ସାମ୍ପ୍ରତିକ ସମୟରେ ଓଡ଼ିଆ ସାହିତ୍ୟରେ ପୁରସ୍କାର ହାସଲ, ପ୍ରିୟାପ୍ରୀତି ତୋଷଣ ଓ ଧରାଧରି ଉପରେ ପର୍ଯ୍ୟବେଶିତ କି?

ମତଦାନ ଫଳାଫଳ

ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର୤


-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର

 
 
ତା: ଜୁନ୍ ୧୫, ୨୦୧୦  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

binapaniଭୁବନେଶ୍ବର: ଓଡିଆ ସାହିତ୍ୟର ପ୍ରଥିତଯଶା ଗାଳ୍ପିକା, ଔପନ୍ୟାସିକା, ଅନୁବାଦିକା ବୀଣାପାଣି ମହାନ୍ତିଙ୍କୁ ସମ୍ମାନଜନକ ସାରଳା ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଛି ୤ ଜୁନ୍ ୧୪ ତାରିଖ ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଇଣ୍ଡିଆନ୍ ମେଟାଲିକ୍ ପବ୍ଲିକ୍ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ହିନ୍ଦୀ ସାହିତ୍ୟର ପ୍ରତିଷ୍ଠିତ ଗାଳ୍ପିକ ହିମାଂଶୁ ଯୋଶୀ ଶ୍ରୀମତୀ ମହାନ୍ତିଙ୍କୁ ଉକ୍ତ ପୁରସ୍କାର ପ୍ରଦାନ କରିଥିଲେ ୤ ବୀଣାପାଣି ମହାନ୍ତିଙ୍କର ୨୦୦୭ ମସିହାରେ ପ୍ରକାଶିତ ଗଳ୍ପ ସଂକଳନ “ଅପହଞ୍ଚ ଆକାଶ” ଓ ସାମଗ୍ରିକ ସାରସ୍ବତ କୃତୀ ପାଇଁ ତାଙ୍କୁ ପୁରସ୍କାର ବାବଦରେ ନଗଦ ଅଢେଇ ଲକ୍ଷ ଟଙ୍କା, ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇଥିଲା ୤

ତୁଣ୍ଡ ବାଇଦ :
 
Sahitya Publisher
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤