ପିତାମାତା କରିଛନ୍ତି ଶରୀର ପାଳନ
ଯାହାଙ୍କ ଦୟାରେ ରହିଅଛି ଏ ଜୀବନ
ତାଙ୍କ ପାଦରେ ଜୁହାର,
ତାଙ୍କ ଋଣ ଶୁଝିବାକୁ ଶକତି କାହାର
-କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ର
ଆଜି ଆମେ ଯେଉଁ ଓଡ଼ିଶା ଦିବସ ପାଳନ କରୁଛୁ, ତାହା ପୂର୍ବ ସୂରୀମାନଙ୍କର ତ୍ୟାଗ, ନିଷ୍ଠା, ଅକ୍ଲାନ୍ତ ପରିଶ୍ରମ ଓ ସୁଚିନ୍ତିତ ଚିନ୍ତାଧାରାର ଫଳ ପ୍ରାୟ ପାଞ୍ଚଶତ ବର୍ଷର ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ଡ ବିଖଣ୍ଡିତ ହୋଇ ବଞ୍ଚି ରହିବାର ମନସ୍ତାପ ଓ ଯନ୍ତ୍ରଣା ଫଳରେ ଓଡ଼ିଆମାନେ ଅବହେଳିତ ଅବସ୍ଥାରେ ରହିଥିଲେ ତେଣୁ ଉତ୍କର୍ଷ ଭାଷା ସାହିତ୍ୟ ସମ୍ପନ୍ନ, ବାଣିଜ୍ୟ ବ୍ୟବସାୟରେ ଧୁରନ୍ଧର, ଉତ୍କର୍ଷ ସାମାଜିକ ତଥା ସାମରିକ ପରମ୍ପରାରେ ଧୁରୀଣ ଉତ୍କଳ ଭୌଗୋଳିକ ସୀମାକୁ ଅଣଓଡ଼ିଆଙ୍କ ଦ୍ବାରା ଇଂରେଜ ଦରବାରରେ ସଙ୍କୋଚନ କରିବାର ହୀନ ପ୍ରୟାସ ଯୋଗୁ ତତ୍କାଳୀନ ପୀଡିତ ଉତ୍କଳୀୟ ପ୍ରାଣ ବିଦ୍ରୋହ କରିଉଠିଥିଲା
ଜାତି ପ୍ରୀତିରେ ଉଦ୍ବୁଦ୍ଧ ହୋଇ ଉତ୍କଳ ଗୌରବ ମଧୁସୂଦନ ଦାସ ୧୮୮୨ ମସିହାରେ ଉତ୍କଳର ସଭା ଓ ୧୯୩୦ ଅକ୍ଟୋବର ୧୫ ତାରିଖରେ ଉତ୍କଳ ସମ୍ମିଳନୀର ପ୍ରତିଷ୍ଠା କରିଥିଲେ ଉତ୍କଳ ସମ୍ମିଳନୀର ପ୍ରଥମ ସଭାରେ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ, କବିବର ରାଧାନାଥ, ମହାରାଜା କୃଷ୍ଣଚନ୍ଦ୍ର, ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ଆଦି ଉପସ୍ଥିତ ରହି ଓଡ଼ିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶ କରିବାକୁ କେବଳ ପଥ ନେଇ ନଥିଲେ, ବରଂ ସେହିଦିନଠାରୁ ସେମାନଙ୍କର ନିରବଚ୍ଛିନ୍ନ ଚେଷ୍ଠା କରିବାର ଫଳସ୍ବରୂପ ୧୯୩୬ ଏପ୍ରିଲ ୧ ତାରିଖରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ହୋଇଥିଲା
ଆମେ ଆଜି ସ୍ବତନ୍ତ୍ର ଓଡ଼ିଶାର ସନ୍ତାନ ଭାବରେ ନିଜକୁ ଗର୍ବ ଅନୁଭବ କରୁଛୁ ସତ ହେଲେ ଓଡ଼ିଶାକୁ ନେଇ ଯେଉଁ ସ୍ବପ୍ନ ଆମର ପୂର୍ବ ସୂରୀମାନେ ଦେଖିଥିଲେ ତାହା ଆଜି ମାଟିରେ ମିଶିଯାଇଛି ଆଜି ଓଡ଼ିଶାର ଓଡ଼ିଆଙ୍କ ନିକଟରେ ନିଜ ମାତୃଭାଷା ଅପେକ୍ଷା ବିଦେଶ ଏବଂ ବିଦେଶୀ ଭାଷାର ଚାହିଦା ଯଥେଷ୍ଟ ଅଧିକ ହେବାରେ ଲାଗିଛି ଯଦି ଆମ୍ଭେମାନେ ବର୍ତ୍ତମାନ ସ୍କୁଲ କଲେଜରେ ପାଠ ପଢୁଥିବା ପିଲାମାନଙ୍କୁ ଲକ୍ଷ୍ୟ କରିବା ତେବେ ଜାଣିପାରିବା ଯେ ଓଡ଼ିଆ ଭାଷା ଅପେକ୍ଷା ସେମାନେ ହିନ୍ଦୀ ବା ଇଂରାଜୀ କହିବାକୁ ଅଧିକ ପସନ୍ଦ କରୁଛନ୍ତି ଆଧୁନିକତାର ଦ୍ବାହି ଦେଇ ଅବିଭାବକମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ବାପା ମା ପରିବର୍ତ୍ତେ ଡାଡି ମମୀ କହିବାକୁ ଶିଖାଉଛନ୍ତି
ଦିନକୁ ଦିନ ଓଡ଼ିଆ ଭାଷା ସଙ୍କଟ ଆଡକୁ ଗତି କରୁଛି ଖାଲି ଏତିକି ନୁହେଁ, ଭାଷା ସମେତ ଆମର ସଂସ୍କୃତି, ପରମ୍ପରା, ପର୍ବପର୍ବାଣି ଆଦି ଦିନକୁ ଦିନ ଲୁପ୍ତ ହେବାରେ ଲାଗିଛି ଆଜି ମଧ୍ୟ ଓଡ଼ିଶାର ବହୁ ଅଞ୍ଚଳ ଦକ୍ଷିଣର ଆନ୍ଧ୍ରରେ, ପଶ୍ଚିମର ଛତିଶଗଡ଼ ଓ ଝାଡଖଣ୍ଡରେ ଏବଂ ଉତ୍ତରର ପଶ୍ଚିମବଙ୍ଗରେ ରହିଛି ତେଣୁ ସମ୍ପୂର୍ଣ୍ଣ ଉତ୍କଳଖଣ୍ଡର ପ୍ରାପ୍ତି ପାଇଁ ଆମକୁ ସାମୂହିକ ଭାବେ ନିଷ୍ଠାର ସହିତ ଆହୁରି ଅନେକ ଶ୍ରମ କରିବାକୁ ପଡିବ କାରଣ ବିଭିନ୍ନ ପ୍ରଦେଶରେ ଅନ୍ତର୍ଭୁକ୍ତ ଏହି ଓଡ଼ିଆ ଭାଷାଭାଷୀ ଅଞ୍ଚଳର ମିଶ୍ରଣ ବ୍ୟତିରେକ ଉତ୍କଳ ଜନନୀର କାୟା ଆଜିବି ଅସମ୍ପୂର୍ଣ୍ଣ
ମତାମତ ସଂଖ୍ୟା - ୩ ଆପଣଙ୍କ ମତାମତ ?
୧. ସୁରେନ୍ଦ୍ର କୁମର ମିସ୍ର | ଅକ୍ଟୋବର୍ ୨୧, ୨୦୧୧ - ୧୦:୩୮ ଅପରାହ୍ନ
ସୁନ୍ଦର ହୋଇଛି୨. ସୁରେନ୍ଦ୍ର କୁମର ମିସ୍ର | ଅକ୍ଟୋବର୍ ୨୧, ୨୦୧୧ - ୧୦:୪୦ ଅପରାହ୍ନ
ସୁନ୍ଦର ହୋଇଅଛି..................................୩. ଶ୍ରୀକାନ୍ତ ତ୍ରିପାଠୀ, ସ୍ବାମପାଟଣା, କେନ୍ଦୁଝର, ଓ଼ଡିଶା | ଅକ୍ଟୋବର୍ ୨୫, ୨୦୧୧ - ୩:୫୮ ପୂର୍ବାହ୍ନ
ବାଃ ଅତିସୁନ୍ଦର