ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ରାଉରକେଲା: ଇସ୍ପାତ ସହରରୁ ପ୍ରକାଶ ପାଇଆସୁଥିବା ଧାନଫୁଲ ପତ୍ରିକାର ସମ୍ପାଦକ ବ୍ରଜ ଦାସଙ୍କ ପ୍ରଥମ କବିତା ସଙ୍କଳନ ଧାନ ଫୁଲର ମହକ ଗତକାଲି ସନ୍ଧ୍ୟାରେ ଉନ୍ନୋଚିତ ହୋଇଯାଇଛି ପ୍ରଗତି ଉତ୍କଳ ସଂଘ ପରିସରସ୍ଥିତ ମଧୁ ମଣ୍ଡପରେ ଆୟୋଜିତ ଏକ ଉତ୍ସବରେ ଉକ୍ତ ସଙ୍କଳନକୁ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ନାରାୟଣ ପୃଷେଠ ଉନ୍ମୋଚିତ କରିଥିଲେ ଗାଳ୍ପିକ ଓ ପ୍ରାବନ୍ଧିକ ଦେବେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ଆଇ.ଜି.ଏଚ୍.ର ନିର୍ଦ୍ଦେଶକ ଡା. ସରୋଜ କାନ୍ତି ମିଶ୍ର ଓ କବି ଅଶୋକ ଚନ୍ଦ୍ର ମହାପାତ୍ର ଯୋଗଦେଇଥିଲେ
ପ୍ରାରମ୍ଭରେ କବି ବ୍ରଜ ଦାସ ସ୍ବାଗତ ଭାଷଣ ଦେଇ ପୁରାତନ କବିତାଠାରୁ ସାମ୍ପ୍ରତିକ କବିତା ଯାଏ ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ ପୁସ୍ତକ ହିଁ ତୀର୍ଥ ଏବଂ ଏହା ମଣିଷର ସକଳ ନୈରାଶ୍ୟକୁ ଦୂର କରିପାରେ ବୋଲି ମୁଖ୍ୟ ଅତିଥି କହିଥିଲେ ସମ୍ମାନିତ ଅତିଥି ଡା. ମିଶ୍ର ତାଙ୍କ ବକ୍ତବ୍ୟରେ କବି ବ୍ରଜ ଦାସ ପୂର୍ବରୁ ଛଦ୍ମ ନାମରେ କବିତା ଲେଖି ଆଦୃତ ଲାଭ କରିଥିବାରୁ, କବିତାର ସତ୍ପାଠକ ଅଛନ୍ତି ବୋଲି କହିଥିଲେ ଅନ୍ୟତମ ସମ୍ମାନିତ ଅତିଥି କବି ଶ୍ରୀ ମହାପାତ୍ର ଉନ୍ମୋଚିତ କବିତ ସଙ୍କଳନରୁ ଏକ କବିତା ପାଠ କରି ସମସ୍ତ କବିମାନଙ୍କୁ ଉକ୍ତ ସଙ୍କଳନ ପାଠ କରିବାକୁ ଆହ୍ବାନ ଦେଇଥିଲେ କବି ସନତ୍ ରାୟ କବିତା ପୁସ୍ତକ ଉପରେ ବିସ୍ତୃତ ଆଲୋଚନା କରିଥିଲେ ଏଥିରେ ଯୁବ କବି ଅଶୋକ ରାଉତ ଓ ମମତାଞ୍ଜଳି ଦାସ ମଞ୍ଚ ସଞ୍ଚାଳନା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ସହରର ବହୁ ତରୁଣ ତଥା ପ୍ରବୀଣ କବି ଓ ସାହିତ୍ୟିକ ଯୋଗ ଦେଇଥିଲେ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ºÍü ³ÝÌÚÏ999999 | ଏପ୍ରିଲ୍ ୨୬, ୨୦୧୦ - ୮:୫୬ ପୂର୍ବାହ୍ନ
ସତରେ ଧାନ ଫୁଲର ମହକ ଓଡିଆ ସାହିତ୍ୟ ଜଗତରେ ଏକ ଅନନ୍ୟ ଅବଦାମ୨. ºÍü ³ÝÌÚÏ999999 | ଏପ୍ରିଲ୍ ୨୬, ୨୦୧୦ - ୯:୦୧ ପୂର୍ବାହ୍ନ
ବ୍ରଜ ଦାସଙ୍କ ପ୍ରଥମ କବିତା ସଙ୍କଳନ ଧାନ ଫୁଲର ମହକ ଏକ ଅନନ୍ୟ ପ୍ରୟାସ୩. ସରୋଜ କାନ୍ତି ମିଶ୍ର | ଜାନୁଆରୀ ୧, ୨୦୧୨ - ୭:୫୫ ପୂର୍ବାହ୍ନ
ଏକ ନୁତନ ସ୍ବାଦର କବିତା , ଓଜନଦାର ଏବଂ ବଳିଷ୍ଠ ମଧ୍ୟ କବିଙ୍କୁ ଆମର ଶୁଭେଛା