ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ରାଉରକେଲା: ସହରର ପରିଚିତ ବ୍ୟଙ୍ଗ କବି ବ୍ରଜବିହାରୀ ଦାଶଙ୍କ ବିଜ୍ଞାନ ଭିତ୍ତିକ ଶିଶୁ କବିତା ସଙ୍କଳନ ଚକା ଫାଟିଲା ଢୋ ଇତି ମଧ୍ୟରେ ଉନ୍ମୋଚିତ ହୋଇଯାଇଛି ଏଥିରେ ସ୍ଥାନିତ ୨୫ଟି ଯାକ କବିତା, ପିଲାଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କିତ ବିଭିନ୍ନ ତଥ୍ୟର ପ୍ରସାର କରିବାରେ ସହାୟକ ହେବ ବୋଲି ଶ୍ରୀ ଦାଶ ଆଶା ପ୍ରକାଶ କରିଛନ୍ତି
ଉକ୍ତ କବିଙ୍କ ଦ୍ବାରା ପୂର୍ବରୁ ପିଲାମାନଙ୍କ ପାଇଁ ଏକାଧିକ କବିତା ଓ ଗଳ୍ପ ସଙ୍କଳନ ପ୍ରକାଶିତ ହୋଇସାରିଛି ମିଠା ଗପ, କାହାକୁ ନ ମଣ ସାନ, ଅଜା ଆଈଙ୍କ ମଜା ଆଦି ପୁସ୍ତକ ବ୍ୟଙ୍ଗ ସାହିତ୍ୟିକ ଶ୍ରୀ ଦାଶଙ୍କ ଅନ୍ୟାନ୍ୟ ରଚନା ମଧ୍ୟରେ ଅନ୍ୟତମ ଶ୍ରୀ ଦାଶ ବର୍ତ୍ତମାନ ରାଉରକେଲା ଇସ୍ପାତ କାରଖାନାର ସିଲିକନ୍ ଷ୍ଟିଲ୍ ମିଲ୍ରେ ଯାନ୍ତ୍ରିକ ବିଭାଗରେ କାର୍ଯ୍ୟରତ