ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

କନକଲତା ସାହୁ
କେ.ଶ୍ୟାମବାବୁ ଦୋରା
ତରୁଣକାନ୍ତି ମିଶ୍ର
ଭୂପେନ୍‌ ମହାପାତ୍ର
କିଶୋରୀକିଙ୍କର ଦାସ
ରାଧାନାଥ ରାୟ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଫେବୃଆରୀ ୭, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

ସାହିତ୍ୟରେ ବାସ୍ତବତା ଓ କଳ୍ପନାଶୀଳତାର ସଂଯୋଗ ନରହିଲେ ସାହିତ୍ୟ କେବଳ ପରୀକଥା ହୋଇ ରହିଯିବ୤ ଏହା ପ୍ରକୃତ ସାହିତ୍ୟ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକା ତଥା ଗାଳ୍ପିକା ଚିତ୍ରା ମୁଦ୍‌ଗଲ୍‌୤ ଭୁବନେଶ୍ବରର ଜୟଦେବଭବନରେ ଓଡ଼ିଆ ସାହିତ୍ୟ ପତ୍ରିକା ‘କଥା’ର ପୁନଃ ଆତ୍ମପ୍ରକାଶ ଅବସରରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେ ଏହା କହିଛନ୍ତି୤ ଓଡ଼ିଆ ଭାଷାର ପ୍ରଖ୍ୟାତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ‘ମାଟିମଟାଳ’, ହିନ୍ଦି ଔପନ୍ୟାସିକ ପ୍ରେମଚନ୍ଦଙ୍କ ‘ଗୋଦାନ’, ବଙ୍ଗଳା ଔପନ୍ୟାସିକ ତାରାଶଙ୍କରଙ୍କ ‘ଗଣଦେବତା’ ଆଦି କାଳଜୟୀ କୃତିର ଉଦାହରଣଦେଇ ଅନୁଭବ ପଛର ଦ୍ବନ୍ଦ୍ବ, କାରଣ, ଅର୍ଥ ଓ ପୀଡାର ରଚନାକୁ ସେ ଯଥାର୍ଥବାଦର ଆଖ୍ୟା ଦେଇଥିଲେ୤ ସାହିତ୍ୟ ସିଧାସଳଖ କିଛି ପରିବର୍ତ୍ତନ ଆଣେନାହିଁ ମାତ୍ର ଏହା ବ୍ୟକ୍ତି ମନରେ ଯେଉଁ ମନସ୍ତାତ୍ତ୍ବିକ ଆନ୍ଦୋଳନ ଆଣେ ତାହା ହିଁ ପରିବର୍ତ୍ତନର ବାର୍ତ୍ତାବହ ବୋଲି ସେ ଉଲ୍ଲେଖ କରିଥିଲେ୤

ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ ମାଲାୟଲାମ ସାହିତ୍ୟର ବିଶିଷ୍ଟ ଗାଳ୍ପିକ ଓ ପ୍ରାବନ୍ଧିକ ପଲ୍‌ ଜାକାରିଆ୤ ସମକାଳୀନ ପ୍ରାନ୍ତୀୟ ସାହିତ୍ୟର ସଂଯୋଗ ସେତୁ ହେଉଛି ଅନୁବାଦ୤ ବିଭିନ୍ନ ପ୍ରାନ୍ତୀୟ ଭାଷାର ସାହିତ୍ୟ ସହିତ ପରିଚିତ ହେବା ପାଇଁ ତଥା ଭାରତବର୍ଷର ବହୁବର୍ଣ୍ଣ ସଂସ୍କୃତି ଓ ଜୀବନକୁ ଜାଣିବାପାଇଁ ଅନୁବାଦ ସାହିତ୍ୟ ଉପରେ ସେ ଗୁରୁତ୍ବଆରୋପ କରିଥିଲେ୤ ସାହିତ୍ୟିକର ସାମାଜିକ ଦାୟିତ୍ବ ମଧ୍ୟ ରହିଛି୤ ଓଡ଼ିଆ ସାହିତ୍ୟ ଅନ୍ୟାନ୍ୟ ଭାରତୀୟ ସାହିତ୍ୟକୁ ପ୍ରଭାବିତ କରିଛି୤ ଲେଖକ ଧର୍ମାନ୍ଧତା ଓ ରାଜନୈତିକ କପଟତାରୁ ମୁକ୍ତ ରହିବା ଉଚିତ ବୋଲି ସେ କହିଥିଲେ୤

‘କଥା’ର ମୁଖ୍ୟ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପୁନଃପ୍ରକାଶ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲା ବେଳେ ସଂପାଦକ ଗୌରହରି ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ୤ ଏହି ଅବସରରେ ‘କଥା’ ର ଫେବୃୟାରୀ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 
ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤