ନବ ପ୍ରତିଭା

କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ
କଣ୍ଟା
|- ଶୈଳେନ୍ଦ୍ର କୁମାର ଜେନା

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର
ଭୂପେନ୍‌ ମହାପାତ୍ର
ଚନ୍ଦ୍ରଶେଖର ରଥ
କାଳିନ୍ଦି ଚରଣ ପାଣିଗ୍ରାହୀ
କୃଷ୍ଣଚନ୍ଦ୍ର ତ୍ରିପାଠୀ
ଜଗଦୀଶ ମହାନ୍ତି

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୫, ୨୦୧୪  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ତଥା ସମାଲୋଚକ ଡକ୍ଟର ହରପ୍ରସାଦ ଦାସଙ୍କୁ ଗତକାଲି ନୂଆଦିଲ୍ଲୀଠାରେ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପ୍ରଦାନ କରାଯାଇଛି୤ ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଏକ ସ୍ବତନ୍ତ୍ର ସମାରୋହରେ ଉପରାଷ୍ଟ୍ରପତି ଡ.ହମିଦ୍‌ ଆନ୍‌ସାରୀ ୬୮ବର୍ଷୀୟ ଓଡ଼ିଆ କବି ହରପ୍ରସାଦଙ୍କୁ ସମ୍ମାନଜନକ ମୂର୍ତ୍ତିଦେବୀ ପୁରସ୍କାର ବାବଦରେ ନଗଦ ୪ଲକ୍ଷ ଟଙ୍କା, ଉପଢୌକନ ଓ ବାଗ୍‌ଦେବୀଙ୍କ ମୂର୍ତ୍ତି ଦେଇ ସମ୍ମାନିତ କରିଛନ୍ତି୤ ଏହି ଉପଲକ୍ଷେ ଆୟୋଜିତ ସଭାରେ ଡ.ଆନ୍‌ସାରୀ ହରପ୍ରସାଦଙ୍କୁ ସମକାଳୀନ ଭାରତୀୟ ସାହିତ୍ୟର ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିବା ସାହିତ୍ୟିକଭାବେ ଅଭିହିତ କରିଥିଲେ୤ ଦ୍ବିତୀୟ ଓଡ଼ିଆ ଭାବେ ସମ୍ମାନଜନକ ୨୬ତମ ମୂର୍ତ୍ତିଦେବୀ ପୁରସ୍କାର ପାଇବା ପରେ ହରପ୍ରସାଦ ତାଙ୍କ ପ୍ରତିକ୍ରିୟାରେ ଏହି ସମ୍ମାନ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସ୍ବାକ୍ଷର ବହନ କରିବ ବୋଲି କହିଥିଲେ୤ ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମୂର୍ତ୍ତିଦେବୀ ପୁରସ୍କାର ପ୍ରଦାନ ବିଚାରକମଣ୍ଡଳୀର ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଡ.ବୀରାପ୍ପା ମୋଇଲି ଓ ଅନ୍ୟମାନେ ଉପସ୍ଥିତ ଥିଲେ୤

ସୂଚନାଯୋଗ୍ୟ ଯେ ‘ମହାଭାରତ’ ମହାକାବ୍ୟର ବିଷୟକୁ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରି ସମକାଳୀନ ଭାରତୀୟ ସାହିତ୍ୟରେ ଏକ ନୂତନ ଧାରା ସୃଷ୍ଟି କରିଥିବା ଡକ୍ଟର ଦାସଙ୍କ ବୃହତ୍ତ କବିତା ସଙ୍କଳନ ‘ବଂଶ’ ପାଇଁ ୨୦୧୨ ବର୍ଷ ନିମନ୍ତେ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି୤ ଭାରତୀୟ ଜ୍ଞାନପୀଠ ପ୍ରତିଷ୍ଠାନ ପକ୍ଷରୁ ପ୍ରଦତ୍ତ ଏହି ପୁରସ୍କାର ହେଉଛି ସାହିତ୍ୟ କ୍ଷେତ୍ରରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ପୁରସ୍କାର୤ ଆଜି ସୁଦ୍ଧା ହରପ୍ରସାଦଙ୍କର ୧୩ଟି କବିତା ସଙ୍କଳନ, ୪ଟି ଗଦ୍ୟ ସଙ୍କଳନ, ୩ଟି ଅନୁବାଦ ସଙ୍କଳନ ଓ ଗୋଟିଏ ଉପନ୍ୟାସ ପ୍ରକାଶ ପାଇବା ସହିତ ଦୈନିକ ସମ୍ବାଦରେ ‘ଓଡ଼ିଆ ଜାତିର ଜୀବନ ଚିନ୍ତା’ ନାମରେ ତାଙ୍କର ସ୍ତମ୍ଭଗୁଡ଼ିକ ଯଥେଷ୍ଟ ପାଠକୀୟ ସ୍ବୀକୃତି ହାସଲ କରିଛି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. sanjaya panda, iram,bhadrak |  ଫେବୃଆରୀ ୨୬, ୨୦୧୪ - ୮:୧୩ ପୂର୍ବାହ୍ନ

    odia bhabe ama pain eha eka gourabara katha…

  • ୨. Kalpana bhuyan, rourkela odisha |  ନଭେମ୍ବର୍ ୧୬, ୨୦୧୫ - ୧୧:୪୦ ପୂର୍ବାହ୍ନ

    Haraprasad nku Mora koti koti subhakamana.

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤