ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ପୁରୀ: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଏବଂ ଓଡ଼ିଶା ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ, କଟକ ପୁରୀ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଉଦ୍ୟମରେ ଦଶଦିନ ବ୍ୟାପୀ ଅଷ୍ଟାଦଶ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦ୍ଯାପିତ ହୋଇଯାଇଛି
ଉଦ୍ଯାପନୀ ଉତ୍ସବରେ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁସ୍ତକ ହିଁ ମଣିଷର ପ୍ରକୃତ ବନ୍ଧୁ ବୋଲି କହିଥିଲେ ପାଠକଙ୍କ ହୃଦୟସ୍ପର୍ଶୀ ହେବାପରି କବିତା ରଚନା କରିବାକୁ ସେ ପରାମର୍ଶ ଦେବା ସହ ଜାତୀୟ ସ୍ତରରେ ଓଡ଼ିଆ ସାହିତ୍ୟର ରହିଥିବା ସ୍ବତନ୍ତ୍ରତାକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ଲେଖକମାନେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ ବିପ୍ଳବୀ କବି ହୁସେନ୍ ରବି ଗାନ୍ଧୀ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ଶାସନ ସଚିବ ଦିଗାମ୍ବର ମହାନ୍ତି ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ ଏହିପରି ପୁସ୍ତକ ମେଳା ଆୟୋଜନ ଦ୍ବାରା ସାରସ୍ବତ ଆନ୍ଦୋଳନ ଅଧିକ ବ୍ୟାପକ ହେବା ସହ ସାହିତ୍ୟ ପ୍ରତି ଲୋକପ୍ରିୟତା ବୃଦ୍ଧି ପାଉଛି ବୋଲି ଏହି ଅବସରରେ ବକ୍ତାମାନେ ମତ ଦେଇଥିଲେ
ପୁରୀ ଜିଲ୍ଲା ପରିଷଦ ସଭାପତି ଶଙ୍କର୍ଷଣ ପରିଡ଼ା ଉତ୍ସବରେ ଅଧ୍ୟକ୍ଷତା କରିଥିବା ବେଳେ କମିଟିର ସମ୍ପାଦକ ଚକ୍ରଧର ମହାପାତ୍ର ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଏହି ଅବସରରେ ସାହିତ୍ୟିକ ଡ.ବଳରାମ ଦାସ ଓ ଗବେଷକ ପ୍ରଫେସର ବ୍ରଜକିଶୋର ସ୍ବାଇଁଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ପୁରସ୍କାର ପ୍ରଦାନ କରାଯାଇଥିଲା ଶରଧାବାଲିରେ ଅନୁଷ୍ଠିତ ଉକ୍ତ ପୁସ୍ତକ ମେଳାରେ ପ୍ରତିଦିନ ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଆୟୋଜିତ ହୋଇଥିଲା
ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?
୧. ରଶ୍ମି | ଜାନୁଆରୀ ୨୦, ୨୦୧୨ - ୧୦:୨୬ ପୂର୍ବାହ୍ନ
କେତେ ବହି ବିକ୍ରି ହେଲା ସେ ବିଷୟରେ କଛି ଲେଖା ହୋଇ ନାହିଁ ପୁସ୍ତକ ମେଳା ହେଉଛି ସତ, ମାତ୍ର ଓଡିଆ ବହି କେତେ ଯାଉଛି ?