ନବ ପ୍ରତିଭା

ଲୁଡୁ ଖେଳ
|- ବିଭୁ ସାମନ୍ତ
କାନ୍ଦୁଛି ପତିତ ସିଂହ ଦୁଆରେ
|- ଚନ୍ଦ୍ରଶେଖର ମିଶ୍ର, ପାତ୍ତପାଟ୍ଟନମ୍‌, ଶ୍ରୀକାକୁଲମ୍‌(ଆନ୍ଧ୍ରପ୍ରଦେଶ)
ପୁଅ ଆମେ ଓଡ଼ିଶାର
|- ଶକ୍ତି ସିଆ,ଗଞ୍ଜାମ

ସାମ୍ପ୍ରତିକ ‘ପୁସ୍ତକ ପ୍ରକାଶନ’ ସୁବିଧା ଓ ପ୍ରତିଯୋଗିତାପୂର୍ଣ୍ଣ ହୋଇଥିବାରୁ ଉତ୍କୃଷ୍ଟ ସାହିତ୍ୟ ବଦଳରେ ନିମ୍ନରୁଚିର ସାହିତ୍ୟ ଉପଲବ୍ଧ ହେଉଛି କି ?

ମତଦାନ ଫଳାଫଳ

ଲେଖକ ଓ ଲେଖିକା

ନିତ୍ୟାନନ୍ଦ ମହାପାତ୍ର
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ବିଜୟ ମିଶ୍ର
ଦୟାନିଧି ମିଶ୍ର
ସୁଧାଂଶୁ ଶେଖର ପାତ୍ର
ସଦାନନ୍ଦ ତ୍ରିପାଠୀ

ସ୍ବାର୍ଥର ବନିତା ଅଟେ ତୋଷାମୋଦ
ଭୟ, ମିଥ୍ୟା ତାଙ୍କ ପୁତ୍ର,
ରାଜ୍ୟରେ ବିପ୍ଳବ ନିଶ୍ଚୟ ଘଟିବ
ଏମାନେ ହେଲେ ଏକତ୍ର


-ଉତ୍କଳଗୌରବ ମଧୁସୂଦନ ଦାସ

 
 
ତା: ଜାନୁଆରୀ ୩୧, ୨୦୧୩  
ମୂଳ ପୃଷ୍ଠାପ୍ରଚ୍ଛଦ
 

ଭୁବନେଶ୍ବର: ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି୤ ବିଗତ କିଛି ବର୍ଷ ଧରି ବିଭିନ୍ନ ବେସରକାରୀ ସାରସ୍ବତ ସଂସ୍ଥା ଓ ସଙ୍ଗଠନ ଏ ପ୍ରସଙ୍ଗରେ ବିଭିନ୍ନ ଉଦ୍ୟମ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ କିଛି କରି ନଥିଲେ୤ ୨୦୧୨ ମାର୍ଚ୍ଚରେ ରାଜ୍ୟସଭାରେ ଏନେଇ ପ୍ରଶ୍ନ ଉଠିବା ପରେ, କେନ୍ଦ୍ର ସଂସ୍କୃତି ବିଭାଗ ଏ ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି ସୂଚନା ଦିଆଯାଇଥିଲା୤

ଓଡ଼ିଆ ପ୍ରତି ରାଜ୍ୟ ସରକାରଙ୍କ ଅନାଗ୍ରହକୁ ଦେଖି ସେତେବେଳେ ଅନେକ ବେସରକାରୀ ସଙ୍ଗଠନ ଓ ସାରସ୍ବତ ଅନୁଷ୍ଠାନ କ୍ଷୋଭ ପ୍ରକଟ କରିଥିଲେ ଏବଂ ଓଡ଼ିଆ ଭାଷାକୁ ଯଥାଯୋଗ୍ୟ ମାନ୍ୟତା ମିଳିବା ନେଇ ଉଦ୍ୟମ ଆରମ୍ଭ କରିଥିଲେ୤ ଏହି କ୍ରମରେ ବହୁବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସଂସ୍କୃତି ବିଭାଗ ସଚେତନ ହୋଇଛି୤ ନିକଟରେ ବିଭାଗୀୟ ମନ୍ତ୍ରୀ ମହେଶ୍ବର ମହାନ୍ତି ଏକ ବୈଠକ ଡାକି ଏ ବାବଦରେ ସମୀକ୍ଷା କରିବା ସହ, ସମସ୍ତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ଏକ ଉଚ୍ଚସ୍ତରୀୟ କମିଟି ଗଢ଼ିଛନ୍ତି୤ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଗଠିତ ଏହି କମିଟିକୁ ‘ଭାଷା’ ଦାୟିତ୍ବ ନ୍ୟସ୍ତ କରାଯାଇଛି୤

ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ପାଇଁ ଯେଉଁ ତଥ୍ୟ ପ୍ରମାଣର ପ୍ରୟୋଜନ ରହିଛି, କମିଟି ସେସବୁକୁ ସଂଗ୍ରହ ଓ ସମ୍ପାଦନା କରିବ୤ ଏଯାବତ୍‌ ଓଡ଼ିଆ ଭାଷା ପ୍ରତିଷ୍ଠାନ ସମେତ ଅନ୍ୟ ସରକାରୀ ଓ ବେସରକାରୀ ସଙ୍ଗଠନମାନେ ଓଡ଼ିଆ ଭାଷାର ପ୍ରାଚୀନତା, ମୌଳିକତା, ଧାରାବାହିକତା ସମ୍ପର୍କରେ ଯେତିକି ତଥ୍ୟ ପ୍ରମାଣ ଯୋଗାଡ଼ କରିଛନ୍ତି, ସେ ସବୁକୁ କମିଟି ଏକତ୍ର କରାଇ କାମରେ ଲଗାଇବ୤ ଏକମାସ ମଧ୍ୟରେ ଏହି କମିଟି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରିବ୤ ରିପୋର୍ଟ ପ୍ରସ୍ତୁତ ପରେ ରାଜ୍ୟ ସଂସ୍କୃତି ବିଭାଗ କେନ୍ଦ୍ର ସରକାରଙ୍କ ନିକଟରେ ଏହାକୁ ଉପସ୍ଥାପନ କରି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦାବି କରିବ୤

ଏହି କମିଟିରେ ଭାଷାବିତ୍‌ ତଥା ସାହିତ୍ୟିକ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ, ସାତକଡ଼ି ହୋତା, ବସନ୍ତ କୁମାର ପଣ୍ଡା, ଡ.କୈଳାସ ଚନ୍ଦ୍ର ଟିକାୟତରାୟ, ରାଜକିଶୋର ମିଶ୍ର, ଯତୀନ୍‌ ନାୟକ ପ୍ରମୁଖ ସଦସ୍ୟ ଥିବାବେଳେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ଓଡ଼ିଆ ସାହିତ୍ୟ ଏକାଡ଼େମୀର ସଚିବଙ୍କୁ ଯଥାକ୍ରମେ ଆବାହକ ଓ ସହଆବାହକ ରଖାଯାଇଛି୤ ସଂସ୍କୃତି ବିଶ୍ବବିଦ୍ୟାଳୟ ଓ ଭାଷା ପ୍ରତିଷ୍ଠାନ ମିଶି, କମିଟିର ଯାବତୀୟ କାମ ତଦାରଖ କରିବେ ଏବଂ ଆର୍ଥିକ ସହାୟତା ଯୋଗାଇବେ ବୋଲି ଜଣା ପଡ଼ିଛି୤ ଇତି ମଧ୍ୟରେ କମିଟି ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରିସାରିଛି୤

ଭାରତର ସମ୍ବିଧାନ-ସ୍ବୀକୃତି ୨୨ଟି ଭାଷା ଭିତରୁ ମାତ୍ର ଚାରିଟିକୁ ଏଯାବତ୍‌ ମିଳିଛି ଶାସ୍ତ୍ରୀୟ ମାନ୍ୟତା୤ ସେଗୁଡ଼ିକ ହେଉଛି ତାମିଲ୍‌, ସଂସ୍କୃତ, କନ୍ନଡ଼ ଓ ତେଲୁଗୁ୤ ମାଲୟାଲମ୍‌ ଏବେ ଚେଷ୍ଟା ଜାରି ରଖିଛି ଏହି ମାନ୍ୟତା ପାଇବା ପାଇଁ୤ କୌଣସି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେତେଗୁଡ଼ିଏ ଯୋଗ୍ୟତା ସର୍ତ୍ତ ରହିଛି୤ ସେଗୁଡ଼ିକ ମଧ୍ୟରେ ଭାଷାଟି ଅତି କମ୍‌ରେ ୧୫ ଶହରୁ ୨ ହଜାର ବର୍ଷର ପୁରୁଣା ହୋଇଥିବା ସହ ଏହାର ସାଂସ୍କୃତିକ ଲିଖିତ ଇତିହାସ ଥିବ୤ ଭାଷାର ସାହିତ୍ୟିକ ପରମ୍ପରା ମୌଳିକ ହୋଇଥିବ୤ ଭାଷାଟି ମୌଳିକ ହୋଇଥିବ ଏବଂ ଅନ୍ୟ କୌଣସି ଭାଷା ଦ୍ବାରା ବହୁଳ ଭାବେ ପ୍ରଭାବିତ ହୋଇ ନଥିବ୤ ଭାଷାର ଧାରାବାହିକତା କେବେ କେଉଁଠି କ୍ଷୂର୍ଣ୍ଣ ନହୋଇ ବଜାୟ ରହିଆସିଥିବ୤ ଭାଷାର ଐତିହ୍ୟ ଥିବ ଏବଂ ସ୍ବାଧୀନ ଭାବେ ଏହା ତିଷ୍ଠି ରହିଥିବ୤

ଯୋଗ୍ୟତାର ଉପରୋକ୍ତ ମାପଦଣ୍ଡ ପ୍ରାୟତଃ ପୂରଣ କରୁଛି ଓଡ଼ିଆ ଭାଷା୤ କେବଳ କେନ୍ଦ୍ର ସଂସ୍କୃତି ବିଭାଗର ଭାଷା କମିଟି ଆଗରେ ସପ୍ରମାଣ ଦୃଢ଼ ଦାବି ଉପସ୍ଥାପନ କରାଯିବା ଦରକାର୤ ଥରେ ମାନ୍ୟତା ମିଳିଗଲେ, ଓଡ଼ିଆ ଭାଷା କେବଳ ସାରା ଦେଶର ଗର୍ବ ଓ ଗୌରବ ହେବ ନାହିଁ, ଭାଷାର ଉନ୍ନୟନ ଓ ପ୍ରଚାରପ୍ରସାର ପାଇଁ ମଧ୍ୟ କେନ୍ଦ୍ରରୁ ଅଧିକରୁ ଅଧିକ ଆର୍ଥିକ ଅନୁଦାନ ମିଳିଚାଲିବ୤ ଦେଶର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ନିଜ ଭାଷାକୁ ମାନ୍ୟତା ଦେଇ, ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ଆଜିଯାଏ ପଛୁଆ ରହିବା ଏକ ବିଡ଼ମ୍ବନା୤ ତେଣୁ ସରକାରୀ ଉଦ୍ୟମକୁ ଫଳପ୍ରଦ କରିବା ଦିଗରେ ସମସ୍ତଙ୍କ ଉଦ୍ୟମ ରହିବା ଆବଶ୍ୟକ୤

ତୁଣ୍ଡ ବାଇଦ :
  ଲେଖା ପଠାନ୍ତୁ - ନିୟମାବଳୀ →
 

ମତାମତ ସଂଖ୍ୟା - ୧ ଆପଣଙ୍କ ମତାମତ ?

  • ୧. ଆଦିତ୍ୟ କୁମାର ପଣ୍ଡା, ମହୀଶୂର |  ଫେବୃଆରୀ ୪, ୨୦୧୩ - ୬:୫୩ ପୂର୍ବାହ୍ନ

    ଏହା ଏକ ସମୟୋପଯୋଗୀ ପଦକ୍ଷେପ | ବିଶ୍ୱରେ ଓଡ଼ିଆର ପ୍ରତିଷ୍ଠାରେ ଏକ ଦୃଢ଼ ପଦକ୍ଷେପ | ଓଡ଼ିଆକୁ ନେଇ ପ୍ରତିଟି ଓଡ଼ିଆ ଗର୍ବ କରିବା ଉଚିତ୍ | ଚାଲ, ସମସ୍ତେ ଓଡ଼ିଆକୁ ଶାସ୍ତ୍ରୀୟ ଭାଷାରେ ଅଭିଷିକ୍ତ କରିବା |

ଆପଣଙ୍କ ମତାମତ ?
କମ୍ପ୍ୟୁଟର୍ keyboardର F12 ବୋତାମ୍ ଟିପି ଓଡିଆରେ ଲେଖିବା ଆରମ୍ଭ କରନ୍ତୁ କିମ୍ବା ଓଡିଆ କି-ବୋର୍ଡ୍ ( ପୃଷ୍ଠାର ଶୀର୍ଷ-ଦକ୍ଷିଣ ପାର୍ଶ୍ବରେ ) ନିର୍ଦ୍ଧାରଣ କରି ଲେଖନ୍ତୁ୤ ଓଡିଆ ଲେଖିବା ପାଇଁ କୌଣସି ବିଶେଷ softwareର ଆବଶ୍ୟକତା ନାହିଁ୤




ବି.ଦ୍ର: ବ୍ୟକ୍ତିଗତ ଗୋପନୀୟତା ଦୃଷ୍ଟିରୁ, ନିଜର ଇ-ମେଲ୍ କିମ୍ବା ଫୋନ୍ ନଂ ଏହି ମତାମତ ବିଭାଗରେ ପ୍ରକାଶ ନ କରିବା ପାଇଁ ଅନୁରୋଧ୤