ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଉତ୍କଳମଣି ଗୋପବନ୍ଧୁ ଦାସ
କୁନ୍ତଳା କୁମାରୀ ସାବତ
ବରେନ୍ଦ୍ର କୃଷ୍ଣ ଧଳ
ରମେଶ ଚନ୍ଦ୍ର ଦାସ
ଜଗଦୀଶ ମହାନ୍ତି
କାଳିନ୍ଦି ଚରଣ ପାଣିଗ୍ରାହୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୧୨, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

Pustaka Mela , Bhubaneshwar 2011 ଭୁବନେଶ୍ବର : ସଂପ୍ରତି ଇଣ୍ଟରନେଟ୍‌ର ଯୁଗ୤ ଏବେ ଅଧିକାଂଶ ତଥ୍ୟ ଇଣ୍ଟରନେଟ୍‌ରୁ ସହଜରେ ମିଳିଯାଉଛି୤ ତେଣୁ ବହି ଘାଣ୍ଟିବାକୁ ଆଉ କେହି ଆବଶ୍ୟକ ମନେ କରୁନାହାନ୍ତି୤ ଏଭଳି ସ୍ଥିତିରେ ଲେଖକମାନେ ଲେଖା ଶୈଳୀରେ ନୂତନତ୍ବ ଆଣିବା ସହିତ ତାର ଗ୍ରହଣଶୀଳତା ପ୍ରତି ଧ୍ୟାନଦେବା ଜରୁରୀ ବୋଲି କହିଛନ୍ତି ଜାତୀୟ ଶିକ୍ଷା, ଯୋଜନା ଓ ପ୍ରଶାସନ ବିଶ୍ବବିଦ୍ୟାଳୟ, ନୂଆଦିଲ୍ଲୀର କୁଳପତି ଡ. କଲ୍ୟାଣକୁମାର ଚକ୍ରବର୍ତ୍ତୀ୤ ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ସେ କହିଥିଲେ ଯେ କେବଳ ଇତିହାସ କି ବର୍ତ୍ତମାନ ନୁହେଁ, ଭବିଷ୍ୟତର କଥା କହିଲେ ବହିପ୍ରତି ଲୋକଙ୍କ ଆଗ୍ରହ ବଢନ୍ତା୤

ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ଉଦ୍‌ଘାଟିତ

ଉତ୍ସବରେ ବରିଷ୍ଠ ଲେଖକ ଚନ୍ଦ୍ରଶେଖର ରଥ ଯୋଗଦେଇ କହିଥିଲେ ଯେ ବହି ପଣ୍ୟ ନୁହେଁ, ତେଣୁ ଏହାକୁ ବଜାର ସର୍ବସ୍ବ ନକଲେ ଭଲ୤ ସାତକଡି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବରେନ୍ଦ୍ରକୃଷ୍ଣ ଧଳ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସ୍ବାଗତଭାଷଣ ଦେଇଥିଲେ ବିଭୂତି ପଟ୍ଟନାୟକ୤ ଏହି ଅବସରରେ କବି ଆଶୁତୋଷ ପରିଡାଙ୍କୁ ସଚ୍ଚି ରାଉତରାୟ ସମ୍ମାନ ଓ ଭୂପେନ ମହାପାତ୍ରଙ୍କୁ ବିଜୟକୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ ପ୍ରଦାନ କରାଯାଇଥିଲା୤

ଉଲ୍ଲେଖଯୋଗ୍ୟ ଏହି ପୁସ୍ତକମେଳା ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୪୫୦ ଜଣ ପୁସ୍ତକ ପ୍ରକାଶକ ଯୋଗଦେଇଛନ୍ତି୤ ପ୍ରତି ଦିନ ପୁସ୍ତକମେଳାର ସାହିତ୍ୟିକ ଚିତ୍ତରଞ୍ଜନ ଦାସ ମଞ୍ଚରେ ସାହିତ୍ୟ ଆଲୋଚନା, କବିତା ପାଠୋତ୍ସବ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଜ୍ୟୋତି ପ୍ରକାଶ୍ ରଥ |  ଅଗଷ୍ଟ୍ ୧୨, ୨୦୧୧ - ୨:୧୨ ପୂର୍ବାହ୍ନ

    ଓଡିଆ ଭାଷାର ପ୍ରଚଳନ କରି ବହୁତ ଭଲ କାମ କରୁଛନ୍ତି ୤ ଇଣ୍ଟର୍ନେଟ ରେ ଓଡିଆର ବେସି ସାଇଟ୍ ଆସିବା କଥା ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤