ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୪୬

ଲେଖକ ଓ ଲେଖିକା

ସାର୍‌ ବାସୁଦେବ ସୁଢ଼ଳଦେବ
ସ୍ବଭାବ କବି ଗଙ୍ଗାଧର ମେହେର
ସେନାପତି ପ୍ରଦ୍ୟୁମ୍ନ କେଶରୀ
ଡ.ହରେକୃଷ୍ଣ ମହତାବ
ଭୂପେନ୍‌ ମହାପାତ୍ର
ଅଚ୍ୟୁତାନନ୍ଦ କର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୨୬, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

dhana phulara mahakaରାଉରକେଲା: ଇସ୍ପାତ ସହରରୁ ପ୍ରକାଶ ପାଇଆସୁଥିବା ଧାନଫୁଲ ପତ୍ରିକାର ସମ୍ପାଦକ ବ୍ରଜ ଦାସଙ୍କ ପ୍ରଥମ କବିତା ସଙ୍କଳନ ଧାନ ଫୁଲର ମହକ ଗତକାଲି ସନ୍ଧ୍ୟାରେ ଉନ୍ନୋଚିତ ହୋଇଯାଇଛି୤ ପ୍ରଗତି ଉତ୍କଳ ସଂଘ ପରିସରସ୍ଥିତ ମଧୁ ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଉକ୍ତ ସଙ୍କଳନକୁ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ନାରାୟଣ ପୃଷେଠ ଉନ୍ମୋଚିତ କରିଥିଲେ୤ ଗାଳ୍ପିକ ଓ ପ୍ରାବନ୍ଧିକ ଦେବେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆଇ.ଜି.ଏଚ୍.ର ନିର୍ଦ୍ଦେଶକ ଡା. ସରୋଜ କାନ୍ତି ମିଶ୍ର ଓ କବି ଅଶୋକ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ୤

ପ୍ରାରମ୍ଭରେ କବି ବ୍ରଜ ଦାସ ସ୍ବାଗତ ଭାଷଣ ଦେଇ ପୁରାତନ କବିତାଠାରୁ ସାମ୍ପ୍ରତିକ କବିତା ଯାଏ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ୤ ପୁସ୍ତକ ହିଁ ତୀର୍ଥ ଏବଂ ଏହା ମଣିଷର ସକଳ ନୈରାଶ୍ୟକୁ ଦୂର କରିପାରେ ବୋଲି ମୁଖ୍ୟ ଅତିଥି କହିଥିଲେ ୤ ସମ୍ମାନିତ ଅତିଥି ଡା. ମିଶ୍ର ତାଙ୍କ ବକ୍ତବ୍ୟରେ କବି ବ୍ରଜ ଦାସ ପୂର୍ବରୁ ଛଦ୍ମ ନାମରେ କବିତା ଲେଖି ଆଦୃତ ଲାଭ କରିଥିବାରୁ, କବିତାର ସତ୍‌ପାଠକ ଅଛନ୍ତି ବୋଲି କହିଥିଲେ୤ ଅନ୍ୟତମ ସମ୍ମାନିତ ଅତିଥି କବି ଶ୍ରୀ ମହାପାତ୍ର ଉନ୍ମୋଚିତ କବିତ ସଙ୍କଳନରୁ ଏକ କବିତା ପାଠ କରି ସମସ୍ତ କବିମାନଙ୍କୁ ଉକ୍ତ ସଙ୍କଳନ ପାଠ କରିବାକୁ ଆହ୍ବାନ ଦେଇଥିଲେ ୤ କବି ସନତ୍ ରାୟ କବିତା ପୁସ୍ତକ ଉପରେ ବିସ୍ତୃତ ଆଲୋଚନା କରିଥିଲେ୤ ଏଥିରେ ଯୁବ କବି ଅଶୋକ ରାଉତ ଓ ମମତାଞ୍ଜଳି ଦାସ ମଞ୍ଚ ସଞ୍ଚାଳନା କରିଥିଲେ୤ ଉକ୍ତ କାର୍ଯ୍ୟକ୍ରମରେ ସହରର ବହୁ ତରୁଣ ତଥା ପ୍ରବୀଣ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?

  • ୧. ºÍü ³ÝÌÚÏ999999 |  ଏପ୍ରିଲ୍ ୨୬, ୨୦୧୦ - ୮:୫୬ ପୂର୍ବାହ୍ନ

    ସତରେ ଧାନ ଫୁଲର ମହକ ଓଡିଆ ସାହିତ୍ୟ ଜଗତରେ ଏକ ଅନନ୍ୟ ଅବଦାମ୤

  • ୨. ºÍü ³ÝÌÚÏ999999 |  ଏପ୍ରିଲ୍ ୨୬, ୨୦୧୦ - ୯:୦୧ ପୂର୍ବାହ୍ନ

    ବ୍ରଜ ଦାସଙ୍କ ପ୍ରଥମ କବିତା ସଙ୍କଳନ ଧାନ ଫୁଲର ମହକ ଏକ ଅନନ୍ୟ ପ୍ରୟାସ୤

  • ୩. ସରୋଜ କାନ୍ତି ମିଶ୍ର |  ଜାନୁଆରୀ ୧, ୨୦୧୨ - ୭:୫୫ ପୂର୍ବାହ୍ନ

    ଏକ ନୁତନ ସ୍ବାଦର କବିତା , ଓଜନଦାର ଏବଂ ବଳିଷ୍ଠ ମଧ୍ୟ୤ କବିଙ୍କୁ ଆମର ଶୁଭେଛା୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤