ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

ଶକ୍ତି ମହାନ୍ତି
ଅଚ୍ୟୁତାନନ୍ଦ କର
କୁନ୍ତଳା କୁମାରୀ ସାବତ
ରାଧାନାଥ ରାୟ
ପ୍ରଦୀପ ନାୟକ
ଅକ୍ଷୟ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ନଭେମ୍ବର୍ ୯, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଇସ୍ପାତ ସହରରେ ଫତୁରାନନ୍ଦ ସ୍ମୃତି କମିଟି ଏବଂ ହାସ୍ୟବିକାଶ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ
SAPTI_SAHITYA_SANSADରାଉରକେଲା : ବ୍ୟଙ୍ଗ ପଛରେ ସମାଜ ସଂସ୍କାର ଭଳି ମହତ୍‌ ଓ ଅର୍ନ୍ତନିହିତ ଉଦ୍ଦେଶ୍ୟ ରହିଥାଏ ଏବଂ ବ୍ୟଙ୍ଗ ସାହିତ୍ୟିକମାନେ ସମାଜ ସଂସ୍କାର ଉଦ୍ଦେଶ୍ୟରେ ତ୍ରୁଟି ବିଚ୍ୟୁତିକୁ ଦର୍ଶାଇଥାନ୍ତି୤ ଏଥିପାଇଁ ହାସ୍ୟବ୍ୟଙ୍ଗ ସାହିତ୍ୟକର ସମାଜ ପ୍ରତି ଗୁରୁଦାୟିତ୍ବ ରହିଛି ବୋଲି ବିଶିଷ୍ଟ ବକ୍ତାମାନେ ମତ ଦେଇଛନ୍ତି୤ ଆଧୁନିକ ଓଡ଼ିଶା ହାସ୍ୟ ସାହିତ୍ୟର କାଳଜୟୀ ସ୍ରଷ୍ଟା ଫତୁରାନନ୍ଦଙ୍କ ସ୍ମୃତି ସମାରୋହରେ ରାଉରକେଲାରେ ଓଡ଼ିଶାର ସୁନାମଧନ୍ୟ ହାସ୍ୟ ବ୍ୟଙ୍ଗ କବିମାନେ ଯୋଗ ଦେଇଥିଲେ୤ ସ୍ଥାନୀୟ ମ୍ୟାକ୍ସମୁଲାର ଭବନ ପରିସରରେ ଅନୁଷ୍ଠିତ ସମାରୋହରେ କାନ୍ତକବି ପୁରସ୍କାର ପ୍ରଦାନ ଉତ୍ସବ ଏବଂ ହାସ୍ୟ ବିକାଶ କେନ୍ଦ୍ରର ରଜତ ଜୟନ୍ତୀ ଉଦ୍‌ଯାପନ ଅନୁଷ୍ଠିତ ହୋଇଯାଇଛି୤ ଏହି ଅବସରରେ ଓଡ଼ିଶାର ବିଶିଷ୍ଟ ବ୍ୟଙ୍ଗ ସାହିତ୍ୟିକ ରାଧୁ ମିଶ୍ର ଓ ଅନ୍ୟତମ ବ୍ୟଙ୍ଗ ଲେଖକ ଡ.ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କୁ ଯଥାକ୍ରମେ କାନ୍ତକବି ପୁରସ୍କାର ୨୦୦୯ ଓ ୨୦୧୦ ପ୍ରଦାନ କରାଯାଇଥିଲା୤ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଭାପତି ଡକ୍ଟର ରାମଚନ୍ଦ୍ର ବେହେରା ଯୋଗ ଦେଇ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ଫତୁରାନନ୍ଦଙ୍କ ଭୂମିକା ଅନସ୍ବୀକାର୍ଯ୍ୟ ବୋଲି କହିଥିଲେ ୤ ପ୍ରାକ୍ତନ ସାଂସଦ ତଥା ସୁସାହିତ୍ୟିକ ଅନାଦି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଫତୁରାନନ୍ଦଙ୍କ ସ୍ମୃତିଚାରଣ କରିବା ଅବସରରେ ହାସ୍ୟ ବ୍ୟଙ୍ଗ କେନ୍ଦ୍ରର ଏକ ନିଜସ୍ବ ଘର ନ ଥାଇ ମଧ୍ୟ ଏହି ସଙ୍ଗଠନକୁ ରାଜ୍ୟର ବିଭିନ୍ନ ସ୍ଥାନରେରେ ଲୋକପ୍ରିୟ କରାଯିବା ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ୤୤

କଟକ ସ୍ଥିତ ହାସ୍ୟ ବିକାଶ କେନ୍ଦ୍ରର ସଭାପତି ହୃଦାନନ୍ଦ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବିଶ୍ବ ଭାରତୀ, ଶାନ୍ତିନିକେତନର ଓଡ଼ିଆ ବିଭାଗମୁଖ୍ୟ ପ୍ରଫେସର ସବିତା ପ୍ରଧାନ ଓ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତି ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ପାଠୀ ଯୋଗ ଦେଇଥିଲେ୤ ଡ. ବିଜୟାନନ୍ଦ ସିଂହ ସ୍ବାଗତ ଭାଷଣ ଦେବା ସହିତ ହାସ୍ୟ ବିକାଶ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ ବାବଦରେ ସୂଚନା ଦେଇଥିଲେ୤ ଏହାର ଉଦ୍‌ଯାପନୀ କାର୍ଯ୍ୟକ୍ରମ ରାଉରକେଲାରେ ଆୟୋଜିତ ହେଉଥିବାର ଯଥାର୍ଥତା ପ୍ରତିପାଦନ କରିବା ଅବସରରେ ଫତୁରାନନ୍ଦଙ୍କ ସହିତ ରାଉରକେଲାର ଆବେଗିକ ସମ୍ପର୍କ ଏବଂ ହାସ୍ୟବ୍ୟଙ୍ଗ କେନ୍ଦ୍ରର ସମୃଦ୍ଧି ପଛରେ ରାଉରକେଲାର ଅତୁଳନୀୟ ଅବଦାନର ଅବତାରଣା କରିଥିଲେ୤ ମୁଖ୍ୟବକ୍ତା ପ୍ରଫେସର ସବିତା ପ୍ରଧାନ ପତନମୁଖୀ ସମାଜକୁ ଅଧୋପତନରୁ ରକ୍ଷା କରିବାପାଇଁ ହାସ୍ୟବ୍ୟଙ୍ଗ ସ୍ରଷ୍ଟାମାନେ ଚେଷ୍ଟା କରନ୍ତି ଏବଂ ହାସ୍ୟ ରସାତ୍ମକ ସାହିତ୍ୟ କଣ ତାହା ବର୍ଣ୍ଣନା କରିବା ସହିତ ଫତୁରାନନ୍ଦଙ୍କ ବିଭିନ୍ନ ସୃଷ୍ଟିର ସମୀକ୍ଷା କରିଥିଲେ୤ ସେହିଭଳି ରାଉରକେଲା ଶିଳ୍ପାଞ୍ଚଳରୁ ଏବେ ସାହିତ୍ୟାଞ୍ଚଳକୁ ରୂପାନ୍ତରିତ ହୋଇଛି ବୋଲି ପ୍ରଫେସର ପ୍ରଧାନ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ୤

ଉନ୍ନତ ମାନର ବ୍ୟଙ୍ଗ ସାହିତ୍ୟ ସୃଷ୍ଟି, ଉନ୍ନତ ମୁଦ୍ରଣ ଓ ପ୍ରକାଶନ ଯୋଗୁଁ ଓଡ଼ିଶାରେ ବ୍ୟଙ୍ଗ ସାହିତ୍ୟ ଅଗ୍ରଗତି କରୁଥିବା ଗର୍ବର ବିଷୟ ବୋଲି ସଭାପତି ହୃଦାନନ୍ଦ ରାୟ କହିଥିଲେ୤ ନିଜ ଭିତରେ ନିଜେ ବିଭୋର ହେବା, ନିଜ ଭିତରେ ନିଜକୁ ହଜାଇ ଦେବାର ସାହିତ୍ୟ ସୃଷ୍ଟି ଫତୁରାନନ୍ଦଙ୍କ ସ୍ବତନ୍ତ୍ରତା ବୋଲି ଶ୍ରୀ ରାୟ କହିଥିଲେ୤ ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ଭାବେ ଫତୁରାନନ୍ଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ଡ. ଅଜୟ ପାଣି ସ୍ବାଗତ ସଙ୍ଗୀତ ଗାନ କରିଥିଲେ୤ ସ୍ବର୍ଗତ ଭୂପେନ ହଜାରିକା, କୁଞ୍ଜ ରାୟ ଓ କେଦାରନାଥ ଭୂୟାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ନୀରବ ପ୍ରାର୍ଥନା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା୤

କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ବ୍ୟଙ୍ଗ କବିତା କାର୍ଯ୍ୟକ୍ରମ ଅବସରରେ ଡ. ରମାକାନ୍ତ ମହାପାତ୍ର, ଦୁର୍ଗା ପଣ୍ଡା, ପଶୁକବି ସୁଶୀଲ ମିଶ୍ର, ଶ୍ରୀଯୁକ୍ତ ସତ୍ୟାନାଶ ଓ ନଖିଆ ତିହାଡ଼ି ଓ ରାଧୁମିଶ୍ର ଅଂଶ ଗ୍ରହଣ କରିଥିଲେ୤ ଶେଷରେ ସମସ୍ତ ଅତିଥିଗଣ ସେକ୍ଟର-୩ ଅହିରାବନ୍ଧ ମନ୍ଦିର ପରିସରରେ ଥିବା ଶୀତଳା ମନ୍ଦିର ନିକଟରେ ଫତୁରାନନ୍ଦଙ୍କ ଦ୍ବାରା ୨୫ ବର୍ଷ ତଳେ ଲଗାଯାଥିବା ବର ଗଛ ମୂଳରେ ପ୍ରସ୍ତୁତ ପିଣ୍ଡି (ଆନନ୍ଦ ବଟ) ନିକଟକୁ ଯାଇ ଫତୁରାନନ୍ଦଙ୍କ ସ୍ମୃତି ଚାରଣ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤