ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ମନୋରଞ୍ଜନ ପାଣିଗ୍ରାହୀ
ସୁଧାଂଶୁ ଶେଖର ପାତ୍ର
କିଶୋରୀକିଙ୍କର ଦାସ
ରଜତ କୁମାର ମିଶ୍ର
ଶାରଦା ପ୍ରସାଦ ମିଶ୍ର
ଗୋପାଳ ଚନ୍ଦ୍ର ପ୍ରହରାଜ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଅକ୍ଟୋବର୍ ୧୫, ୨୦୦୯  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ଉକ୍ତ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା କୃତି ସାହିତ୍ୟିକ ତଥା ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତିମାନଙ୍କୁ ବେଦବ୍ୟାସ ସମ୍ମାନ ୨୦୦୯ ରେ ସମ୍ମାନିତ କରାଯିବ୤ ଏଥିରେ ଓଡ଼ିଶାର ବିଶିଷ୍ଠ କବି ଶରତ ଚନ୍ଦ୍ର ପ୍ରଧାନଙ୍କୁ ବେଦବ୍ୟାସ ସମ୍ମାନ ରେ ଭୂଷିତ କରାଯାଇଥିଲା୤ ଏତତ୍ ବ୍ୟତୀତ କବି ଅଶୋକ ଚନ୍ଦ୍ର ମହାପାତ୍ରଙ୍କୁ ବେଦବ୍ୟାସ କାବ୍ୟ ସମ୍ମାନ, ଗୌତମ ବୁଦ୍ଧ ଦାସଙ୍କୁ ବେଦବ୍ୟାସ କଥା ସମ୍ମାନ, ରମେଶ ଚନ୍ଦ୍ର ପାତ୍ରଙ୍କୁ ବେଦବ୍ୟାସ ଶିଳ୍ପୀ ସମ୍ମାନ୤ ସୃଷ୍ଟିଶ୍ରୀ ନାଏକଙ୍କୁ କବି ଭାନୁଜୀ ରାଓ ସ୍ମୃତି ସମ୍ମାନ, ଅଧ୍ୟାପକ ସନତ୍‌ରାୟଙ୍କୁ କବି ଦୀପକ ମିଶ୍ର ସ୍ମୃତି ସମ୍ମାନ, କୁମାରୀ ଅନ୍ମ୍ରୟା ମହାପାତ୍ର ଓ ପ୍ରତ୍ୟାଶା ପାଣିଗ୍ରାହୀଙ୍କୁ ବେଦବ୍ୟାସ ଶିଶୁ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା୤ ଏହାଛଡ଼ା ଡକ୍ଟର କୃତିବାସ ନାୟକ ଓ ବହେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା୤

ବେଦବ୍ୟାସ ସାରସ୍ବତ ସମ୍ମାନରେ ନିତ୍ୟାନନ୍ଦ ନାୟକ, କବିଚନ୍ଦ୍ର ମହାନ୍ତ, ସନ୍ତୋଷ ରଥ, ନମିତା ପାଇକରାୟ ଓ ସ୍ନେହଲତା ନାୟକଙ୍କୁ ଭୂଷିତ କରାଯାଇଥିଲା୤ ଡାକ୍ତର ଗୀତାଞ୍ଜଳୀ ପତ୍ରୀ, ସ୍ନେହଲତା ନାୟକ, ସୃଷ୍ଟିଶ୍ରୀ ନାଏକ ଓ ସତ୍ୟବ୍ରତ ଦାସଙ୍କ ପୁସ୍ତକ ଗୁଡ଼ିକ ମଧ୍ୟ ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ନୋଚିତ ହୋଇଥିଲା୤ ଦ୍ବିତୀୟ ଅଧିବେଶନରେ ଭିକାରୀ ଧଳଙ୍କ ସଂଯୋଜନାରେ କଟକ, ଭୁବନେଶ୍ବର, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର ଓ ରାଉରକେଲାର ୫୦ରୁ ଊର୍ଦ୍ଧ୍ବ କବି କବିତା ପାଠ କରିଥିଲେ୤ ଏହି ଅବସରରେ ବେଦବ୍ୟାସ ପତ୍ରିକାର ପୂଜା ସଂଖ୍ୟାକୁ ମୁଖ୍ୟ ଅତିଥି ଶ୍ରୀ ରଥ ଉନ୍ମୋଚନ କରିଥିଲେ୤

ପୃଷ୍ଠା ସଂଖ୍ୟା : 1 2

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ÏÚ¨Ïá³ÑÚ
author photo
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. lingaraj33 |  ଡିସେମ୍ବର୍ ୧୭, ୨୦୦୯ - ୩:୫୫ ପୂର୍ବାହ୍ନ

    ମୁଁ ନିଜକୁ ଓଡିଆ ଭାବି ଗର୍ବିତ ମନେ କରୁଛି୤ ସତରେ ଏହା ବହୁତ ପ୍ରଶଂସାୟୋଗ୍ୟ୤

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤