ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଅନନ୍ତ ପଟ୍ଟନାୟକ
ମନୋରଞ୍ଜନ ପାଣିଗ୍ରାହୀ
ଚନ୍ଦ୍ରଶେଖର ରଥ
କାମାକ୍ଷୀ ପ୍ରସାଦ ଦାଶ
ତରୁଣକାନ୍ତି ମିଶ୍ର
ବ୍ରଜନାଥ ରଥ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୧୭, ୨୦୧୨  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

କଲ୍‌ଚରାଲ୍‌ ଏକାଡ଼େମୀ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଆନୁକୂଲ୍ୟରେ ଆଲୋଚନାଚକ୍ର

cultural academyରାଉରକେଲା: ୧୫ ତାରିଖରୁ ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ କଲ୍‌ଚରାଲ୍‌ ଏକାଡ଼େମୀ ପକ୍ଷରୁ ଆରମ୍ଭ ହୋଇଥିବା ସୁବର୍ଣ୍ଣ ଜୟନ୍ତୀ ସମାରୋହର ଅଂଶ ସ୍ବରୂପ ୧୬ ତାରିଖ ଦିନ “ଜନଜୀବନ ଓ ସାହିତ୍ୟ” ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି୤ ଏଥିରେ ଉଦ୍‌ଘାଟକ ଭାବେ ବିଶିଷ୍ଟ ସ୍ତମ୍ଭକାର ତଥା ଲେଖକ ପ୍ରଫେସର ଅବନୀ ବରାଳ ଯୋଗଦେଇ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକ ଦୀନକୃଷ୍ଣ ଦାସ ଏବଂ ଭୀମ ଭୋଇ ସେମାନଙ୍କ ଲେଖନୀରେ କିପରି ଜନଜୀବନର କଥା ରହିଥିଲା ସେ ବିଷୟରେ ଆଲୋଚନା କରିଥିଲେ୤ ସେମାନେ ନିଜେ ଖୁବ୍‌ ଅବହେଳିତ ହୋଇ ମଧ୍ୟ ସମାଜର ତଳସ୍ତରର ଲୋକମାନଙ୍କର କଥାକୁ ଅତି ସରଳ ଭାଷାରେ ପ୍ରକାଶ କରିଥିଲେ ସେ ବିଷୟରେ ଶ୍ରୀ ବରାଳ କହିଥିଲେ୤ ସେହିପରି ଭଗବତ ଚରଣଙ୍କ “ଶିକାର” ସହିତ ଲକ୍ଷ୍ମୀଧର ନାୟକ ଆଦିଙ୍କ ରଚନାରେ ଜନଜୀବନର ସମସ୍ୟା କିପରି ଭାବେ ପ୍ରତିଫଳିତ ହୋଇଛି ସେ ବାବଦରେ ସେ ଆଲୋଚନା କରିଥିଲେ୤ ସଭାରେ ମୁଖ୍ୟ ପୁରୋଧା ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଅର୍ଥନୀତିଜ୍ଞ ପଞ୍ଚାନନ କାନୁନଗୋ ଯୋଗଦେଇ ସାହିତ୍ୟ ସର୍ବଦା ଜନଜୀବନକୁ ପ୍ରଭାବିତ କରୁଛି ବୋଲି କହିଥିଲେ୤ ସେ ତାଙ୍କ ବକ୍ତବ୍ୟରେ ବହୁବର୍ଷ ପୂର୍ବେ ଜଗନ୍ନାଥ ଦାଶଙ୍କ ଦ୍ବାରା ଲିଖିତ ଭାଗବତ ମାଧ୍ୟମରେ କିପରି ଅଧିକ ସଂଖ୍ୟାରେ ଜନଜୀବନ ପ୍ରଭାବିତ ହେଉଥିଲା ସେ ବିଷୟରେ ଉଦାହରଣ ଛଳରେ କହିଥିଲେ୤ ଏହା ବ୍ୟତୀତ ପୁରାତନ ସମୟରେ ଲିଖିତ ଓଡ଼ିଆ ସାହିତ୍ୟକୁ ପଢ଼ି ସେଥିରେ କିପରି ଜନଜୀବନର କଥା ରହିଛି ତାହା ଅନୁଧ୍ୟାନ କରିବାକୁ ମଧ୍ୟ ସେ ଆହ୍ବାନ ଦେଇଥିଲେ୤

ସଭାରେ ପ୍ରମୁଖ ଆଲୋଚକଭାବେ ପ୍ରଫେସର ଆଦିକନ୍ଦ ସାହୁ ଯୋଗଦେଇ ଜନଜୀବଠାରୁ ସାହିତ୍ୟ ଦୂରେଇ ଯାଇଛି ବୋଲି କହିଥିଲେ୤ ସେହିପରି ଟଲଷ୍ଟୟ ଓ ଗର୍କୀଙ୍କ ଲେଖାକୁ ଉଦାହରଣ ଦେଇ ଯେଉଁ ସାହିତ୍ୟ ସାଧାରଣଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିପାରେ ନାହିଁ ତାହା ପତନମୁଖି ସାହିତ୍ୟ ବୋଲି କହିଥିଲେ୤ ଏଥିରେ କଲ୍‌ଚରାଲ୍‌ ଏକାଡ଼େମୀ ଦ୍ବାରା ପ୍ରକାଶିତ ସାହିତ୍ୟ ପତ୍ରିକା ନବପତ୍ରର ସମ୍ପାଦକ ତଥା ଗାଳ୍ପିକ ଦେବେନ୍ଦ୍ର ମହାନ୍ତି ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ପଞ୍ଚଦଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ସାହିତ୍ୟରେ ଜନଜୀବନ ଆଲୋଚନା ସମ୍ପର୍କରେ ଏକ ସନ୍ଦର୍ଭ ଉପସ୍ଥାପନ କରିଥିଲେ୤ ଏଥିରେ ସେ ସାରଳା ଦସଙ୍କ ଠାରୁ କାହ୍ନୁ ଚରଣ, ଗୋପିନାଥଙ୍କ ସମେତ ରାଉରକେଲାର ବ୍ରଜ ଦାଶ ଏବଂ ସ୍ବର୍ଗତ ସନତ ରାୟଙ୍କ ଲେଖା ଓ କବିତା ମାଧ୍ୟମରେ କିପରି ଜନଜୀବନର ସମସ୍ୟା ସୁନ୍ଦର ଭାବେ ପ୍ରତିଫଳିତ ହୋଇଥିଲା ସେ ବିଷୟରେ ଉଦାହରଣ ଦେଇ ଆଲୋଚନା କରିଥିଲେ୤ ଅନ୍ୟତମ ଆଲୋଚକ ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ଉପସଭାପତି ଗିରି ଦଣ୍ଡସେନା ଯୋଗଦେଇ ସାହିତ୍ୟ ସର୍ବଦା ସାଧାରଣଲୋକଙ୍କ ସହିତ ରହିଛି ଏବଂ ରହିବ ବୋଲି କହିବା ସହ ସାହିତ୍ୟ କେବେ ପଥଭ୍ରଷ୍ଟ ହୋଇନାହିଁ ବୋଲି କହିଥିଲେ୤ ସେହିପରି ଅନ୍ୟ ଆଲୋଚକଙ୍କ ମଧ୍ୟରେ ପ୍ରଗତିଶୀଳ ଲେଖକ ବିଜୟ ଉପାଧ୍ୟାୟ ଓ ଅଧ୍ୟାପକ କୁଳମଣି ଜେନା ପ୍ରମୁଖ ଯୋଗଦେଇ ଜନଜୀବନ ଓ ସାହିତ୍ୟ ମଧ୍ୟରେ ଉତ୍ତମ ସମ୍ପର୍କ ରହିବା ଉପରେ ଆଲୋଚନା କରିଥିଲେ୤ ସଭାର ପ୍ରାରମ୍ଭରେ କଲ୍‌ଚରାଲ୍‌ ଏକାଡ଼େମୀର ସାଧାରଣ ସମ୍ପାଦକ ଅକ୍ଷୟ ସାମଲ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ୤ ଏହି ଅବସରରେ ଜଳଧର ପ୍ରଧାନଙ୍କ ଲିଖିତ କବିତା ସଙ୍କଳନ ପୁସ୍ତକ “ବଣଫୁଲ” କୁ ଅତିଥିମାନେ ଉନ୍ମୋଚିତ କରିଥିଲେ୤ କଲ୍‌ଚରାଲ୍‌ ଏକାଡ଼େମୀର ସଭାପତି ବିଚିତ୍ରାନନ୍ଦ ସାହୁ ଆଲୋଚନାର ବିଷୟ ଉପରେ ଭିତ୍ତି ନିବନ୍ଧ ଉପସ୍ଥାପନ କରି ଓଡ଼ିଶା, ଭାରତ ସମେତ ଅନ୍ୟାନ୍ୟ ଦେଶର କେତେକ ନିର୍ଦ୍ଦିଷ୍ଟ ଲେଖା କିପରି ଜନଜୀବନକୁ ଆନ୍ଦୋଳିତ କରିଛି ସେ ବିଷୟରେ କହିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤