ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୨୮

ଲେଖକ ଓ ଲେଖିକା

ବିଜୟ ମିଶ୍ର
ରବି ଶତପଥୀ
କିଶୋରୀ ଚରଣ ଦାସ
ଡ.ହରେକୃଷ୍ଣ ମହତାବ
ଅଖିଳମୋହନ ପଟ୍ଟନାୟକ
ଲକ୍ଷ୍ମୀଧର ନାୟକ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ମେ ୬, ୨୦୧୧  
ମୂଳ ପୃଷ୍ଠାପ୍ରଚ୍ଛଦ
 

MUSIC_CIRCLEରାଉରକେଲା: ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ପକ୍ଷରୁ ବାସନ୍ତିକା ସାହିତ୍ୟ ସମାରୋହ-୨୦୧୧ ଏବଂ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି୤ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗ ଦେଇ ଏହିପରି ବହୁ ଭାଷାଭାଷୀ କବି ସମ୍ମେଳନ ମାଧ୍ୟମରେ ବିଭିନ୍ନ ଭାଷାର ସାହିତ୍ୟିକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ବୃଦ୍ଧି ହୋଇପାରିବ ବୋଲି କହିଥିଲେ୤

ଉତ୍ସବରେ ମୁଖ୍ୟବକ୍ତା ଭାବେ ଡ଼.ଆଦିକନ୍ଦ ସାହୁ “ପ୍ରେମ ଓ ବସନ୍ତ” ଉପରେ ଆଲୋଚନା କରି ଯେ କୌଣସି ମନ୍ତ୍ର ପାଠ ଠାରୁ ଅଧିକ ପବିତ୍ର ହେଉଛି ପ୍ରେମ୤ ପ୍ରେମ ହିଁ ମଣିଷର ଭାଗ୍ୟପଥକୁ ବଦଳାଇବା ସହ ଆଗକୁ ଯିବା ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇଥାଏ ବୋଲି କହିଥାଏ୤ ସମ୍ମାନିତ ବକ୍ତା ଭାବେ କବି ରାଜୀବ ପାଣି ପ୍ରେମ ମାଧ୍ୟମରେ ଜୀବନର ଶୁଦ୍ଧିକରଣ ହୋଇଥାଏ ବୋଲି କହିଥିଲେ୤ ପ୍ରାରମ୍ଭରେ ମ୍ୟୁଜିକ ସର୍କଲ୍‌ର ସାଧାରଣ ସମ୍ପାଦିକା ଅଳକା ଚାନ୍ଦ ସାହିତ୍ୟ, ନୃତ୍ୟ, ସଂଗୀତ ତଥା ନାଟକ ହେଉଛି ଆନୁଷ୍ଠାନର ଆତ୍ମା ବୋଲି ଅଭିହିତ କରିଥିଲେ୤ ସଭାପତି ଦେବେନ୍ଦ୍ର ନାରାୟଣ ପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ୤ ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା “ବାସନ୍ତିକା” କୁ ଅତିଥିଗଣ ଉନ୍ମୋଚିତ କରିଥିଲେ୤ ପରେ ଆୟୋଜିତ କବି ସମ୍ମିଳନୀରେ ଡ.କୃପାସିନ୍ଧୁ ନାୟକ, ଶୈଲେନ୍ ଭଟ୍ଟାଚାର୍ଯ୍ୟ, ଡ.ମଧୁସୂଦନ ସାହା, ତ୍ରିନାଥ ସିଂହ, ସସ୍ମିତା ନାଥ, ସନ୍ତୋଷ ଶ୍ରୀବାସ୍ତବ, ଅଙ୍ଗୁରବାଳା ପରିଡା, ରାଧୁ ମିଶ୍ର, ଗ୍ୟାସ ଅଞ୍ଜୁମ, ରାମଗୋପାଳ ବାନାର୍ଜୀ, ଶ୍ୟାମ ସୋମାନି ପ୍ରମୁଖ, ଶ୍ୟାମ୍‌ଲାଲ୍ ସିଂହଲପ୍ରମୁଖ କବିତା ପାଠ କରିଥିଲେ୤ କବିତା ଆସରକୁ ବ୍ୟଙ୍ଗକବି ରାଧୁ ମିଶ୍ର ଓ ଅଙ୍ଗୁରବାଳା ପରିଡା ସଂଯୋଜନା କରିଥିଲେ୤ ଶେଷରେ କଣ୍ଠଶିଳ୍ପୀ ସଂଗ୍ରାମ ପତି ଓ ତପନ କୁମାର ନାୟକ ସଂଗୀତ ପରିବେଷଣ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. AJAY KUMAR MISHRA |  ମେ ୧୯, ୨୦୧୧ - ୯:୪୫ ପୂର୍ବାହ୍ନ

    made it as simple as possible

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤