ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଆଶିଷ କୁମାର କର
କମଳା ଶତପଥି
ବିଜୟ ମିଶ୍ର
ସ୍ବଭାବ କବି ଗଙ୍ଗାଧର ମେହେର
ଗୋପୀନାଥ ମହାନ୍ତି
କେ.ଶ୍ୟାମବାବୁ ଦୋରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୫, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍‌ ସୀତାକାନ୍ତ ମହାପାତ୍ରଙ୍କୁ ୨୦୧୦ ମସିହା ବର୍ଷର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି୤ କବି ସୀତାକାନ୍ତ ମହାପାତ୍ର ଓଡ଼ିଆ କବିତାଜଗତର ଜଣେ ଅତିପରିଚିତ ନାଁ୤ ଅତ୍ୟାଧୁନିକ ଓଡ଼ିଆ କବିତାର କଥା ଉଠିଲେ ପ୍ରଥମେ ଆସିଯାଏ ରମାକାନ୍ତ ଓ ସୀତାକାନ୍ତଙ୍କ ନାଁ୤ ସୀତାକାନ୍ତଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯିବା ଓଡ଼ିଆ କାବ୍ୟକବିତାକୁ ଜଗତକୁ ଏକ ସ୍ବୀକୃତ ବୋଲି କୁହାଯାଇପାରେ୤ ‘ଜଣେ ଓଡ଼ିଆ ଭାବରେ ମତେ ଏହି ସମ୍ମାନ ମିଳିଥବାରୁ ଏହା ଖୁସିର ବିଷୟ’ ବୋଲି ସମ୍ମାନ ପାଇବାପରେ କବି ତାଙ୍କ ପ୍ରତିକ୍ରିୟାରେ କହିଥିଲେ୤

କବିଙ୍କ ଜନ୍ମ ୧୯୩୭ ମସିହା ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ୤ ଏହା ପୂର୍ବରୁ ୧୯୯୩ ମସିହାରେ କବିଙ୍କୁ ଜ୍ଞାନପୀଠ ସମ୍ମାନ ଓ ୨୦୦୨ ମସିହାରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା୤ କବିଙ୍କ ପ୍ରସିଦ୍ଧ ରଚନାଗୁଡିକ ମଧ୍ୟରେ ‘ଅଷ୍ଟପଦୀ (୧୯୬୩), ଶବ୍ଦର ଆକାଶ (୧୯୭୧), ଆରଦୃଶ୍ୟ (୧୯୮୧), ଶ୍ରେଷ୍ଠ କବିତା (୧୯୯୪), ଶବ୍ଦ, ସ୍ବପ୍ନ ଓ ନିର୍ଭିକତା (୧୯୯୦), ଅନେକ ଶରତ (ଭ୍ରମଣ କାହାଣୀ) ଆଦି ଖୁବ୍‌ ଲୋକପ୍ରିୟ୤

କବିଙ୍କୁ ଏହି ସମ୍ମାନ ମିଳିଥିବାରୁ ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପକ୍ଷରୁ ଅନେକ ଅନେକ ଅଭିନନ୍ଦନ…

ଏହି ଅବସରରେ ପାଠକପାଠିକା ମାନଙ୍କ ଲାଗି କବିଙ୍କର ନିକଟରେ ପ୍ରକାଶିତ ଏକ କବିତାର ପଂକ୍ତିଟିଏ…

ଜହ୍ନ, ତାରା ତୋତେ କିଛି କହିଥିଲେ
ଆଗକୁ ରାସ୍ତାର ଅବସ୍ଥା କି ପେଟପାଟଣା କଥା
ଆଛା କ’ଣ ହେବାକୁ ଚାହୁଁଥିଲୁ ?
ଖାଉନ୍ଦ, ମନ୍ତ୍ରୀ, ମଣିଷଖିଆ ମଣିଷ ସୌଦାଗର
ନା’ ଛୋଟ ଛୋଟ ହସଖୁସି, ସୁଆଦିଆ ଖାଇବା ଦିଓଟି
…ଛୋଟ ମଣିଷ ପାଇଁ ଏପଟେ କାଚ ରୁଣୁଝୁଣୁ, ସେପଟେ ପିଲାଙ୍କ ସ୍ବର…

– ବସ୍ତାନି ବାନ୍ଧିବାର ବେଳ (ସୀତାକାନ୍ତ ମହାପାତ୍ର)

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤