ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ରାଉରକେଲା: ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ୍ ପକ୍ଷରୁ ଗତକାଲି ସନ୍ଧ୍ୟାରେ ବାସନ୍ତିକା ସାହିତ୍ୟ ସମାରୋହ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ନାରାୟଣ ପୃଷେଠ ଯୋଗଦେଇ ପ୍ରାଚୀନ ଭାରତୀୟ ଦର୍ଶନ ପ୍ରତି ଗଙ୍ଗାଧରଙ୍କ ଅଶେଷ ଶ୍ରଦ୍ଧା ଥିଲା, ଯାହାକି ତାଙ୍କ କାବ୍ୟ ଗୁଡିକରେ ଦେଖିବାକୁ ମିଳିଥାଏ ବୋଲି କହି ତାଙ୍କ ସାହିତ୍ୟାଦର୍ଶ ଉପରେ ଆଲୋଚନା କରିଥିଲେ ସ୍ବଭାବ କବିଙ୍କର ରଚନା ଗୁଡିକରେ ବ୍ୟକ୍ତି ପୁରୁଷ ଓ କାବ୍ୟ ପୁରୁଷ ମଧ୍ୟରେ ପ୍ରଭେଦ ନଥିଲା ଏବଂ ତାଙ୍କର ରଚନା ଗୁଡିକ ମହା କବି କାଳିଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତଥା କବିବର ରାଧାନାଥଙ୍କ ରଚନା ଦ୍ବାରା ପ୍ରଭାବିତ ବୋଲି ଶ୍ରୀ ପୃଷେଠ କହିଥିଲେ
ଉକ୍ତ ଉତ୍ସବରେ ସମ୍ମାନିତ ବକ୍ତା ଭାବେ ସ୍ବଭାବ କବିଙ୍କ ଅଣନାତି ଅଧ୍ୟାପକ ଡଃ ମଣୀନ୍ଦ୍ର ମେହେର କବିଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ କବି ଗଙ୍ଗାଧରଙ୍କ ଜୀବନର ମୁଖ୍ୟ ଆଦର୍ଶ ସାଧୁତା, ନମ୍ରତା, ଓ ନିର୍ଭୀକତା ଥିଲା ବୋଲି ଡଃ ମେହେର କହିବା ସହିତ ଯେଉଁ ଆଦର୍ଶ ନେଇ ସେ ବଞ୍ଚିଥିଲେ, ତାହାକୁ ନେଇ ସେ ସାହିତ୍ୟ ରଚନା କରିଥିଲେ ବୋଲି କହିଥିଲେ କବି ଗଙ୍ଗାଧରଙ୍କ ରଚନାଗୁଡିକ ମାଧ୍ୟମରେ ନବଜାତକ ଗୁଡିକ ସ୍ପନ୍ଦିତ ହେଉଥିଲେ ବୋଲି ମଧ୍ୟ ଡଃ ମେହେର କହିଥିଲେ ଏହି ଅବସରରେ ବିଶିଷ୍ଠ ଲେଖିକା ଅଳକା ଚାନ୍ଦଙ୍କର ଗଳ୍ପ ସଙ୍କଳନ ନିସର୍ତ୍ତ ସମ୍ପର୍କପୁସ୍ତକ ଉନ୍ନୋଚିତ ହୋଇଥିଲା ଏହି ଅବସରରେ ଆୟୋଜିତ କବିତା ପାଠ କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ରୁ ଊର୍ଦ୍ଧ୍ବ କବି ସେମାନଙ୍କ ସ୍ବରଚିତ କବିତା ପାଠ କରିଥିଲେ