ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
କଟକ ସ୍ଥିତ ନିଉ ଏଜ୍ ପବ୍ଲିକେଶନ୍ସ୍ ପକ୍ଷରୁ ନିକଟରେ ତେତିଶ ଓଡିଆ କବି ଶୀର୍ଷକ ଏକ ମର୍ଯ୍ୟାଦାଜନକ କାବ୍ୟ ସଙ୍କଳନ ପ୍ରକାଶ ପ୍ରକାଶ ପାଇଛି ବରିଷ୍ଠ କବି ବିଭୁପ୍ରସାଦ ପାଢୀ, ପ୍ରଫେସର ଗୁରୁଚରଣ ବେହେରା ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅରବିନ୍ଦ ବେହେରାଙ୍କ ମିଳିତ ସମ୍ପାଦନାରେ ପ୍ରକାଶିତ ଏହି ସଙ୍କଳନରେ ଭାରତର ସ୍ବାଧୀନତା ପ୍ରାପ୍ତି ପରେ ଜନ୍ମ ଗ୍ରହଣ କରିଥିବା ତେତିଶଜଣ ଓଡିଆ କବିଙ୍କର କବିତା ସ୍ଥାନିତ କରାଯାଇଛି ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧ ଅନୁସରଣକୁ ପ୍ରତ୍ୟାଖ୍ୟାନ କରି ଅବଲୁପ୍ତ ଓ ବିସ୍ତୃତ ପ୍ରାୟ ଆମର ଦେଶୀୟ ସଂସ୍କୃତିର ପୁନରୁଦ୍ଧାର ଓ ଏହାର ପ୍ରାସଙ୍ଗିକ ପୁନର୍ବିନିଯୋଗ ଉପରେ ଗୁରୁତ୍ବ ପ୍ରଦାନ ଏ ସଙ୍କଳନର କାବ୍ୟିକ ଆଦର୍ଶ ରାଉରକେଲାର ଏକମାତ୍ର କବି ଭାବେ ଜଣାଶୁଣା ଅଶୋକ ଚନ୍ଦ୍ର ମହାପାତ୍ରଙ୍କର ଗୋଟିଏ ନିଃସଂଗ ଦିନ, ଝରକା ବାହାରେ, ଯନ୍ତ୍ର ସହ ଯନ୍ତ୍ର ଭଳି ଓ ବୁଢାଲୋକ ଆଦି କବିତା ଏଥିରେ ସ୍ଥାନ ପାଇବାର ସୂଚନା ମିଳିଛି