ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ପୁରୀ: ଶ୍ରୀଜଗନ୍ନାଥଙ୍କ ଇଚ୍ଛାରେ ଏହି କ୍ଷେତ୍ର ପବିତ୍ର ଏ ଶଙ୍ଖ କ୍ଷେତ୍ରରେ ଅଷ୍ଟଶମ୍ଭୁ ପ୍ରଦକ୍ଷିଣ କରନ୍ତି ମହାପ୍ରଭୁଙ୍କ ସୁରକ୍ଷାବଳୟ ମଧ୍ୟରେ ଏ କ୍ଷେତ୍ର ରହିଛି ମାନବ ଏହି କ୍ଷେତ୍ରରେ ପାଦ ଦେଲେ ମୁକ୍ତି ପାଏ ତଥା ମହାପ୍ରଭୁଙ୍କର ବାର ମାସରେ ତେର ଯାତ ଦର୍ଶନ କଲେ ମୋକ୍ଷ ପ୍ରାପ୍ତି ହୁଏ ପୁରୀ ଶରଧାବାଲିଠାରେ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଉଦ୍ଯାପନୀ ସନ୍ଧ୍ୟାରେ ପ୍ରବଚନ ଦେବା ଅବସରରେ ଝାଞ୍ଜପିଟା ମଠର ମହନ୍ତ ସଚ୍ଚିଦାନନ୍ଦ ଦାସ ଏଇ କଥା କହିଲେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ଆନୁକୂଲ୍ୟରେ ପ୍ରଥମ ଜାତୀୟ ସ୍ତରୀୟ ସମ୍ମିଳନୀ ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇ ୧୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଶରଧାବାଲିରେ ଅନୁଷ୍ଠିତ ହୋଇଥିଲା ୫ ଦିନ ଧରି ଅନୁଷ୍ଠିତ ଏହି ସମ୍ମିଳନୀରେ ସମଗ୍ର ଦେଶ ଏବଂ ବିଦେଶରେ ଥିବା ବିଭିନ୍ନ ଜଗନ୍ନାଥ ମନ୍ଦିରଗୁଡ଼ିକରେ ଏକାପ୍ରକାରର ରୀତିନୀତି ପ୍ରଚଳନ ସହିତ ଶ୍ରୀଜଗନ୍ନାଥଙ୍କ ମହିମା ବାବଦରେ ଅଧିକ ପ୍ରଚାର ଓ ପ୍ରସାର ବାବଦରେ ବିସ୍ତୃତ ଆଲୋଚନା ହୋଇଥିଲା
ଉଦ୍ଯାପନୀ ଅବସରରେ ଯୋଗ ଦେଇଥିବା ଅନ୍ୟତମ ପ୍ରବକ୍ତା ପୂଜ୍ୟ ସ୍ବାମୀ କାହ୍ନାଜୀ କହିଲେ ଆମ ହୃଦୟ ଓ ଆମ ମନ ଭିତରେ ଏବଂ ଚିନ୍ତା ପରିସୀମା ଭିତରେ କିପରି ଭଗବାନ ପରମେଶ୍ବରଙ୍କ ପ୍ରତି ଭକ୍ତି କେତେ ସୁଦୃଢ଼ ହୋଇପାରିବ ତଥା ସ୍ମରଣରେ ତିକ୍ଷ୍ଣତା, ସମର୍ପଣରେ ଗଭୀରତା ଆସିପାରିବ ତା ଉପରେ ପ୍ରଚେଷ୍ଟାରତ ରହିବା ନମନ୍ତେ ଆହ୍ବାନ ଦେଇଥିଲେ ଏହି ସମ୍ମିଳନୀ ଉପରେ ମତ ଦେବାକୁ ଯାଇ ସେ କହିଲେ ଯେ, ଏହା ପଞ୍ଚଜ୍ଞାନ ସମ୍ମିଳନୀ ସୂକ୍ଷ୍ମତତ୍ତ୍ବ ଉପରେ ଏହି ସମ୍ମିଳନୀ ମଣିଷ ଶୁଷ୍କସ୍ତରରେ କିପରି ପଞ୍ଚଇନ୍ଦ୍ରିୟ ମନବୁଦ୍ଧିର ଅହଂକାରକୁ ନିୟନ୍ତ୍ରଣ କରି ପରମ ବ୍ରହ୍ମ ନିକଟରେ ସମର୍ପଣ କରିପାରିବ ସେଥିପାଇଁ ଚେଷ୍ଟାରତ ରହିବା ଉଚିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଙ୍ଗେ ମିଶି ଆମ ଶରୀର ଗୋଟେ ମାଧ୍ୟମ ହୋଇଗଲେ ଆଉ ଇଚ୍ଛା ଜାହିର କରିବ ନାହିଁ ଷୋହଳ ବର୍ଷ ବୟସର ବିସ୍ମୟ ବାଳକ ସ୍ବାମୀ କାହ୍ନାଜୀ ପ୍ରବଚନ ଦେଲାବେଳେ ଭକ୍ତମାନେ ଭାବବିହ୍ବଳ ହୋଇଉଠିଥିଲେ
ଏହି କାର୍ଯ୍ୟକ୍ରମରେ ସାରା ଭାରତ ବର୍ଷରୁ ବହୁ ସାଧୁ ସନ୍ୟାସୀମାନଙ୍କ ଠାରୁ ବାଣୀ ଶୁଣିବା ପାଇଁ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହୋଇଥିଲା ଗଜପତି ମହାରଜା ଦିବ୍ୟସିଂହ ଦେବ ଏହି ଅବସରରେ ଯୋଗଦେଇ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ରରେ ଏଇ କାର୍ଯ୍ୟକ୍ରମ ତାଙ୍କର ବାଣୀ ପ୍ରଚାରର ଶୁଭାରମ୍ଭ ହୋଇଛି ବୋଲି କହିଥିଲେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଦେଶର ବିଭିନ୍ନ ସ୍ଥାନରୁ ୭୪୦ ଶ୍ରୀଜଗନ୍ନାଥ ମନ୍ଦିର କର୍ମକର୍ତ୍ତା ଓ ଦେଶ ବାହାରର ୫୦ରୁ ଅଧିକ କର୍ମକର୍ତ୍ତା ଏପରି କାର୍ଯ୍ୟକ୍ରମ ଅନ୍ୟ ସ୍ଥାନମାନଙ୍କରେ ଆୟୋଜନ ହେଉ ବୋଲି ମତ ଦେଇଥିଲେ ଶେଷ ସନ୍ଧ୍ୟାରେ ଅନ୍ୟତମ ପ୍ରବକ୍ତା ସ୍ବାଧୀ ଗୀତା ଦେବୀ କହିଲେ ଜୟକାରକୁ ଯୋଗ କଲେ ଆମେ ବ୍ରହ୍ମଲୋକରେ ପହଞ୍ଚିପାରିବା ଭଗବାନଙ୍କ କଥାରେ ଅମୃତ ଅଛି ଏଥିପାଇଁ ଅଭ୍ୟାସ ଦରକାର ଭଗବାନ କେବଳ ମାତ୍ର ଭକ୍ତି ଦ୍ବାରା ବଶ ହୁଅନ୍ତି ତେଣୁ ଭକ୍ତି ମାର୍ଗରେ ନିଜକୁ ନିୟୋଜିତ କଲେ ସେଇ ପରମବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ପାଇ ପାରିବା ବୋଲି ସେ କହିଥିଲେ
ପଞ୍ଚରାତ୍ର ଉଦ୍ଯାପନୀ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ମୂର୍ତ୍ତୀ କାରିଗର ଗଜେନ୍ଦ୍ର ମହାରଣାଙ୍କୁ ଗଜପତି ମହାରଜା ଦିବ୍ୟସିଂହ ଦେବ ସମ୍ମାନିତ କରିଥିଲେ ଶେଷରେ ଏହି କାର୍ଯ୍ୟକ୍ରମ ପାଇଁ ବିଶେଷ ଯୋଗଦାନ ଦେଇଥିବା ବ୍ୟକ୍ତି ବିଶେଷ ଏବଂ ସଙ୍ଗଠନମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?
୧. ମୁରଲିଧର କବି | ଫେବୃଆରୀ ୧୭, ୨୦୧୨ - ୧୧:୧୭ ପୂର୍ବାହ୍ନ
jagannath bhavadharare ambhe prabahamana
sabukichi tankari echha
୨. shyama prasad sahu | ଫେବୃଆରୀ ୧୭, ୨୦୧୨ - ୧୦:୦୭ ଅପରାହ୍ନ
Aapanka madyamare prabhu shree jagannathnk katha suni bhagyaban anubhubab heouchi. Patrika cheer jeebant rahu Mo aradyank nekata re ehi prathana.