ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଭୁବନେଶ୍ବର: ବିଶିଷ୍ଟ ଚଳଚ୍ଚିତ୍ର ସଂଳାପକାର ତଥା ନାଟ୍ୟକାର ବିଜୟ ମିଶ୍ର ୨୦୧୩ ମସିହା ପାଇଁ ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ନାଟକ ପୁସ୍ତକ ‘ବାଣପ୍ରସ୍ଥ’ ପାଇଁ ଶ୍ରୀ ମିଶ୍ର ଏହି ପୁରସ୍କାର ପାଇବେ ବୋଲି ଜଣାପଡ଼ିଛି କେନ୍ଦ୍ର ସାହିତ୍ୟ ଏକାଡ଼େମୀର କାର୍ଯ୍ୟକାରିଣୀ ବୈଠକରେ ହୋଇଥିବା ନିଷ୍ପତ୍ତି ମୁତାବକ ୨୨ଟି ଭାରତୀୟ ଭାଷାର ସାହିତ୍ୟିକଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା ହୋଇଛି ଆସନ୍ତା ବର୍ଷ ଏକାଡ଼େମୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏକ ସ୍ବତନ୍ତ୍ର ଉତ୍ସବରେ ଅନ୍ୟମାନଙ୍କ ସହିତ ଶ୍ରୀ ମିଶ୍ରଙ୍କୁ ପୁରସ୍କାର ବାବଦରେ ନଗଦ ଏକଲକ୍ଷ ଟଙ୍କା, ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯିବ ପୂର୍ବରୁ ଶ୍ରୀ ମିଶ୍ର ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି
ଆଧୁନିକ ଓଡ଼ିଆ ନାଟକ ଜଗତର ପ୍ରବାଦପୁରୁଷ ମନୋରଞ୍ଜନ ଦାସଙ୍କ ପରେ ବିଜୟ ମିଶ୍ରଙ୍କୁ ଅନ୍ୟତମ ଭଗୀରଥ ଭାବେ ବିବେଚନା କରାଯାଇଥାଏ ସାମ୍ପ୍ରତିକ ଓଡ଼ିଆ ନାଟକକୁ ନୂତନ ଦିଗ ଦେବାରେ ଶ୍ରୀ ମିଶ୍ରଙ୍କ ଅନେକ ଅବଦାନ ରହିଛି ‘ଶବବାହକମାନେ’, ‘ତଟନିରଞ୍ଜନା’, ‘ଜଣେ ରାଜା ଥିଲେ’, ‘ମାୟାମୃଗ’, ‘ତିମିର ତୀର୍ଥ’ ଓ ‘ଅଶାନ୍ତ ଗ୍ରହ’ ଆଦି ନାଟକ ଶ୍ରୀ ମିଶ୍ରଙ୍କ ଗୋଟିଏ ଗୋଟିଏ ଯୁଗାନ୍ତକାରୀ ସୃଷ୍ଟି ‘ପ୍ରତୀକ୍ଷା’, ‘ଯାଯାବର’, ‘ହେ ସ୍ବର୍ଗ ବିଦାୟ’, ‘ଅସତ୍ୟ ସହର’, ‘ଏଠି ସେଠି ସବୁଠି’, ‘ଯାଦୁକର’, ‘ସାଗରତୀରେ’, ‘ପାହାଚ’, ‘ଗୌରୀ’, ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲ’, ‘ଜନନୀ’, ‘ଆର୍ତ୍ତନାଦ’ ପ୍ରଭୃତି ନାଟକ ତାଙ୍କ ନାଟ୍ୟସାଧନାର ଉଲ୍ଲେଖନୀୟ ଦଲିଲ୍ ଆକାଶବାଣୀ ଓ ଦୂରଦର୍ଶନରେ ମଧ୍ୟ ତାଙ୍କର ବହୁ ନାଟକ ପ୍ରଚାରିତ ଓ ପ୍ରସାରଣ କରାଯାଇଛି ‘ତଟ ନିରଞ୍ଜନା’ ନାଟକ ସର୍ବଭାରତୀୟ ସ୍ତରରେ ୧୯୭୮ ମସିହା ପାଇଁ ଆକାଶବାଣୀର ସର୍ବଶ୍ରେଷ୍ଠ ନାଟକ ବିବେଚିତ ହୋଇଥିଲା ପୁରସ୍କାର ପାଇବା ନେଇ ଘୋଷଣା ପରେ ଶ୍ରୀ ମିଶ୍ର ଦୀର୍ଘବର୍ଷ ପରେ ନାଟକକୁ ଏକାଡ଼େମୀ ସ୍ବୀକୃତି ତଥା ସମ୍ମାନିତ କରିଥିବାରୁ ମୁଁ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ଏହାଦ୍ବାରା ନୂତନପିଢ଼ିର ନାଟ୍ୟକାରମାନେ ସାହିତ୍ୟ ସାଧନା ଦିଗରେ ବ୍ରତୀ ହେବାକୁ ପ୍ରେରଣା ଲାଭ କରିବେ ବୋଲି ଶ୍ରୀ ମିଶ୍ର ଆଶାବ୍ୟକ୍ତ କରିଛନ୍ତି
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ରୂପଧର, HYDERABAD | ଜାନୁଆରୀ ୩, ୨୦୧୪ - ୩:୫୯ ଅପରାହ୍ନ
ଓଡ଼ିଆ ନାଟ୍ୟ ଜଗତର କାଳଜୟୀ ସ୍ରଷ୍ଟାଙ୍କୁ ସାହିତ୍ୟ ଏକାଡ଼େମୀ ସମ୍ମାନ ଓଡ଼ିଆ ସାହିତ୍ୟ ପାଇଁ ଗୌରବର ବିଷୟ । ଅତଃ ଓଡ଼ିଆ ସାହିତ୍ୟ ଡଟ୍ କମ୍ ରେ ପାଠକ ମାନଙ୍କ ପାଇଁ କିଛି ନାଟକ ଏବଂ ଏକାଙ୍କିକା ପ୍ରକାଶନ କରିବାକୁ ସମ୍ପାଦକ ମହୋଦୟ ଙ୍କୁ ମୋର ବିଶେଷ ଅନୁରୋଧ ।
୨. ଅଶୋକ କୁମାର ନାଏକ, କୋରାପୁଟ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା | ଏପ୍ରିଲ୍ ୨୪, ୨୦୧୯ - ୨:୨୩ ଅପରାହ୍ନ
ନୂଆ କିଛି update କରାଯାଉ ବୋଲି ସମ୍ପାଦକଙ୍କୁ ମୋର ଅନୁରୋଧ…..
୩. ଅଶୋକ କୁମାର ନାଏକ, କୋରାପୁଟ,କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା | ଏପ୍ରିଲ୍ ୨୪, ୨୦୧୯ - ୨:୨୪ ଅପରାହ୍ନ
ନୂଆ କିଛି update କରାଯାଉ ବୋଲି ସମ୍ପାଦକ ମହୋଦୟଙ୍କୁ ମୋର ଅନୁରୋଧ….