ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର
-ଉତ୍କଳଗୌରବ ମଧୁସୂଦନ ଦାସ
ଗତ ଏଗାର ତାରିଖ ଦିନ ଦକ୍ଷିଣ ରାଉରକେଲାର ସାର ନଗରୀଠାରେ ଏକ ମନୋଜ୍ଞ ସାହିତ୍ୟ ସମ୍ମାନ ଏବଂ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କବି ତଥା ପଦ୍ମଭୂଷଣ ରମାକାନ୍ତ ରଥ ଯୋଗଦେଇ କବିତା ସମସ୍ତ ଗୋଷ୍ଠୀର ବୋଲି କହିଥିଲେ “କବିତା କାହିଁକି ହେଉନି ମନଛୁଆଁ ” ଶୀର୍ଷକ ଆଲୋଚନାର ଚକ୍ରରେ ଭାଗ ନେଇ ପ୍ରତ୍ୟେକ କବିର ସମାନ ପ୍ରତି ଅଙ୍ଗୀକାର ଥାଏ ବୋଲି ସେ କବିତା ଲେଖେ, ସେ କବିତାକୁ ପଢି ତାକୁ ଅନୁଭବ କରିପାରିଲେ ତାହା ମନଛୁଆଁ ହୋଇଥାଏ ବୋଲି କବି ରମାକାନ୍ତ ରଥ କହିଥିଲେ
ମୁଖ୍ୟବକ୍ତା ଦେବେନ୍ଦ୍ର ଦାଶ “କବିତା ସଂଗୀତ ଭଳି ଶୁଣିବା ବିଷୟ ନୁହେଁ ” ବୋଲି କହିଥିଲେ ଓଡିଶାର ପାଠକ ସମାଜରେ ପାରିବାରିକ ଜୀବନରେ ସାହିତ୍ୟ ଚର୍ଚ୍ଚା ହେଉନଥିବା ବେଳେ ଏକଦା ଏ କ୍ଷେତ୍ର କ୍ରମଶଃ ସାହିତ୍ୟ ଓ କବିତା ଠାରୁ ଦୂରେଇ ଯାଉଛନ୍ତି ପୂର୍ବଭଳି କବିମାନେ କବିତା ଲେଖିବାର ସକ୍ରିୟ ଭୂମିକା ଗ୍ରହଣ କରୁନାହାଁନ୍ତି ଫଳରେ କବିତା ସାଧାରଣ ପାଠକଙ୍କ ମଧ୍ୟରେ ଏକ ଅପହଞ୍ଚ ଦୂରତା ସୃଷ୍ଟି କରୁଛି ବୋଲି ମଧ୍ୟ ମୁଖ୍ୟବକ୍ତା କହିଥିଲେ ସମ୍ମାନିତ ଅତିଥି ଡାକ୍ତର ସରୋଜକାନ୍ତି ମିଶ୍ର ନିଜ ବକ୍ତବ୍ୟରେ ଓଡିଆ ସାହିତ୍ୟକୁ ଅନ୍ୟ ଭାଷାଭାଷୀ ମାନଙ୍କର ସାହିତ୍ୟ ଜଗତରେ ପହଞ୍ଚାଇବାକୁ ହେଲେ ଯଥେଷ୍ଟ ଅନୁବାଦ ସାହିତ୍ୟର ଆବଶ୍ୟକତା ଅଛି ବୋଲି କହିଥିଲେ
ସାରନଗରୀର କମ୍ୟୁନିଟି ସେଣ୍ଟର ଠାରେ ଆୟୋଜିତ ଉକ୍ତ ଉତ୍ସବରେ ଗାଳ୍ପିକ ପ୍ରଦୋଷ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ କବି ଅଜୟ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ ବେଦବ୍ୟାସ ସାହିତ୍ୟ ଓ ସଂସ୍କୃତି ପରିଷଦର ସାଧାରଣ ସମ୍ପାଦକ ଗୌରାଙ୍ଗ ଚନ୍ଦ୍ର ଦାସ ସ୍ବାଗତ ଭାଷଣ ଦେଇ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏହି ଅବସରରେ ପରିଷଦ ପକ୍ଷରୁ ଶ୍ରୀଯୁକ୍ତ ରମାକାନ୍ତ ରଥଙ୍କୁ ସମ୍ମାନିତ କରାଯାଇଥିଲା
ପୃଷ୍ଠା ସଂଖ୍ୟା : 1 2
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. lingaraj33 | ଡିସେମ୍ବର୍ ୧୭, ୨୦୦୯ - ୩:୫୫ ପୂର୍ବାହ୍ନ
ମୁଁ ନିଜକୁ ଓଡିଆ ଭାବି ଗର୍ବିତ ମନେ କରୁଛି ସତରେ ଏହା ବହୁତ ପ୍ରଶଂସାୟୋଗ୍ୟ