ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ବିପ୍ର ଆଚାର୍ଯ୍ୟ
ଗୋଦାବରୀଶ ମହାପାତ୍ର
ଫନି ମହାନ୍ତି
ରମାକାନ୍ତ ରଥ
ଦିଲ୍ଲୀପ ଦାସ
ମହାପାତ୍ର ନୀଳମଣି ସାହୁ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମେ ୧୬, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

ରାଉରକେଲା: ଗତକାଲି ଇସ୍ପାତ ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ଆଦର୍ଶ ପାଠାଗାର ଏବଂ ଭଞ୍ଜ କଲ୍ଚରାଲ୍ ଟ୍ରଷ୍ଟ୍‌ର ମିଳିତ ଆନୁକୂଲ୍ୟରେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜୟନ୍ତୀ ପାଳିତ ହୋଇଯାଇଛି୤ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ନିର୍ଦ୍ଦେଶକ ପ୍ରଫେସର୍‌ ପି.ସି.ପଣ୍ଡା ଯୋଗଦେଇ ଭଞ୍ଜ ସାହିତ୍ୟର ତୁଳନା ନାହିଁ ଏବଂ ତାଙ୍କ ରଚନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ ଓ ରୁଦ୍ଧିମନ୍ତ କରିବାରେ ବିଶେଷ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ୤ ତେଣୁ ଏହାର ପ୍ରଚାର ଓ ପ୍ରସାର ପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ସହିତ ତାଙ୍କ ଉପରେ ଏକ ୱେବ୍‌ ସାଇଟ୍‌ କରାଯିବା ଆବଶ୍ୟକ ବୋଲି ପ୍ରଫେସର ପଣ୍ଡା ଆହ୍ବାନ ଦେଇଥିଲେ୤ ଇଣ୍ଡୋନେସିଆରୁ ଗୋଟିଏ କାର୍ଯ୍ୟକ୍ରମରେ ଆସିଥିବା ବେଳେ ଭଞ୍ଜଙ୍କ ରଚନାରେ ଉଦ୍‌ବୁଦ୍ଧ ହୋଇଥିବା ସେଠାକାର ଜଣେ ନାଗରିକ କିପରି ଘୁଙ୍ଗୁର ବାନ୍ଧି ନାଚିଥିଲେ, ତାହା ସେ ବର୍ଣ୍ଣନା କରିଥିଲେ୤

ଭଞ୍ଜ ସାହିତ୍ୟ ବିଶାରଦ ପ୍ରଫେସର କୃଷ୍ଣଚନ୍ଦ୍ର ଭୂୟାଁ ମୁଖ୍ୟବକ୍ତା ଭାବେ ଯୋଗଦେଇ ଭଞ୍ଜ ସାହିତ୍ୟ ସହିତ ଅନ୍ୟାନ୍ୟ ସାହିତ୍ୟର ତୁଳନା କରିବା ସହିତ ଭଞ୍ଜ ସାହିତ୍ୟର ଐତିହାସିକ ଦିଗ ଉପରେ ଆଲୋଚନା କରିଥିଲେ୤ ସଭାରେ ସଭାପତିତ୍ବ କରି ବରିଷ୍ଠ ସାମ୍ବାଦିକ ଅଦ୍ବୈତ ପ୍ରସାଦ ବିଶ୍ବାଳ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟ ସମ୍ଭାର ଉପରେ ଆଲୋଚନା କରିଥିଲେ୤ ଶେଷରେ ଆଶାଲତା ଷଡ଼ଙ୍ଗୀ, ବୀଣା ରଥ ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. Ajaya Sahu |  ମେ ୧୬, ୨୦୧୧ - ୬:୨୭ ପୂର୍ବାହ୍ନ

    It is necessary to have a specific website with all details on Bhanja Sahitya.

  • ୨. ବଦ୍ରି ନାଥ ବେହେରା |  ମେ ୧୯, ୨୦୧୧ - ୧୧:୩୧ ଅପରାହ୍ନ

    ପ୍ରକୃତରେ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିଭା ଅତୁଳୁନିୟ, ଏବଂ ପ୍ରତେକ ଓଡିଆ ଏଥିରେ ଅଣୁପ୍ରାଣିତ ହେବାଆବଶ୍ୟକ | ଆଶାକରେ ଏଭଳି କାର୍ଯ୍ୟକ୍ରମ ଆଗକୁ ଆହୁରି ଲୋକଙ୍କ ଆଦୃତ ହେବ |

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤