, ଅସମିୟା, ମଣିପୁରୀ, ବୋଡ଼ୋ, ନେପାଳୀ ଆଦି ଭାଷାର ଯୁବ ସାହିତ୍ୟିକ ଏବଂ ୮ଜଣ ଓଡ଼ିଆ ଯୁବ ସାହିତ୍ୟିକଙ୍କ ସମେତ ମୋଟ ୩୮ଜଣ ଭାଗ ନେଇଥିଲେ୤ ଜୁଲାଇ ୨୭ ତାରିଖରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀକୁ ଜ୍ଞାନପୀଠ ପୁରସ୍କାର ବିଜୟିନୀ ଡ.ପ୍ରତିଭା ରାୟ ଉଦ୍‌ଘାଟନ କରିଥିଲେ୤ ବିଭିନ୍ନ ଭାଷାଭାଷୀ ସାହିତ୍ୟିକମାନଙ୍କ ମଧ୍ୟରେ ଭାବ ବିନିମୟ ପାଇଁ ଏହି ସମ୍ମିଳନୀ ଏକ ଭଲ ମାଧ୍ୟମ ବୋଲି ସେ କହିଥିଲେ୤ ବିଶେଷ କରି ଯୁବ ଲେଖକମାନେ ପୁରସ୍କାର ଓ ସମ୍ମାନ ସହିତ ଅର୍ଥ ଉପାର୍ଜନ ପ୍ରତି ଲୋଭ ନରଖି ସାହିତ୍ୟ ସାଧନା କଲେ ନିଶ୍ଚିତ ସଫଳତା ହାସଲ କରିବେ ବୋଲି ଡ.ରାୟ କହିଥିଲେ୤ କେନ୍ଦ୍ର ସାହିତ୍ୟ ଏକାଡେମୀର ଓଡ଼ିଶା ପରାମର୍ଶ ପରିଷଦର ଆବାହକ ଗୌରହରି ଦାସ ଏହି ଅବସରରେ ପ୍ରାରମ୍ଭିକ ସୂଚନା ଦେଇ ଓଡ଼ିଶାର କଳା, ସଂସ୍କୃତି ଓ ସାହିତ୍ୟ ଉପରେ ସୂଚନା ଦେବା ସହିତ ଯୁବ ଲେଖକମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ୤

ଏଥିରେ ପ୍ରଖ୍ୟାତ କବି ରମାକାନ୍ତ ରଥ ସଭାପତିଭାବେ ଯୋଗଦେବାକୁ ଥିଲେ ମଧ୍ୟ ଅସୁସ୍ଥତା ହେତୁ ଯୋଗଦେଇ ପାରିନଥିବାରୁ ତାଙ୍କ ବାର୍ତ୍ତା ପଢ଼ାଯାଇଥିଲା୤ ଏହି ବାର୍ତ୍ତାରେ ସେ ”ଯେ ପର୍ଯ୍ୟନ୍ତ ଜଣେ କବି ନିର୍ଭୀକ ଭାବେ ନିଜ ମନର ଭାବକୁ ପରିପ୍ରକାଶ କରୁଥିବ ଏବଂ ସାଧାରଣ ମଣିଷ ସହିତ ନିଜକୁ ସମ୍ପୃକ୍ତ କରୁଥିବ ସେତେ ପର୍ଯ୍ୟନ୍ତ ସେ ଯୁବକ ଥିବ” ବୋଲି କହିଥିଲେ୤ କେନ୍ଦ୍ର ସାହିତ୍ୟ ଏକାଡେମୀର ସମ୍ପାଦକ କେ.ଶ୍ରୀନିବାସ ରାଓ ଏଥିରେ ସ୍ବାଗତ ଭାଷଣ ଦେଇ ଉତ୍ତର ପୂର୍ବ ଓ ପୂର୍ବ ଭାରତରେ ୪୦୦ରୁ ଅଧିକ ଭାଷା ରହିଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ସମନ୍ବୟ ନାହିଁ ବୋଲି କହିଥିଲେ୤ ଏହାଦ୍ବାରା ଗୋଟିଏ ଭାଷାର ଲେଖା ଅନ୍ୟ ଭାଷାର ଲୋକମାନଙ୍କ ନିକଟରେ ଅପହଞ୍ଚ ରହିଛି୤ ତେଣୁ ଏହି ଭାଷାର ସାହିତ୍ୟିକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହିତ ପରସ୍ପର ପରସ୍ପରର ଭାଷାକୁ ଅଧିକ ବୁଝିବା ଓ ଜାଣିବା ପାଇଁ ଏହି ସମ୍ମିଳନୀ ଏକ ଉଦ୍ୟମ ବୋଲି ଶ୍ରୀ ରାଓ କହିଥିଲେ୤ ଏହି ଅବସରରେ ବିଭିନ୍ନ ଭାଷାର ୮ଜଣ କବି କବିତା ପାଠ କରିଥିଲେ୤ ସେମାନଙ୍କ ମଧ୍ୟରେ ଓଡ଼ିଶାର ସୀତାଂଶୁ ଲେଙ୍କା ଓ ଗାୟତ୍ରୀବାଳା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କବିତା ପାଠ କରିଥିଲେ୤

ସେହିପରି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ କରବୀ ଡେକା ହଜାରିକାଙ୍କ ଅଧ୍ୟକ୍ଷତାରେ କ୍ଷୁଦ୍ରଗଳ୍ପ ଓ କବିତାପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା୤ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶାରୁ ସୃଷ୍ଟିଶ୍ରୀ ନାୟକ ଯୋଗଦେଇ ନିଜର କ୍ଷୁଦ୍ରଗଳ୍ପ ପାଠ କରିଥିଲେ୤ ସେହିପରି କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନରେ ବିଶିଷ୍ଟ ଓଡ଼ିଆ ଲେଖକ ହର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା୤ ଏହି ଅବସରରେ ବିଭିନ୍ନ ଭାଷାର ମୋଟ ୮ଜଣ ଲେଖକ ସେମାନଙ୍କ କବିତା ପାଠ କରିଥିଲେ୤ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ଭାଷାର କବି ସରୋଜ ବଳ ଅନ୍ୟତମ ଥିଲେ୤

କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ଅର୍ଥାତ୍‌ ୨୮ ତାରିଖ ଦିନ ବିଶିଷ୍ଟ ଗାଳ୍ପିକା ପାରମିତା ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ତୃତୀୟ ଅଧିବେଶନ୤ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍‌ଜିତ୍‌ ବୋରା(ଅସମୀୟା),ସାଦିକ୍‌ ହୋସେନ୍‌(ବଙ୍ଗଳା)ଙ୍କ ସମେତ ଓଡ଼ିଆ ଲେଖକ ସୁଜିତ୍‌ କୁମାର ପଣ୍ଡା ଆଦି ଯୋଗଦେଇ ନିଜ ନିଜର ଗଳ୍ପ ପାଠ କରିଥିଲେ୤ ଏଥିରେ ଗାଳ୍ପିକା ପାରମିତା ଶତପଥୀ ନିଜର ବକ୍ତବ୍ୟରେ ଯୁବପିଢ଼ିଙ୍କ ମଧ୍ୟରେ ଭଲପାଇବା ଏବଂ ଧୈର୍ଯ୍ୟ ଗୋଟିଏ ଭଲ ଲେଖା ସୃଷ୍ଟି ପାଇଁ ଖୋରାକ ଯୋଗାଇଥାଏ ବୋଲି କହିଥିଲେ୤

କାର୍ଯ୍ୟକ୍ରମର ଚତୁର୍ଥ ଅଧିବେଶନରେ ‘ମୁଁ କାହିଁକି ଲେଖେ’ ଶୀର୍ଷକ ଆଲୋଚନାରେ ଓଡ଼ିଆ ଲେଖକ ବିକ୍ରମ ଦାସ ଅଧ୍ୟକ୍ଷତା କରି ‘ଯେତେବେଳେ ମୋ ହୃଦୟ ଓ ମସ୍ତିଷ୍କ’ ମୋତେ ଲେଖିବାପାଇଁ ପ୍ରେରିତ କରେ’ ସେତେବେଳେ ମୁଁ ଲେଖେ ବୋଲି କହିଥିଲେ୤ ଏହା ସହିତ ଏକ ସୁସ୍ଥ ସମାଜ ଗଠନ ଦିଗରେ ଲେଖକମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଶ୍ରୀ ଦାସ କହିଥିଲେ୤ ଏହି ଅଧିବେଶନରେ ସୋମା ବନ୍ଦୋପାଧ୍ୟାୟ, ରଜତ ଚୌଧୁରୀ ଆଦିଙ୍କ ସମେତ ମୋଟ ୫ଜଣ ଲେଖକ ସେମାନେ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ସେ ବିଷୟରେ ମତ ଦେଇଥିଲେ୤

କାର୍ଯ୍ୟକ୍ରମର ଶେଷ ଅଧିବେଶନରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା୤ ଏଥିରେ ସଭାପତିତ୍ବ କରି ସୁବୋଧ ସରକାର, ସମକାଳୀନ କବିତା ହେଉଛି ସମକାଳୀନ କବିମାନଙ୍କର ସ୍ବର ଏବଂ ଏଥିରେ ଯୁବ କବିମାନଙ୍କର କବିତା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ବୋଲି କହିଥିଲେ୤ ଏଥିରେ ଓଡ଼ିଆ ଭାଷାର କବି ଦୀପ୍‌ସା ରଥ ଓ ଅଖିଳ ନାୟକଙ୍କ ସମେତ ଅନ୍ୟ ଭାଷାର ମୋଟ ୮ଜଣ କବି ସେମାନଙ୍କର କବିତା ପାଠ କରିଥିଲେ୤

ସମଗ୍ର କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଏକାଡେମୀର କର୍ମକର୍ତ୍ତାମାନଙ୍କ ସମେତ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଲେଖକ ଓ କବିମାନେ ଯୋଗ ଦେଇଥିଲେ୤ ଏହି ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରକାଶିତ ବିଭିନ୍ନ ପୁସ୍ତକଗୁଡ଼ିକର ଏକ ପ୍ରଦର୍ଶନୀ ଓ ବିକ୍ରୟ ଆୟୋଜିତ ହୋଇଥିଲା୤ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା କବି ଓ ଲେଖକମାନେ ଉତ୍ସାହର ସହିତ ଯୋଗଦେଇ ଉକ୍ତ ଦୁଇଦିନିଆ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. basanti das, bhubaneswar |  ଅଗଷ୍ଟ୍ ୧୨, ୨୦୧୩ - ୫:୧୫ ପୂର୍ବାହ୍ନ

    odiare lekhibaku chestakali ,helanahin.ahi patrikati aaji dekhili o padhili.dhanyabad.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤