ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଅଖିଳମୋହନ ପଟ୍ଟନାୟକ
ରମେଶ ଚନ୍ଦ୍ର ଦାସ
ଫନି ମହାନ୍ତି
ଭକ୍ତକବି ମଧୁସୂଦନ ରାଓ
ନିତ୍ୟାନନ୍ଦ ମହାପାତ୍ର
ମଧୁସୂଦନ ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୧୭, ୨୦୧୨  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ପୁରୀ: ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ ଏହି କ୍ଷେତ୍ର ପବିତ୍ର୤ ଏ ଶଙ୍ଖ କ୍ଷେତ୍ରରେ ଅଷ୍ଟଶମ୍ଭୁ ପ୍ରଦକ୍ଷିଣ କରନ୍ତି୤ ମହାପ୍ରଭୁଙ୍କ ସୁରକ୍ଷାବଳୟ ମଧ୍ୟରେ ଏ କ୍ଷେତ୍ର ରହିଛି୤ ମାନବ ଏହି କ୍ଷେତ୍ରରେ ପାଦ ଦେଲେ ମୁକ୍ତି ପାଏ ତଥା ମହାପ୍ରଭୁଙ୍କର ବାର ମାସରେ ତେର ଯାତ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ୤ ପୁରୀ ଶରଧାବାଲିଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍‌ଯାପନୀ ସନ୍ଧ୍ୟାରେ ପ୍ରବଚନ ଦେବା ଅବସରରେ ଝାଞ୍ଜପିଟା ମଠର ମହନ୍ତ ସଚ୍ଚିଦାନନ୍ଦ ଦାସ ଏଇ କଥା କହିଲେ୤ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଆନୁକୂଲ୍ୟରେ ପ୍ରଥମ ଜାତୀୟ ସ୍ତରୀୟ ସମ୍ମିଳନୀ ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଶରଧାବାଲିରେ ଅନୁଷ୍ଠିତ ହୋଇଥିଲା୤ ୫ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ସମଗ୍ର ଦେଶ ଏବଂ ବିଦେଶରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରଗୁଡ଼ିକରେ ଏକାପ୍ରକାରର ରୀତିନୀତି ପ୍ରଚଳନ ସହିତ ଶ୍ରୀଜଗନ୍ନାଥଙ୍କ ମହିମା ବାବଦରେ ଅଧିକ ପ୍ରଚାର ଓ ପ୍ରସାର ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା୤

ଉଦ୍‌ଯାପନୀ ଅବସରରେ ଯୋଗ ଦେଇଥିବା ଅନ୍ୟତମ ପ୍ରବକ୍ତା ପୂଜ୍ୟ ସ୍ବାମୀ କାହ୍ନାଜୀ କହିଲେ ଆମ ହୃଦୟ ଓ ଆମ ମନ ଭିତରେ ଏବଂ ଚିନ୍ତା ପରିସୀମା ଭିତରେ କିପରି ଭଗବାନ ପରମେଶ୍ବରଙ୍କ ପ୍ରତି ଭକ୍ତି କେତେ ସୁଦୃଢ଼ ହୋଇପାରିବ ତଥା ସ୍ମରଣରେ ତିକ୍ଷ୍ଣତା, ସମର୍ପଣରେ ଗଭୀରତା ଆସିପାରିବ ତା ଉପରେ ପ୍ରଚେଷ୍ଟାରତ ରହିବା ନମନ୍ତେ ଆହ୍ବାନ ଦେଇଥିଲେ୤ ଏହି ସମ୍ମିଳନୀ ଉପରେ ମତ ଦେବାକୁ ଯାଇ ସେ କହିଲେ ଯେ, ଏହା ପଞ୍ଚଜ୍ଞାନ ସମ୍ମିଳନୀ୤ ସୂକ୍ଷ୍ମତତ୍ତ୍ବ ଉପରେ ଏହି ସମ୍ମିଳନୀ ମଣିଷ ଶୁଷ୍କସ୍ତରରେ କିପରି ପଞ୍ଚଇନ୍ଦ୍ରିୟ ମନବୁଦ୍ଧିର ଅହଂକାରକୁ ନିୟନ୍ତ୍ରଣ କରି ପରମ ବ୍ରହ୍ମ ନିକଟରେ ସମର୍ପଣ କରିପାରିବ ସେଥିପାଇଁ ଚେଷ୍ଟାରତ ରହିବା ଉଚିତ୤ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଙ୍ଗେ ମିଶି ଆମ ଶରୀର ଗୋଟେ ମାଧ୍ୟମ ହୋଇଗଲେ ଆଉ ଇଚ୍ଛା ଜାହିର କରିବ ନାହିଁ୤ ଷୋହଳ ବର୍ଷ ବୟସର ବିସ୍ମୟ ବାଳକ ସ୍ବାମୀ କାହ୍ନାଜୀ ପ୍ରବଚନ ଦେଲାବେଳେ ଭକ୍ତମାନେ ଭାବବିହ୍ବଳ ହୋଇଉଠିଥିଲେ୤

ଏହି କାର୍ଯ୍ୟକ୍ରମରେ ସାରା ଭାରତ ବର୍ଷରୁ ବହୁ ସାଧୁ ସନ୍ୟାସୀମାନଙ୍କ ଠାରୁ ବାଣୀ ଶୁଣିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହୋଇଥିଲା୤ ଗଜପତି ମହାରଜା ଦିବ୍ୟସିଂହ ଦେବ ଏହି ଅବସରରେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ରରେ ଏଇ କାର୍ଯ୍ୟକ୍ରମ ତାଙ୍କର ବାଣୀ ପ୍ରଚାରର ଶୁଭାରମ୍ଭ ହୋଇଛି ବୋଲି କହିଥିଲେ୤ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଶର ବିଭିନ୍ନ ସ୍ଥାନରୁ ୭୪୦ ଶ୍ରୀଜଗନ୍ନାଥ ମନ୍ଦିର କର୍ମକର୍ତ୍ତା ଓ ଦେଶ ବାହାରର ୫୦ରୁ ଅଧିକ କର୍ମକର୍ତ୍ତା ଏପରି କାର୍ଯ୍ୟକ୍ରମ ଅନ୍ୟ ସ୍ଥାନମାନଙ୍କରେ ଆୟୋଜନ ହେଉ ବୋଲି ମତ ଦେଇଥିଲେ୤ ଶେଷ ସନ୍ଧ୍ୟାରେ ଅନ୍ୟତମ ପ୍ରବକ୍ତା ସ୍ବାଧୀ ଗୀତା ଦେବୀ କହିଲେ ଜୟକାରକୁ ଯୋଗ କଲେ ଆମେ ବ୍ରହ୍ମଲୋକରେ ପହଞ୍ଚିପାରିବା୤ ଭଗବାନଙ୍କ କଥାରେ ଅମୃତ ଅଛି ଏଥିପାଇଁ ଅଭ୍ୟାସ ଦରକାର ଭଗବାନ କେବଳ ମାତ୍ର ଭକ୍ତି ଦ୍ବାରା ବଶ ହୁଅନ୍ତି୤ ତେଣୁ ଭକ୍ତି ମାର୍ଗରେ ନିଜକୁ ନିୟୋଜିତ କଲେ ସେଇ ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପାଇ ପାରିବା ବୋଲି ସେ କହିଥିଲେ୤

ପଞ୍ଚରାତ୍ର ଉଦ୍‌ଯାପନୀ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମୂର୍ତ୍ତୀ କାରିଗର ଗଜେନ୍ଦ୍ର ମହାରଣାଙ୍କୁ ଗଜପତି ମହାରଜା ଦିବ୍ୟସିଂହ ଦେବ ସମ୍ମାନିତ କରିଥିଲେ୤ ଶେଷରେ ଏହି କାର୍ଯ୍ୟକ୍ରମ ପାଇଁ ବିଶେଷ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷ ଏବଂ ସଙ୍ଗଠନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. ମୁରଲିଧର କବି |  ଫେବୃଆରୀ ୧୭, ୨୦୧୨ - ୧୧:୧୭ ପୂର୍ବାହ୍ନ

    jagannath bhavadharare ambhe prabahamana
    sabukichi tankari echha

  • ୨. shyama prasad sahu |  ଫେବୃଆରୀ ୧୭, ୨୦୧୨ - ୧୦:୦୭ ଅପରାହ୍ନ

    Aapanka madyamare prabhu shree jagannathnk katha suni bhagyaban anubhubab heouchi. Patrika cheer jeebant rahu Mo aradyank nekata re ehi prathana.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤