ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ତ୍ରିନାଥ ସିଂହ
ପ୍ରଦୀପ ନାୟକ
ଭୁବନେଶ୍ବର ବେହେରା
କାହ୍ନୁଚରଣ ମହାନ୍ତି
ନୀଳକଣ୍ଠ ଦାସ
ନୀଳମଣି ବିଦ୍ୟାରତ୍ନ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୩, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଓଡ଼ିଆ ଉପନ୍ୟାସ ‘ଅଚିହ୍ନା ବାସଭୂମି’ ପୁରସ୍କାର ଉପରେ ରହିତାଦେଶ
କଟକ: ରାଜ୍ୟରେ ସମ୍ପ୍ରତି ସାହିତ୍ୟ ପୁରସ୍କାରକୁ ନେଇ ବିବାଦ ଘନେଇ ଥିବାବେଳେ ଏବେ ଉଚ୍ଚନ୍ୟାୟାଳୟରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ପୁସ୍ତକ ମନୋନୟନକୁ ନେଇ ମାମଲା ଯୋଗୁଁ ଏହି ପ୍ରସଙ୍ଗ ଅଧିକ ଘନୀଭୂତ ହୋଇଛି୤ ବିଶେଷକରି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପକ୍ଷରୁ ଓଡ଼ିଆ ସାହିତ୍ୟ ପାଇଁ ଚୟନ କରାଯାଇଥିବା ଉପନ୍ୟାସ “ଅଚିହ୍ନା ବାସଭୂମି” ପାଇଁ କଳ୍ପନାକୁମାରୀ ଦେବୀଙ୍କୁ ଦିଆଯିବାକୁ ଥିବା ପୁରସ୍କାର ଉପରେ ଉଚ୍ଚନ୍ୟାୟାଳୟ ରହିତାଦେଶ ଜାରି କରିଛନ୍ତି୤ ମୁଖ୍ୟବିଚାରପତି ଭି.ଗୋପାଳ ଗୌଡ଼ ଓ ବିଚାରପତି ବିଶ୍ବନାଥ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ରହିତାଦେଶ ଜାରି କରିବା ସହ ପ୍ରତିପକ୍ଷ କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରଣାଳୟ ସଚିବ, କେନ୍ଦ୍ର ସାହତ୍ୟ ଏକାଡ଼େମୀର ସଭାପତି ଓ ସମ୍ପାଦକ, ଏକାଡ଼େମୀର ଆବାହକ, ଲେଖିକା ଓ ପ୍ରକାଶକଙ୍କୁ ନୋଟିସ ଜାରି କରିଛନ୍ତି୤ ଫଳରେ ଫେବୃୟାରୀ ୧୪ରେ ‘ଅଚିହ୍ନା ବାସଭୂମି’ ପାଇବାକୁ ଥିବା ପୁରସ୍କାରରୁ କଳ୍ପନାକୁମାରୀ ଦେବୀ ବଞ୍ଚିତ ହେବା ଆଶଙ୍କା ରହିଛି୤

ଉଲ୍ଲେଖଯୋଗ୍ୟ ଯେ, ୨୦୧୧ ବର୍ଷରେ ପୁରସ୍କାର ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓଡ଼ିଆ ଉପନ୍ୟାସ ‘ଅଚିହ୍ନା ବାସଭୂମି’କୁ ଚୟନ କରାଯାଇଥିଲା୤ ପୁସ୍ତକ ଚୟନ ପ୍ରକ୍ରିୟା ତ୍ରୁଟିପୂର୍ଣ୍ଣ ବୋଲି ଦର୍ଶାଇ ଜଣେ ପ୍ରକାଶକ ଶ୍ରୀଚରଣ ପ୍ରତାପ (କନିଷ୍କ)ଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାୟର କରାଯାଇଥିଲା୤ ଆବେଦନକାରୀ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ଏକାଡ଼େମୀ ନିୟମ ମୁତାବକ ଯେଉଁ ବର୍ଷ ପାଇଁ ପୁରସ୍କାର ଘୋଷଣା କରାଯିବ ତାର ପୂର୍ବବର୍ତ୍ତୀ ବର୍ଷର ପୂର୍ବ ୩ ବର୍ଷର ପୁସ୍ତକୁ ମନୋନୟନ ପ୍ରକ୍ରିୟାରେ ସ୍ଥାନିତ କରାଯିବା କଥା୤ କିନ୍ତୁ ଅଚିହ୍ନା ବାସଭୂମି ପୁସ୍ତକ ୨୦୧୦ ରେ ପ୍ରକାଶ ପାଇଥିଲେ ସୁଦ୍ଧା ଏହି ପୁସ୍ତକକୁ ପ୍ରକାଶକ ତଞ୍ଚକତା କରି ୨୦୦୯ ରେ ପ୍ରକାଶ ପାଇଛି ବୋଲି ଯାହା ଦର୍ଶାଇଛନ୍ତି ତାହା ସମ୍ପୂର୍ଣ୍ଣ ଆଇନ ବିରୋଧୀ ବୋଲି ପିଟିସନରେ ଉଲ୍ଲେଖ କରାଯାଇଥିଲା୤ ଗତ କିଛି ଦିନହେଲା ଏହି ପୁରସ୍କାରକୁ ନେଇ ବିବାଦ ବଢ଼ିଚାଲିଥିଲାବେଳେ ଓଡ଼ିଆ ସାହିତ୍ୟିକମାନେ ପରସ୍ପର ବିରୋଧୀ ମତଦେବା ଘଟଣା ଏବେ ଆଲୋଚନାର ବିଷୟ ହୋଇଛି୤ ଏଭଳି ସ୍ଥିତିରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଘୋଷିତ ଓଡ଼ିଆ ଭାଷାର ପୁରସ୍କାର ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ରାଜୁ |  ଫେବୃଆରୀ ୧୨, ୨୦୧୨ - ୧୧:୪୫ ପୂର୍ବାହ୍ନ

    ବହୁତ ସୁନ୍ଦର website.
    ଦନ୍ୟବାଦ odiasahitya.

  • ୨. ସୁବ୍ରତ |  ଫେବୃଆରୀ ୧୪, ୨୦୧୨ - ୨:୨୫ ପୂର୍ବାହ୍ନ

    କେନ୍ଦ୍ର ସାହିତ୍ୟ ଏକାଡେମୀ ହେଉ ବା ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାରହେଉ, ଯେତେବେଳେ ଓଡିଶାର କେହି ହତଭାଗା ଲୋକ(ଲେଖକ)ଟିଏ ପାଉଛି, ବିଚରା ମୁଣ୍ଡରେ ପେଚା ବସିଲା ଜାଣ. କଥା କଣ କି ଏମନ୍ତ ଗୋଷ୍ଠିଟାଏର ଉଦ୍ଭବ ଏବେ ଓଡିଶାରେ ହେଇଚି, ଯୋଉମାନଙ୍କର ପ୍ରବଳ ଗାତ୍ରଦାହ ହେଉଛି କିଏ କୋଉଠି କଅଣ ଗୋଟାଏ ଯଦି ପାଇଯାଉଚି! ଆମ ସାଧାରଣ ଓଡିଆ ପାଠକଟିଏ ସାହିତ୍ୟର ରସାସ୍ବାଦନ କରିବ କଅଣ, ଓଲଟି କେବଳ ଓଡିଆ ସାହିତ୍ୟର ଛିଦ୍ରାନ୍ବେଷୀ ଦୋଷଦ୍ରଷ୍ଟା ହେଇ ବଙ୍ଗଳା ବା ହିନ୍ଦି ବହିଟାଏ କାଖରେ ଜାକିବାର ଆହ୍ବାନକୁ ଏଡିପାରୁନାହି…..ଅପିତୁ ପଡୋଶୀ ଭାଷା ବିଦ୍ବାନମାନେ ଆମ ସାହିତ୍ୟ ପ୍ରତି ଭ୍ରୂ-କୁଞ୍ଚନ କରିବାର ସୁଯୋଗ ପାଇ କୁଲୁକୁଲୁ ହେଇ ପଡୁଚନ୍ତି. ଅତଏବ ଏ “କନିଷ୍କ୍” ଏବମ୍ “ବିବୁଧରଞ୍ଜନ”ମାନଙ୍କୁ ଅନୁରୋଧ ଦୟାକରି ସେମାନେ ଅଯଥା ଅଙ୍ଗୁଳିନିର୍ଦ୍ଦେଶରୁ ବିରତ ରୁହନ୍ତୁ. ସେଥିରେ ହି ସାମଗ୍ରିକ ମଙ୍ଗଳ . -ବନ୍ଦେ ଉତ୍କଳ ଭାରତୀ

  • ୩. Kahnu Chanran Mallick |  ଫେବୃଆରୀ ୨୪, ୨୦୧୨ - ୧୦:୩୮ ପୂର୍ବାହ୍ନ

    If various award committees maintains the principle of awarding somebody based on the Fairness, merit , value and credibility of one’s work I don’t think this kind of situation would arise. But unfortunately, favoritism plays a very significant role in this “Awarding and Being warded” business in Indian context . And that is the reason why, Awards are now a days loosing it’s meaning and value.

    If a system and checkpoints are fairly maintained and respected, for nominating and decision makings on this AWARDs then no particular group or person will have to go to court for this. Before we blame ( be the writer or opposing group or award committee ) anyone for this kind of situation, let us ask are the above points are respected ?

    On a different note just to give an example, let’s come to the road and see by ourselves how our edcuated mass obeys and respects the Simple Traffic rules. This will give you enough ideas what I am talking about.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤