ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ରାଉରକେଲା: ସହରର ଅଗ୍ରୀଣ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦଆନୁକୂଲ୍ୟରେ ଇତି ମଧ୍ୟରେ ଦୁଇଟି କବିତା ପୁସ୍ତକ ଉନ୍ନୋଚିତ ହୋଇଯାଇଛି ଏହା ହେଉଛି ସଂସଦର ବାର୍ଷିକ ମୁଖପତ୍ର ଭାବେ ପ୍ରକାଶିତ କବିତା ସଙ୍କଳନ ସ୍ତବକ ଓ କବି ଆଖଣ୍ଡଳମଣୀ ପଣ୍ଡାଙ୍କ ରଚିତ କବିତା ପୁସ୍ତକ ବେଦବ୍ୟାସ
ସ୍ତବକ ପୁସ୍ତକଟିରେ ସୁନ୍ଦରଗଡ ଜିଲ୍ଲା ସମେତ ଓଡିଶାର ବିଭିନ୍ନ ଅଞ୍ଚଳର ବିଭିନ୍ନ କବିମାନଙ୍କର ମୋଟ ୬୭ଟି କବିତା ପ୍ରକାଶିତ ହୋଇଛି ସେହିପରି ବେଦବ୍ୟାସ ପୁସ୍ତକରେ କବି ଶ୍ରୀ ପଣ୍ଡାଙ୍କ ଦ୍ବାରା ରାଉରକେଲା ନିକଟସ୍ଥ ପବିତ୍ର ସଙ୍ଗମ ସ୍ଥଳୀ ବେଦବ୍ୟାସର ମହିମା, ଉତ୍ପତ୍ତି ତଥା ଉକ୍ତ କ୍ଷେତ୍ର ସହିତ ଜଡିତ ବିଭିନ୍ନ ଉପାଖ୍ୟାନ ଆଦି ଉପରେ ଚାରିଟି କବିତା ପ୍ରକାଶିତ ହୋଇଛି