ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮ Back to Vote Screen

ଲେଖକ ଓ ଲେଖିକା

ଦୟାନିଧି ମିଶ୍ର
ମନୋରଞ୍ଜନ ପାଣିଗ୍ରାହୀ
ଭୂପେନ୍‌ ମହାପାତ୍ର
ଫତୁରାନନ୍ଦ
ମୃଣାଳ
ରମେଶ ଚନ୍ଦ୍ର ଦାସ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଡିସେମ୍ବର୍ ୨୮, ୨୦୧୨  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ଖ୍ୟାତନାମା ଔପନ୍ୟାସିକା ଡ.ପ୍ରତିଭା ରାୟ ଭାରତୀୟ ଭାଷା ସାହିତ୍ୟର ସର୍ବୋଚ୍ଚ ତଥା ସମ୍ମାନଜନକ ଜ୍ଞାନପୀଠ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି୤ ଭାରତୀୟ ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବାକୁ ପୁରସ୍କାର ଚୟନ କମିଟି ନିଷ୍ପତ୍ତି ନେଇଥିବା ଘୋଷଣା କରାଯାଇଛି୤ ପ୍ରଖ୍ୟାତ ସାହିତ୍ୟିକ ଡ.ସୀତାକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ପୁରସ୍କାର ଚୟନ କମିଟିରେ ପ୍ରତିଷ୍ଠିତ ସାହିତ୍ୟିକ କେ.ସଚ୍ଚିଦାନନ୍ଦ, ପ୍ରଫେସର୍‌ ଗୋପିଚାନ୍ଦ ନାରଙ୍ଗ ପ୍ରମୁଖ ରହିଛନ୍ତି୤ ଏହି ସର୍ବୋଚ୍ଚ ସାହିତ୍ୟ ସମ୍ମାନ ପାଇବାରେ ଡ. ରାୟ ହେଉଛନ୍ତି ଚତୁର୍ଥ ଓଡ଼ିଆ୤ ୧୯୭୩ ମସିହାରେ ଓଡ଼ିଆ ସାହିତ୍ୟିକ ଗୋପୀନାଥ ମହାନ୍ତିଙ୍କୁ ‘ମାଟିମଟାଳ’ ପୁସ୍ତକ ପାଇଁ ଏହି ସମ୍ମାନ ମିଳିଥିଲାବେଳେ ୧୯୮୬ରେ କବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଏବଂ ୧୯୯୩ ରେ ସାହିତ୍ୟିକ ସୀତାକାନ୍ତ ମହାପାତ୍ରଙ୍କୁ ଉଲ୍ଲେଖନୀୟ ସାହିତ୍ୟକୃତି ପାଇଁ ଜ୍ଞାନପୀଠ ପୁରସ୍କାର ମିଳିଥିଲା୤

୧୯୪୩ ମସିହାରେ ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ରାୟ ସମକାଳୀନ ଭାରତୀୟ ସାହିତ୍ୟରେ ଜଣେ ପ୍ରତିଷ୍ଠିତ ଔପନ୍ୟାସିକା ଭାବେ ପରିଚିତ୤ ୧୯୭୪ ରେ ତାଙ୍କ ପ୍ରଥମ ଉପନ୍ୟାସ ‘ବର୍ଷା, ବସନ୍ତ ଓ ବୈଶାଖ’ ଯୋଗୁଁ ସେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲେ୤ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତା ଡ. ରାୟ ତାଙ୍କର ୧୯୮୫ ମସିହାରେ ଲିଖିତ ‘ଯାଜ୍ଞସେନୀ’ ପାଇଁ ୧୯୯୧ ରେ ଜ୍ଞାନପୀଠ ଟ୍ରଷ୍ଟ୍‌ ଦ୍ବାରା ପ୍ରଦତ୍ତ ଅନ୍ୟତମ ସାହିତ୍ୟ ସମ୍ମାନ ‘ମୂର୍ତ୍ତିଦେବୀ’ ପୁରସ୍କାର ଲାଭ କରିଥିଲେ୤ ଏହି ଉପନ୍ୟାସ ପରବର୍ତ୍ତୀ ସମୟରେ ୭ଟି ଭିନ୍ନ ଭାଷାରେ ଅନୁବାଦ କରାଯାଇଥିଲା୤ ସେହିପରି ଡ. ରାୟଙ୍କ ଅନ୍ୟ କେତୋଟି ପ୍ରମୁଖ ସାହିତ୍ୟକୃତି ମଧ୍ୟରେ ‘ମହାମୋହ’ (୧୯୯୭), ଶିଳାପଦ୍ମ (୧୯୮୩) ଏବଂ ଉତ୍ତରମାର୍ଗ (୧୯୮୮) ଆଦି ସହିତ ୨୦ଟି ଉପନ୍ୟାସ, ୨୪ଟି କ୍ଷୁଦ୍ରଗଳ୍ପ ସଙ୍କଳନ, ୧୦ଟି ଭ୍ରମଣ କାହାଣୀ ଓ ୨ଟି କବିତା ସଙ୍କଳନ ରହିଛି୤

ତାଙ୍କର ଅନେକ ସଙ୍କଳନ ବିଭିନ୍ନ ଭାରତୀୟ ଭାଷାରେ ଅନୁଦିତ ହୋଇ ପାଠକୀୟ ସ୍ବୀକୃତି ହାସଲ କରିଛି୤ ୧୯୯୯ ମସିହାରେ ଉପକୂଳ ଓଡ଼ିଶାରେ ଘଟିଥିବା ପ୍ରଳୟଙ୍କାରୀ ଝଡ଼ବାତ୍ୟାକୁ ଶ୍ରୀମତୀ ରାୟ ୨୦୦୩ରେ ତାଙ୍କ ‘ମଗ୍ନମାଟି’ ଉପନ୍ୟାସରେ ଯେଉଁଭଳି ପ୍ରାଣସ୍ପର୍ଶୀ ବର୍ଣ୍ଣନା କରିଛନ୍ତି ତାହା ତାଙ୍କର ଅନ୍ୟତମ ସଫଳ ସୃଷ୍ଟି ବୋଲି ବିବେଚନା କରାଯାଏ ୤

ଡ.ରାୟଙ୍କର ସାମଗ୍ରୀକ ସାହିତ୍ୟ କୃତି ଏବଂ ସାହିତ୍ୟ ସାଧନା ପାଇଁ ତାଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯିବ ବୋଲି ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି୤ ଏହି ପୁରସ୍କାର ବାବଦରେ ତାଙ୍କୁ ୭ଲକ୍ଷ ଟଙ୍କା ସହିତ ମାନପତ୍ର, ସରସ୍ବତୀଙ୍କ ପ୍ରତିମୂର୍ତ୍ତି ଏବଂ ଉପଢ଼ୌକନ ପ୍ରଦାନ କରାଯିବ ବୋଲି ଭାରତୀୟ ଜ୍ଞାନପୀଠ ସଂସ୍ଥା ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି୤

ପୁରସ୍କାର ବାବଦରେ ସୂଚନା ପାଇବା ପରେ ଡ. ରାୟ ତାଙ୍କ ପ୍ରତିକ୍ରିୟାରେ ଏହାର ଶ୍ରେୟ ତାଙ୍କ ଲେଖାର ବିଦଗ୍ଧ ପାଠକମାନଙ୍କୁ ପ୍ରଦାନ କରିବା ସହ ଏହା ତାଙ୍କୁ ଅଧିକରୁ ଅଧିକ ଦାୟିତ୍ବପୂର୍ଣ୍ଣ ସାହିତ୍ୟ ସୃଷ୍ଟି କରିବା ପାଇଁ ପ୍ରେରଣାଦାୟୀ ହେବ ବୋଲି କହିଛନ୍ତି୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୬ ଆପଣଙ୍କ ମତାମତ ?

  • ୧. ଦେବେନ୍ଦ୍ର ବେହେରା, ସବଡେଗା (ସୁନ୍ଦରଗଡ) |  ଡିସେମ୍ବର୍ ୨୮, ୨୦୧୨ - ୧୧:୧୩ ଅପରାହ୍ନ

    ଔପନ୍ୟାସିକା ଡ.ପ୍ରତିଭା ରାୟଙ୍କର ସାମଗ୍ରୀକ ସାହିତ୍ୟ କୃତି ଏବଂ ସାହିତ୍ୟ ସାଧନା ପାଇଁ ତାଙ୍କୁ ଜ୍ଞାନପୀଠ ପୁରସ୍କାର ପ୍ରଦାନ କରାଯାଇ ଥିବାରୁ ମୁ ବହୁତ ଖୁସି ୤ ଡ. ରାୟ ଙ୍କୁ ମୁ ଅଭିନନ୍ଦନ ଜଣାଉଛି୤

  • ୨. କିଶୋର ଚନ୍ଦ୍ର ମିଶ୍ର, ପୁରି |  ଡିସେମ୍ବର୍ ୨୯, ୨୦୧୨ - ୪:୧୦ ଅପରାହ୍ନ

    ଡଃ. ପ୍ରତିଭା ରାଏଙ୍କୁ ଞ୍ଜାନପୀଠ ପୁରଷ୍କାର ପ୍ରଦାନ ନିମନ୍ତେ ଚୟନ କରାଯାଇଥିବାରୁ ମୁଁ ଓ ମୋ ପରିବାର ତରଫରୁ ଡଃ. ରାଏଙ୍କୁ ଅନେକ ଅନେକ ଶୁଭେଚ୍ଛା୤

  • ୩. ପ୍ରିତିରଞ୍ଜନ ତ୍ରିପାଠୀ, କଲିକତା |  ଜାନୁଆରୀ ୧୧, ୨୦୧୩ - ୯:୩୦ ପୂର୍ବାହ୍ନ

    ଡଃ. ପ୍ରତିଭା ରାଏଙ୍କୁ ବହୁତ ଅଭିନନ୍ଦନ୤ ଓଡିଶା ତଥା ଓଡିଆ ତାଙ୍କ ସଫଳତା ପାଇଁ ଗର୍ବିତ ୤ ଆଶା ଆଗାମୀ ଦିନରେ ସେ ପାଠକମାନଙ୍କୁ ଆହୁରି ଭଲ ଭଲ ଉପନ୍ୟାସ ପଢିବାକୁ ସୁଯୋଗ ଦେବେ ୤

  • ୪. ରବୀନ୍ଦ୍ର କୁମାର ସାମନ୍ତରାୟ, ବେତନଟୀ, ମୟୂରଭଞ୍ଜ, ଓଡିଶା |  ଜାନୁଆରୀ ୧୨, ୨୦୧୩ - ୯:୫୮ ପୂର୍ବାହ୍ନ

    ଅନେକ ଅନେକ ଅଭିନନ୍ଦନ୤

  • ୫. Jayakumar Dash, VIKASH RESIDENTIAL SCHOOL,BARGARH |  ଏପ୍ରିଲ୍ ୮, ୨୦୧୩ - ୮:୪୯ ପୂର୍ବାହ୍ନ

    Congratulation madam. ur the gretest story and novel writer. really ur story and novel are heart touching……

  • ୬. ଡକ୍ଟର ରବିନରୟଣ ମହାରଣା, କଟକ (ଓଡିଶା) |  ଜୁଲାଇ ୨୭, ୨୦୧୩ - ୧୨:୨୪ ଅପରାହ୍ନ

    ଜ୍ଞାନପୀଠ ପୁରସ୍କାର ପାଇଁ ଶ୍ରୀମତୀ ପ୍ରତିଭା ରାୟଙ୍କୁ ଅନେକ ଅନେକ ସାରସ୍ବତ ଅଭିନନ୍ଦନ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤