ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ସର୍ବମୋଟ ମତଦାନ: ୧୮୧୬ Back to Vote Screen

ଲେଖକ ଓ ଲେଖିକା

କାଳିନ୍ଦି ଚରଣ ପାଣିଗ୍ରାହୀ
ମନୋରଞ୍ଜନ ପାଣିଗ୍ରାହୀ
ଶାରଦା ପ୍ରସାଦ ମିଶ୍ର
ଅଶୋକ ଚନ୍ଦ୍ର ମହାପାତ୍ର
ସନ୍ଥକବି ଭୀମ ଭୋଇ
ଭୁବନେଶ୍ବର ବେହେରା

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଏପ୍ରିଲ୍ ୨୬, ୨୦୧୧  
ମୂଳ ପୃଷ୍ଠାସାହିତ୍ୟ ଜଗତ ଖବର
 

ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟସଂସ୍କୃତି ଓ ସ୍ବାଭିମାନର ବିକାଶ ମଞ୍ଚ “ଆମେ ଓଡିଆ”ର ଷଷ୍ଠ ବାର୍ଷିକୋତ୍ସବ ଏବଂ ବିଷୁବ ମିଳନ-୨୦୧୧ ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି୤ ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଚିତ୍ରକର ଏବଂ ସାହିତ୍ୟିକ ଡ.ଦୀନନାଥ ପାଠୀ ଏବଂ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଏବଂ ଦୈନିକ ଖବର ର ସମ୍ପାଦକ ଅଧ୍ୟାପକ ବିଶ୍ବରଞ୍ଜନ, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ଦେବୀପ୍ରସାଦ ରାୟ ଯୋଗଦେଇଥିଲେ୤ ମୁଖ୍ୟ ଅତିଥି ଡ.ପାଠୀ ଓଡିଆ ରୂପେ ପରିଚୟ ସୃଷ୍ଟି କରିବାକୁ ହେଲେ ପ୍ରତ୍ୟେକ ଓଡ଼ିଆ ନିଜ ଘରେ ନିଜର ପ୍ରିୟ କବି, ଲେଖକ କିମ୍ବା ଚିତ୍ରକରଙ୍କ ବହି ସମେତ ଭାଗବତ, ରାମାୟଣ ଓ ଗୀତଗୋବିନ୍ଦ ଆଦି ରଖିବାକୁ ଆହ୍ବାନ ଦେଇ ଏହା କରିପାରିଲେ ନିଜକୁ ଜଣେ ଓଡିଆ ରୂପେ ପ୍ରତିପାଦିତ କରିବା ସହିତ ଜାତିର ବିକାଶ ହେବ ବୋଲି କହିଥିଲେ୤

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଡ.ଦୀନନାଥ ପାଠୀଙ୍କୁ “ଆମ ଓଡିଆ” ସମ୍ମାନ ଏବଂ ସାରସ୍ବତ ସମ୍ମାନରେ ପ୍ରଫୁଲ୍ଲ କୁମାର ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା୤ ଓଡିଶାର ରୀତିନୀତି ଉପରେ ଆଧାରିତ ଅନୁଷ୍ଠାନର ମୁଖପତ୍ର “ସ୍ବାଭିମାନ” ଏବଂ ଡ.ଗଙ୍ଗାଧର ନାୟକଙ୍କ କବିତା ସଙ୍କଳନ “ସମୟାନ୍ତର”କୁ ଏହି ଅବସରରେ ଅତିଥିଗଣ ଉନ୍ମୋଚିତ କରିଥିଲେ୤ ଶେଷରେ ଓଡିଶାର କଳା ଓ ସଂସ୍କୃତି ଉପରେ ପର୍ଯ୍ୟବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା୤ ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ରବିନାରାୟଣ ସେନାପତି, ସମ୍ପାଦକ ଡ.ଗଙ୍ଗାଧର ନାୟକ ଏବଂ ଡ.ବୈରାଗୀ ଚରଣ ପଟ୍ଟନାୟକ ସଂଚାଳନ କରିଥିଲେ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୨ ଆପଣଙ୍କ ମତାମତ ?

  • ୧. muralidhar kabi |  ଜାନୁଆରୀ ୧୦, ୨୦୧୨ - ୮:୪୨ ପୂର୍ବାହ୍ନ

    Dr Pathi apanaka upadesh prakutare swagata yagya

  • ୨. ଦୋଳଗୋବିନ୍ଦ ବେହେରା, କଟକ. ଓଡିଶା |  ନଭେମ୍ବର୍ ୨, ୨୦୧୨ - ୧୧:୧୩ ଅପରାହ୍ନ

    ସଂପ୍ରତି ଓଡିଆ ସାହିତ୍ୟର ଉତ୍କର୍ଷ ପାଇଁ ସମସ୍ତେ ଉଦ୍ୟମ କରିବା ବାଞ୍ଛନୀୟ।

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤