ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ମହାପାତ୍ର ନୀଳମଣି ସାହୁ
କେ.ଶ୍ୟାମବାବୁ ଦୋରା
ଗଣେଶ୍ୱର ମିଶ୍ର
ନିତ୍ୟାନନ୍ଦ ମହାପାତ୍ର
ରମେଶ ଚନ୍ଦ୍ର ଦାସ
ଗୋଦାବରିଶ ମିଶ୍ର

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ସେପ୍ଟେମ୍ବର୍ ୬, ୨୦୧୧  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ରାଜ୍ୟ ବିଧାନସଭାରେ ଓଡ଼ିଆକୁ ରାଜଭାଷା ସମ୍ପର୍କିତ ବିଲ୍‌ ଗୃହୀତ
ଭୁବନେଶ୍ବର : ଝାଡ଼ଖଣ୍ଡ ବିଧାନସଭାର ମୌସୁମୀ ଅଧିବେଶନର ଶେଷ ଦିନରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ପ୍ରଦାନ ସମ୍ପର୍କିତ ବିଲ୍‌ ଗୃହୀତ ହୋଇଛି୤ ଫଳରେ ଝାଡ଼ଖଣ୍ଡରେ ବସବାସ କରୁଥିବା ଲକ୍ଷାଧିକ ଓଡ଼ିଆଙ୍କ ସମେତ ସମଗ୍ର ଓଡ଼ିଶାବାସୀଙ୍କ ମନରେ ଗଭୀର ଆନନ୍ଦ ପ୍ରକାଶ ପାଇଛି୤ ଝାଡ଼ଖଣ୍ଡ ରାଜ୍ୟ ସୃଷ୍ଟି ଦିନରୁ ହିଁ ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମର୍ଯ୍ୟଦା ଦେବା ପାଇଁ ସେହି ରାଜ୍ୟରେ ଜୋରଦାର ଦାବି ହୋଇ ଆସୁଥିଲା୤ ଝାଡ଼ଖଣ୍ଡର ଓଡ଼ିଆ ଅଧ୍ୟୁଷିତ ପ୍ରାୟ ଅର୍ଦ୍ଧେକ ଅଞ୍ଚଳ ଯଥା- ସଢ଼େଇକଳା, ଖରସୁଆଁ, ପୂର୍ବ ସିଂହଭୂମ୍‌ ଜିଲ୍ଲା ଓ ପଶ୍ଚିମ ସିଂହଭୂମ୍‌ ଜିଲ୍ଲା ସ୍ଥାନର ଓଡ଼ିଆ ସଙ୍ଗଠନ ଗୁଡ଼ିକ ବାରମ୍ବାର ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେବା ପାଇଁ ଜୋର ଦେଉଥିଲେ୤ ତେବେ ବିଭିନ୍ନ ଆଳରେ ଓଡ଼ିଆମାନଙ୍କର ଏହି ଦାବିକୁ ଝାଡ଼ଖଣ୍ଡ ସରକାର ଟାଳି ଦେଉଥିଲେ୤

ଅର୍ଜୁନ ମୁଣ୍ଡା ପ୍ରଥମ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେବାବେଳେ ଓଡ଼ିଆକୁ ରାଜଭାଷାର ମାନ୍ୟତା ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ୤ ମାତ୍ର ମୁଣ୍ଡା ସରକାର କେତେକ ଅସୁବିଧାର ସମ୍ମୁଖୀନ ହୋଇ ସେହି ପ୍ରତିଶ୍ରୁତି ପାଳନ କରିପାରି ନଥିଲେ୤ ବର୍ତ୍ତମାନ ଅର୍ଜୁନ ମୁଣ୍ଡା ଦ୍ବିତୀୟ ଥର ପାଇଁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି୤ ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଆ ଅଧ୍ୟୁଷିତ ଖରସୁଆଁ ବିଧାନସଭା ଆସନରୁ ଝାଡ଼ଖଣ୍ଡ ବ୍ୟବସ୍ଥାପକ ସଭାକୁ ପ୍ରତିନିଧିତ୍ବ କରୁଛନ୍ତି୤ ଖରସୁଆଁ ଆସନରେ ଉପନିର୍ବାଚନ ଲଢ଼ିବା ବେଳେ ମଧ୍ୟ ସେ ଓଡ଼ିଆ ଭୋଟରମାନଙ୍କୁ ଓଡ଼ିଆ ଭାଷାକୁ ସରକାର ଦ୍ବିତୀୟ ରାଜଭାଷାର ମର୍ଯ୍ୟଦା ଦେବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଥିଲେ୤

ଗତ ଅଗଷ୍ଟ ୬ ତାରିଖ ଦିନ ମୁଣ୍ଡା ସରକାର ଝାଡ଼ଖଣ୍ଡରେ ଦ୍ବିତୀୟ ରାଜଭାଷା ସମ୍ପର୍କରେ ବିଧିବଦ୍ଧ ନିଷ୍ପତ୍ତି ନେଇଥିଲେ୤ କେବଳ ସାନ୍ତାଳି ଓ ବଙ୍ଗଳାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦିଆଯିବ ବୋଲି ସିଦ୍ଧାନ୍ତ ହୋଇଥିଲା୤ ଅଗଷ୍ଟ ୧୬ ତାରିଖ ଦିନ ତତ୍‌ସମ୍ପର୍କିତ ବିଲ୍‌ର ଚିଠା ଖସଡ଼ାକୁ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଞ୍ଜୁର କରିଥିଲେ୤ ଫଳରେ ଓଡ଼ିଆ ରାଜଭାଷା ମାନ୍ୟତାକୁ ବାଦ୍‌ ପଡ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା୤ ସରକାରଙ୍କ ଏଭଳି ଆଚରଣ ବିରୁଦ୍ଧରେ ଉଭୟ ଝାଡ଼ଖଣ୍ଡର ଲକ୍ଷାଧିକ ଓଡ଼ିଆ ଏବଂ ସମଗ୍ର ଓଡ଼ିଶାବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା୤ ଫଳରେ ଓଡ଼ିଶାରେ ବିଚ୍ଛନ୍ନାଞ୍ଚଳ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ରାଜ୍ୟ ବିଧାନସଭା ସମ୍ମୁଖରେ ଗଣଧାରଣାର ଆୟୋଜନ କରାଯାଇଥିଲା ଏବଂ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନରେ ମଧ୍ୟ ଏ ସମ୍ପର୍କରେ ସରଗରମ ଆଲୋଚନା ପାଇଁ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା୤ ଅନ୍ୟପକ୍ଷରେ ସୁରକ୍ଷା ମଞ୍ଚର ପ୍ରାୟ ୫୦ ଜଣ ପ୍ରତିନିଧି ରାଞ୍ଚି ଯାତ୍ରା କରି ଓଡ଼ିଶାର ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଠାରୁ ଏକ ପତ୍ର ନେଇ ଝାଡ଼ଖଣ୍ଡ ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ୤ ସୁରକ୍ଷା ମଞ୍ଚର ପ୍ରତିନିଧିମାନେ ରାଞ୍ଚିରେ ପହଞ୍ଚିବା ପରେ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳର ଓଡ଼ିଆ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ଆୟୋଜିତ ବିଶାଳ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଓ ଝାଡ଼ଖଣ୍ଡ ବିଧାନସଭା ସମ୍ମୁଖରେ ୪ ଘଣ୍ଟା ପାଇଁ ଧାରଣା ଦେଇଥିଲେ୤ ସେହି ଗଣଧାରଣାରେ ଖରସୁଆଁର ଯୁବରାଜ, ସଢ଼େଇକଳାର ରାଜା, ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଦିନେଶ ଷଡ଼ଙ୍ଗୀ, ମନୋହରପୁର ବିଧାୟକ ଗୁରୁଚରଣ ନାୟକଙ୍କ ଭଳି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ୤ ଏହାପରେ ସୁରକ୍ଷା ମଞ୍ଚର ପ୍ରତିନିଧି ଦଳ ଝାଡ଼ଖଣ୍ଡର ବିଶିଷ୍ଟ ଓଡ଼ିଆ ନେତାମାନଙ୍କ ସହିତ ମିଶି ବାଚସ୍ପତି ସି.ପି. ସିଂହ, ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଉପ-ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ସୁଦେଶ ମାହାତୋଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ୤ ଏହିଭଳି ଭାବେ ବିଭିନ୍ନ ଆଡ଼ୁ ଚାପର ସମ୍ମୁଖୀନ ହେବା ପରେ ପ୍ରଥମେ ଝାଡ଼ଖଣ୍ଡର କ୍ୟାବିନେଟ୍‌ ୩ ଦିନ ତଳେ ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ୤ ଔପଚାରିକତା ଦୃଷ୍ଟିରୁ ବିଧାନସଭାରେ ଏ ସମ୍ପର୍କିତ ବିଲ୍‌ ପାସ୍‌ ହେବାର ଆବଶ୍ୟକତା ବାକି ରହିଥିଲା୤ ଶନିବାର ଦିନ ଝାଡ଼ଖଣ୍ଡ ବିଧାନସଭା ମୌସୁମୀ ଅଧିବେଶନର ଶେଷ ଦିବସରେ ଏ ସମ୍ପର୍କିତ ବିଲ୍‌ ଗୃହୀତ ପାଶ୍‌ ହୋଇଛି୤ ଝାଡ଼ଖଣ୍ଡ ସରକାରଙ୍କ ଏଭଳି କ୍ରାନ୍ତିକାରୀ ପଦକ୍ଷେପକୁ ସ୍ବାଗତ ଜଣାଇ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଙ୍ଗଠନର କର୍ମକର୍ତ୍ତାଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅଭିନନ୍ଦନ ଜଣାଇଛନ୍ତି୤

ସେହିଭଳି ଭାଜପା ଓଡ଼ିଶା ରାଜ୍ୟ ସଭାପତି ଜୁଏଲ୍‌ ଓରାମ, ଓଡ଼ିଶା ବିଧାନସଭାର ବାଚସ୍ପତି ପ୍ରଦୀପ କୁମାର ଅମାତ ଏବଂ ବିଚ୍ଛିନ୍ନାଞ୍ଚଳ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ମଞ୍ଚ ପକ୍ଷରୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଉପ-ମୁଖ୍ୟମନ୍ତ୍ରୀ ଦ୍ବୟ ହେମନ୍ତ ସୋରେନ ଓ ସୁଦେଶ ମାହାତୋ ଏବଂ ବାଚସ୍ପତି ସି.ପି. ସିଂହଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤